୨୦୨୫ରେ କ୍ଲାଉଡ ସେବା ଲଞ୍ଚ କରିବ RBI, ବିଦେଶୀ କମ୍ପାନିଙ୍କୁ ଚାଲେଞ୍ଜ
ନୂଆଦିଲ୍ଲୀ: ବିଦେଶୀ କମ୍ପାନିଙ୍କୁ ଚାଲେଞ୍ଜ ଦେବ ଆରବିଆଇର ନୂଆ ପଦକ୍ଷେପ। ଖୁବଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆଣିବାକୁ ଯାଉଛି ନିଜସ୍ବ କ୍ଲାଉଡ ସେବା। ଏହି କ୍ଲାଉଡ ଡାଟା ଷ୍ଟୋରେଜ ସେବାର ପାଇଲଟ ପ୍ରୋଜେକ୍ଟ ଆସନ୍ତା ବର୍ଷରୁ ଆରମ୍ଭ ହେବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆରବିଆଇର କ୍ଲାଉଡ ପ୍ଲାଟଫର୍ମର ବ୍ୟବହାର ଘରୋଇ ଆଇଟି କମ୍ପାନି କରିବେ। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଆମାଜନ ଓ୍ବେବ ସର୍ଭିସେଜ, ମାଇକ୍ରୋସଫ୍ଟ ଆଜ୍ୟୋର, ଗୁଗଲ କ୍ଲାଉଡ ଏବଂ ଆଇବିଏମ କ୍ଲାଉଡ ସହ ପ୍ରତିଦ୍ବନ୍ଦିତା କରିବ।ସୂଚନାଥାଉକି, ଏସିଆର ତୃତୀୟ ସବୁଠୁ ବଡ଼ ଅର୍ଥନୀତି ଭାରତରେ କ୍ଲାଉଡ ସେବାରେ ବୃଦ୍ଧି ପାଉଛି। ଇଣ୍ଟରନାସନାଲ ଡାଟା କର୍ପୋରେସନ ଅନୁଯାୟୀ, ଭାରତର ଅର୍ଥ ବ୍ୟବସ୍ଥାରେ କ୍ଲାଉଡ ସେବା ମାର୍କେଟ ୨୦୨୩ ବେଳକୁ ୮.୩ ବିଲିୟନ ଡଲାର ଥିଲା ଏବଂ ଏହା ୨୦୨୮ ପର୍ଯ୍ୟନ୍ତ ୨୪.୨ ବିଲିୟନ ଡଲାରକୁ ବୃଦ୍ଧି ହେବା ନେଇ ଅନୁମାନ ରହିଛି। ଅବଶ୍ୟ ଭାରତର କ୍ଲାଉଡ ମାର୍କେଟରେ ବିଦେଶୀ କମ୍ପାନିଙ୍କ ରାଜ୍ ରହିଛି । ତେବେ ଏହି ପଦକ୍ଷେପ କୌଣସି ବିଶ୍ବ ସ୍ତରୀୟ କେନ୍ଦ୍ରୀୟ ବ୍ୟାଙ୍କର ପ୍ରଥମ। ମିଳିଥିବା ସୂଚନା ଅନୁଯାୟୀ, ଏହି ପାଇଲଟ ପ୍ରୋଜେକ୍ଟ ଆଗାମୀ କିଛି ମାସରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ଯାହାକୁ ଆଗାମୀ ବର୍ଷରେ ଆହୁରି ବିସ୍ତାର କରାଯିବ। କାର୍ଯ୍ୟକ୍ରମ ଛୋଟ ବ୍ୟାଙ୍କ୍ ଏବଂ ଫାଇନାନସିଆଲ ସେବା ଯୋଗାଣକାରୀ କମ୍ପାନିଙ୍କ
ନୂଆଦିଲ୍ଲୀ: ବିଦେଶୀ କମ୍ପାନିଙ୍କୁ ଚାଲେଞ୍ଜ ଦେବ ଆରବିଆଇର ନୂଆ ପଦକ୍ଷେପ। ଖୁବଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆଣିବାକୁ ଯାଉଛି ନିଜସ୍ବ କ୍ଲାଉଡ ସେବା। ଏହି କ୍ଲାଉଡ ଡାଟା ଷ୍ଟୋରେଜ ସେବାର ପାଇଲଟ ପ୍ରୋଜେକ୍ଟ ଆସନ୍ତା ବର୍ଷରୁ ଆରମ୍ଭ ହେବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆରବିଆଇର କ୍ଲାଉଡ ପ୍ଲାଟଫର୍ମର ବ୍ୟବହାର ଘରୋଇ ଆଇଟି କମ୍ପାନି କରିବେ। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଆମାଜନ ଓ୍ବେବ ସର୍ଭିସେଜ, ମାଇକ୍ରୋସଫ୍ଟ ଆଜ୍ୟୋର, ଗୁଗଲ କ୍ଲାଉଡ ଏବଂ ଆଇବିଏମ କ୍ଲାଉଡ ସହ ପ୍ରତିଦ୍ବନ୍ଦିତା କରିବ।
ସୂଚନାଥାଉକି, ଏସିଆର ତୃତୀୟ ସବୁଠୁ ବଡ଼ ଅର୍ଥନୀତି ଭାରତରେ କ୍ଲାଉଡ ସେବାରେ ବୃଦ୍ଧି ପାଉଛି। ଇଣ୍ଟରନାସନାଲ ଡାଟା କର୍ପୋରେସନ ଅନୁଯାୟୀ, ଭାରତର ଅର୍ଥ ବ୍ୟବସ୍ଥାରେ କ୍ଲାଉଡ ସେବା ମାର୍କେଟ ୨୦୨୩ ବେଳକୁ ୮.୩ ବିଲିୟନ ଡଲାର ଥିଲା ଏବଂ ଏହା ୨୦୨୮ ପର୍ଯ୍ୟନ୍ତ ୨୪.୨ ବିଲିୟନ ଡଲାରକୁ ବୃଦ୍ଧି ହେବା ନେଇ ଅନୁମାନ ରହିଛି। ଅବଶ୍ୟ ଭାରତର କ୍ଲାଉଡ ମାର୍କେଟରେ ବିଦେଶୀ କମ୍ପାନିଙ୍କ ରାଜ୍ ରହିଛି । ତେବେ ଏହି ପଦକ୍ଷେପ କୌଣସି ବିଶ୍ବ ସ୍ତରୀୟ କେନ୍ଦ୍ରୀୟ ବ୍ୟାଙ୍କର ପ୍ରଥମ।
ମିଳିଥିବା ସୂଚନା ଅନୁଯାୟୀ, ଏହି ପାଇଲଟ ପ୍ରୋଜେକ୍ଟ ଆଗାମୀ କିଛି ମାସରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ଯାହାକୁ ଆଗାମୀ ବର୍ଷରେ ଆହୁରି ବିସ୍ତାର କରାଯିବ। କାର୍ଯ୍ୟକ୍ରମ ଛୋଟ ବ୍ୟାଙ୍କ୍ ଏବଂ ଫାଇନାନସିଆଲ ସେବା ଯୋଗାଣକାରୀ କମ୍ପାନିଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ତିଆରି କରାଯିବ। ଏମାନେ ଏବେବି କ୍ଲାଉଡ ସେବାଠାରୁ ଦୂରରେ ଅଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଗତ ଡିସେମ୍ବରରେ ଆର୍ଥିକ ସେବା ପ୍ରଦାନକାରୀ ଉଦ୍ୟୋଗ ପାଇଁ ପବ୍ଲିକ୍ କ୍ଲାଉଡ ଯୋଜନା ଘୋଷଣା କରିଥିଲେ।