ଜମ୍ମୁ-କଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବା ପରେ ରାଜ୍ୟ ଚଳାଇବେ…

ଶ୍ରୀନଗର,୧୪ା୧୦: ପ୍ରାୟ ୭ବର୍ଷ ୪ ମାସ ପରେ ଜମ୍ମୁ-କଶ୍ମୀର ପାଇଁ ଏକ ଖୁସି ଖବର ଆସିଛି। ରବିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ଶାସନକୁ ଏଠାରୁ ହଟାଇ ଦିଆଯାଇଛି। ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା। ଏହା ପରେ ଏକ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି। ତେବେ କିଏ ରାଜ୍ୟ ଚଳାଇବେ ଜାଣନ୍ତୁ ସେ ସମ୍ପର୍କରେ… ବର୍ତ୍ତମାନ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଓମାର […] The post ଜମ୍ମୁ-କଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବା ପରେ ରାଜ୍ୟ ଚଳାଇବେ… appeared first on Dharitri Odia News.

ଜମ୍ମୁ-କଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବା ପରେ ରାଜ୍ୟ ଚଳାଇବେ…

ଶ୍ରୀନଗର,୧୪ା୧୦: ପ୍ରାୟ ୭ବର୍ଷ ୪ ମାସ ପରେ ଜମ୍ମୁ-କଶ୍ମୀର ପାଇଁ ଏକ ଖୁସି ଖବର ଆସିଛି। ରବିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ଶାସନକୁ ଏଠାରୁ ହଟାଇ ଦିଆଯାଇଛି। ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା। ଏହା ପରେ ଏକ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି। ତେବେ କିଏ ରାଜ୍ୟ ଚଳାଇବେ ଜାଣନ୍ତୁ ସେ ସମ୍ପର୍କରେ…

ବର୍ତ୍ତମାନ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଓମାର ଅବଦୁଲ୍ଲା ଖୁବ୍‌ଶୀଘ୍ର ଏଠାରେ ସରକାର ଗଠନ କରିବେ। କହିବାକୁ ଗଲେ ନିକଟରେ ଶେଷ ହୋଇଥିବା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନ୍‌ଫରେନ୍ସ-କଂଗ୍ରେସ ମିଳିତ ମେଣ୍ଟ ଜିତିଛି। ନ୍ୟାଶନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ମିଳିତ ମେଣ୍ଟର ନେତା ଭାବରେ ନିର୍ବାଚିତ ହୋଇଛନ୍ତି।

The post ଜମ୍ମୁ-କଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟିବା ପରେ ରାଜ୍ୟ ଚଳାଇବେ… appeared first on Dharitri Odia News.