ହଠାତ୍ ଶୁଭିଲା ପ୍ରଚଣ୍ଡଶବ୍ଦ: ଦେଖୁଦେଖୁ ଟଳିପଡ଼ିଲେ ମିସ୍ତ୍ରୀ
ଖୋର୍ଦ୍ଧ,୯।୧୦: ଟାୟାର ପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ। ଏଭଳି ଘଟଣାଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ ଗାଡ଼ିଆ ଛକରେ। ମା’ ଭଗବତୀ ଚନ୍ଦନ ଟାୟାର ପ୍ରେସର ଦୋକାନରେ ସକାଳୁ ସକାଳୁ ଟାୟାରରେ ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ଫାଟି ବିସ୍ଫୋରଣ ଘଟିଥିଲା। କାମ କରୁଥିବା ମିସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ହୋଇଥିଲା ଯେ, ବୋମାମାଡର ଭ୍ରମ ସୃଷ୍ଟି ହୋଇଥିଲା। […] The post ହଠାତ୍ ଶୁଭିଲା ପ୍ରଚଣ୍ଡଶବ୍ଦ: ଦେଖୁଦେଖୁ ଟଳିପଡ଼ିଲେ ମିସ୍ତ୍ରୀ appeared first on Dharitri Odia News.
ଖୋର୍ଦ୍ଧ,୯।୧୦: ଟାୟାର ପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ। ଏଭଳି ଘଟଣାଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ ଗାଡ଼ିଆ ଛକରେ। ମା’ ଭଗବତୀ ଚନ୍ଦନ ଟାୟାର ପ୍ରେସର ଦୋକାନରେ ସକାଳୁ ସକାଳୁ ଟାୟାରରେ ପ୍ରେସର୍ ଦେଉଥିବା ବେଳେ କୌଣସି କାରଣରୁ ଟାଙ୍କି ଫାଟି ବିସ୍ଫୋରଣ ଘଟିଥିଲା। କାମ କରୁଥିବା ମିସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ହୋଇଥିଲା ଯେ, ବୋମାମାଡର ଭ୍ରମ ସୃଷ୍ଟି ହୋଇଥିଲା। ମୃତକ ହେଲେ କଦଳିବାଡିର ଦୋକାନ ମାଲିକ ନବକିଶୋର ବରାଡ।
ଆହତ ଦ୍ବୟ ହେଲେ ଦୁଇ ଭାଇ ଛତ୍ରପଡା ଦେବାଶିଷ ଓ ଦିପକ ମାନସିଂହ। ଉଭୟ ଗାଡି ଡ୍ରାଇଭର। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆହତ ଙ୍କୁ ଖୋର୍ଦ୍ଧାମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଗୋଡ, ଅଣ୍ଟାରେ ଗଭୀର ଆଘାତ ଲାଗିଛି।
The post ହଠାତ୍ ଶୁଭିଲା ପ୍ରଚଣ୍ଡଶବ୍ଦ: ଦେଖୁଦେଖୁ ଟଳିପଡ଼ିଲେ ମିସ୍ତ୍ରୀ appeared first on Dharitri Odia News.