ଶିକ୍ଷକ ନା ଜହ୍ଲାଦ! ୩ ବର୍ଷ ଧରି ନାବାଳିକଙ୍କୁ କରୁଥିଲା ଦୁଷ୍କର୍ମ

ପୀଡ଼ିତା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ଶିକ୍ଷକ ଜଣଙ୍କ ତାଙ୍କ କୋଚିଂ ସେଣ୍ଟରରେ ୨୦୨୨ରୁ ୨୦୨୫ ମଧ୍ୟରେ ଏକାଧିକ ଥର ତାଙ୍କୁ ଦୁଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଇ ଚାଲିଥିଲେ।

ଶିକ୍ଷକ ନା ଜହ୍ଲାଦ! ୩ ବର୍ଷ ଧରି ନାବାଳିକଙ୍କୁ କରୁଥିଲା ଦୁଷ୍କର୍ମ

ଗୁରୁ ଶବ୍ଦରେ ଲାଗିଛି କଳଙ୍କ। ଗୁରୁ ଶବ୍ଦକୁ ଅପବିତ୍ର କରିଛନ୍ତି ଜଣେ ଶିକ୍ଷକ। ସେ ଶିକ୍ଷା ଦାନ ନାଁରେ ଘଟାଇଛନ୍ତି ଜଘନ୍ୟକାଣ୍ଡ। ତାଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରି ନାହାନ୍ତି ଜଣେ ୧୫ ବର୍ଷୀୟ ଛାତ୍ରୀ। ଦିନ କି ମାସେ ନୁହେଁ, ବରଂ ଜହ୍ଲାଦ ଶିକ୍ଷକ ଜଣଙ୍କ ନାବାଳିକାଙ୍କୁ ଦୀର୍ଘ ୩ ବର୍ଷ ଧରି କରି ଚାଲିଥିଲେ ଦୁଷ୍କର୍ମ। ଦେଶର ରାଜଧାନୀ ଦିଲ୍ଲରେ ଜଣେ ଟ୍ୟୁସନ ଶିକ୍ଷକ ଏପରି ଜଘନ୍ୟକାଣ୍ଡ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

ପୀଡ଼ିତା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ଶିକ୍ଷକ ଜଣଙ୍କ ତାଙ୍କ କୋଚିଂ ସେଣ୍ଟରରେ ୨୦୨୨ରୁ ୨୦୨୫ ମଧ୍ୟରେ ଏକାଧିକ ଥର ତାଙ୍କୁ ଦୁଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଇ ଚାଲିଥିଲେ। ତାଙ୍କୁ ସେ ଧମକଚମକ ଦେଉଥିଲେ ଓ ଭାବନା ସହ ଖେଳି ଚାଲିଥିଲେ। ପୀଡ଼ିତାଙ୍କ ଅଭିଯୋଗ ପାଇବା ପରେ ପୁଲିସ୍‌ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

୨୦୨୨ରୁ ଶିକ୍ଷକ ଜଣଙ୍କ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ମଧ୍ୟ ସେ ଚୁପଚାପ ସବୁ ସହି ଯାଉଥିଲେ। କିନ୍ତୁ ଏବେ ଶିକ୍ଷକଙ୍କ ନିର୍ଯାତନା ବଢ଼ିବାରେ ଲାଗିଥିଲେ। ସେ ପ୍ରାୟ ସବୁ ଦିନ ତାଙ୍କୁ ଧମକଚମକ ଦେଇ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କିନ୍ତୁ ପୀଡ଼ିତା ଜଣଙ୍କ ଏହାକୁ ସହି ନ ପାରି ପ୍ରଥମେ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ବୁଧବାର ଦିନ ପୀଡ଼ିତା ଓ ତାଙ୍କ ବାପା ଥାନକୁ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଡିସିପି(ଦକ୍ଷିଣ) ଅଙ୍କିତ ଚୌହ୍ୱାନ କହିଛନ୍ତି, “ନାବାଳିକା ଜଣଙ୍କ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଚଳାଇଥିବା କୋଚିଂ ସେଣ୍ଟରରେ ୨୦୨୨ରୁ ୨୦୨୫ ଯାଏ କ୍ଲାସ କରିଥିଲେ। ଏହି ସମୟରେ ଶିକ୍ଷକ ଜଣଙ୍କ ତାଙ୍କୁ ମାନସିକ ନିର୍ଯାତନ ଦେବା ଟ୍ୟୁସନ ସେଣ୍ଟର ମଧ୍ୟରେ ଏକାଧିକ ଥର ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଧମକଚମକ ଦେବା ସହ ବ୍ଲାକମେଲ କରୁଥିଲେ। ଏନେଇ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି।”

ବସ୍‌ ଭିତରେ ୨୬ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ

ଦିନକ ତଳେ ପୁଣେର ସ୍ୱରଗେଟ ଟର୍ମିନାଲରେ ରଖା ଯାଇଥିବା ଗୋଟିଏ ବସ୍‌ ମଧ୍ୟରେ ୨୬ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ନିଆଁ ଭଳି ବ୍ୟାପି ଥିବା ବେଳେ ଏହାକୁ ୨୦୧୨ ଦିଲ୍ଲୀ ନିର୍ଭୟା ଓ ୨୦୨୪ କୋଲକତାର ଅଭୟା ଘଟଣା ସହ ତୁଳନା କରାଯାଇଛି। ୩ଟି ଯାକ ଘଟଣା ସର୍ବସାଧାରଣ ସ୍ଥାନରେ ଘଟିଥିବାରୁ ମହିଳାଙ୍କ ସୁରକ୍ଷା ଉପରେ ପୁଣିଥରେ ପ୍ରଶ୍ନ ଉଠିବାରେ ଲାଗିଛି।

ପୁଣେ ଘଟଣାର ପୀଡ଼ିତା ଏବେ ହସ୍ପିଟାଲରେ ରହିଛନ୍ତି। ସେଠାରେ ତାଙ୍କର କାଉନସେଲିଂ ଚାଲିଛି। ମଙ୍ଗଳବାର ସକେଳେ ମହିଳା ଜଣଙ୍କ ଘରକୁ ଯିବା ପାଇଁ ସ୍ୱରଗେଟ ବସ୍‌ ଟର୍ମିନାଲରେ ପହଞ୍ଚିଥିଲେ। ବସ୍‌ ଡିପୋରେ ଏକାଧିକ ବସ୍‌ ରହିଥିବା ବେଳେ ମହିଳା ଜଣଙ୍କ କେଉଁ ଆଡ଼େ ଯିବେ କିଛି ଜାଣି ପାରି ନଥିଲେ। ଏତିକି ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ପାଖକୁ ଆସିଥିଲା। ତାଙ୍କୁ ବିଭିନ୍ନ ଆଳ ଦେଖାଇ ସେ ଖୋଜୁ ଥିବା ବସ୍‌ ସାମାନ୍ୟ ଦୂରରେ ରହିଥିବା କହିଥିଲା।

ଏଥିରେ ବିଶ୍ୱାସ କରି ମହିଳା ଜଣଙ୍କ ଅଭିଯୁକ୍ତର କହିବା ଅନୁସାରେ ଷ୍ଟାଣ୍ଡ ଠାରୁ ଦୂରରେ ଥିବା ଗୋଟିଏ ଖାଲି ବସ୍‌ ଭିତରୁ ଯାଇଥିଲେ। ସେ ବସ୍‌ ଭିତରେ ସିଟ ଖୋଜୁ ଥିବା ବେଳେ ଅଭିଯୁକ୍ତ ଜଣକ ଭିତରକୁ ଯାଇଥିଲା ଓ ଦ୍ୱାରକୁ ଲକ କରି ଦେଇଥିଲା। ସେଠାରେ ସେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା। ବସଟି ରାତିରୁ ସେଠାରେ ରହିଥିବା ବେଳେ ଏହାର ଡ୍ରାଇଭର ଓ କଣ୍ଡକ୍ଟର ନିକଟସ୍ଥ କ୍ୱାର୍ଟର୍ସରେ ବିଶ୍ରାମ ନେଇଥିଲେ। ଏହାର ଫାଇଦା ଉଠାଇ ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଛି।

ସିସିଟିଭିରୁ ପୁଲିସ୍‌ ଅଭିଯୁକ୍ତକୁ ଚିହ୍ନଟ କରି ପାରିଛି। ପୂର୍ବରୁ ତା’ ନାଁରେ ଚୋରି ଓ ଡକାୟତି ଭଳି ମାମଲା ରହିଥିବା ପୁଲିସ୍‌ ଜାଣିବାକୁ ପାଇଛି। ତା’କୁ ଧରିବା ପାଇଁ ପୁଣେ ପୁଲିସ ୧୩ଟି ଟିମ ଗଠନ କରିଛି।