ବିଭାଗୀୟ ଅବହେଳା: ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଶ୍ରମ ବିଭାଗର ଚରମ ଅବହେଳା, ଉଦାସୀନତା ତଥା ଅବହେଳା ପାଇଁ ଦେବଗଡ଼ ଜିଲାରେ ବହୁ ଶ୍ରମିକ ବଞ୍ଚିତ ହୋଇଥିବା ବେଳେ ଶତାଧିକ ଶ୍ରମିକଙ୍କର କାର୍ଡ ନବୀକରଣ ହୋଇପାରୁନାହିଁ। ଏପରିକି ଅନ୍‌ଲାଇନ୍‌ ଯୋଗେ ଆବେଦନ କରିଥିଲେ ହେଁ ଶହଶହ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇପାରିନାହିଁ। ଫଳରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏପରିକି ବିବାହ କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଶିକ୍ଷା ସହାୟତା ପାଇବାରୁ […] The post ବିଭାଗୀୟ ଅବହେଳା: ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ appeared first on Dharitri Odia News.

ବିଭାଗୀୟ ଅବହେଳା: ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଶ୍ରମ ବିଭାଗର ଚରମ ଅବହେଳା, ଉଦାସୀନତା ତଥା ଅବହେଳା ପାଇଁ ଦେବଗଡ଼ ଜିଲାରେ ବହୁ ଶ୍ରମିକ ବଞ୍ଚିତ ହୋଇଥିବା ବେଳେ ଶତାଧିକ ଶ୍ରମିକଙ୍କର କାର୍ଡ ନବୀକରଣ ହୋଇପାରୁନାହିଁ। ଏପରିକି ଅନ୍‌ଲାଇନ୍‌ ଯୋଗେ ଆବେଦନ କରିଥିଲେ ହେଁ ଶହଶହ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇପାରିନାହିଁ। ଫଳରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏପରିକି ବିବାହ କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଶିକ୍ଷା ସହାୟତା ପାଇବାରୁ ବଞ୍ଚିତ ହେବା ସହ ସେମାନଙ୍କ ମଧ୍ୟରେ ଘୋର ହତାଶା ଭାବ ପ୍ରକାଶ ପାଇଛି। ଫଳରେ ଦେବଗଡ଼ ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇବା ସହ ଏହାର ସମାଧାନ ପାଇଁ ଶ୍ରମ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଦାବି କରାଯାଇଛି।

ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନର ସଭାପତି ନିରାକାର ପ୍ରଧାନ, ଉପସଭାପତି କୃଷ୍ଣଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପ୍ରଧାନ, ସହସମ୍ପାଦକ ମନୋଜ ଦଣ୍ଡିଆ, କାର୍ଯ୍ୟକାରୀ କମିଟି ସଦସ୍ୟ ଡୋଳାକାର ଭୋଇ ଓ ଉପଦେଷ୍ଟା ହୀରାଧର ସାହୁଙ୍କ ସମେତ ଟ୍ରେଡ୍‌ ୟୁନିଅନର ବହୁ ସଦସ୍ୟ ଓ କର୍ମକର୍ତ୍ତା ଦେବଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ଜିଲା ଶ୍ରମ ଅଧିକାରିଣୀଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ସହ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଉକ୍ତ ସ୍ମାରକପତ୍ର ଜରିଆରେ ଲିଖିତ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନ ପକ୍ଷରୁ ନାମ ପଞ୍ଜୀକରଣ, ନବୀକରଣ ଓ ବିବାହ କାଳୀନ ସହାୟତା ନିମନ୍ତେ ପ୍ରାୟ ୩୦୦ ଜଣ ଶ୍ରମିକଙ୍କ ନାମ ସୁପାରିସ କରାଯାଇଥିଲା। ମାତ୍ର ଇତିମଧ୍ୟରେ ପାଞ୍ଚ ମାସ ବିତିଯାଇଥିଲେ ହେଁ ବିଭାଗୀୟ ଅବହେଳା ଓ ଉଦାସୀନତା ଯୋଗୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଅବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ଯୋଗୁ ସଠିକ୍‌ ସମୟରେ କାର୍ଯ୍ୟ ହୋଇପାରୁନାହିଁ ବୋଲି ଜିଲା ଶ୍ରମ ଅଧିକାରିଣୀ ସଫେଇ ଦେଇଛନ୍ତି।

The post ବିଭାଗୀୟ ଅବହେଳା: ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ appeared first on Dharitri Odia News.