ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ଅଖିମୁଠି
କେନ୍ଦୁଝର,୧୦।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କେନ୍ଦୁଝର ସରକାରୀ ଫାର୍ମରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ ହୋଇଯାଇଛି । କୃଷି ଓ କୃଷକଙ୍କ ଗୁରୁତ୍ୱ ରଖୁଥିବା ଏହି ଦିବସ ପାଳନ ସମାରୋହରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ୱ କରିବା ସହ ହଳ ଲଙ୍ଗଳ ଧରି ମାଟି କୋଡା, ଖୋସା କରି ଅଖିମୁଠି ଅନୁକୂଳ କରିଥିଲେ । ଏହି ଅସରରେ ଆଚାର୍ଯ୍ୟ କୃଷକ ଏବଂ […] The post ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ଅଖିମୁଠି appeared first on Dharitri Odia News.
କେନ୍ଦୁଝର,୧୦।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କେନ୍ଦୁଝର ସରକାରୀ ଫାର୍ମରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ ହୋଇଯାଇଛି । କୃଷି ଓ କୃଷକଙ୍କ ଗୁରୁତ୍ୱ ରଖୁଥିବା ଏହି ଦିବସ ପାଳନ ସମାରୋହରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ୱ କରିବା ସହ ହଳ ଲଙ୍ଗଳ ଧରି ମାଟି କୋଡା, ଖୋସା କରି ଅଖିମୁଠି ଅନୁକୂଳ କରିଥିଲେ । ଏହି ଅସରରେ ଆଚାର୍ଯ୍ୟ କୃଷକ ଏବଂ କୃଷି କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କୁ ସୁଖ ସମୃଦ୍ଧି କାମନା କରିଥିଲେ।
ଚଳିତ ବର୍ଷ କେନ୍ଦୁଝର ଜିଲାକୁ ଶସ୍ୟ, ଶ୍ୟାମଳାରେ ପରିପୂର୍ଣ କରିବା ଏବଂ ଜିଲାର ସର୍ବାଙ୍ଗୀନ ବିକାଶ ପାଇଁ ଚାଷୀମାନଙ୍କ ସହଯୋଗ କାମନା କରିଥିଲେ। ଚାଷୀମାନେ ଦେଶର ମେରୁଦଣ୍ଡ ଏବଂ ଦେଶ ପ୍ରଗତିର ପ୍ରକୃତ ଧାରକ ବୋଲି ଅଭିହିତ କରି ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ରାଜ୍ୟକୁ ତଥା ଦେଶକୁ ଖାଦ୍ୟ ଶସ୍ୟ କ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ ବାର୍ତ୍ତା ଦେଇଥିଲେ ।
ସମାରୋହରେ ମୁଖ୍ୟ ଜିଲା କୃଷି ଅଧିକାରୀ ମିହିର କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର, ଜୁଡିଆ ସୁକାନ୍ତ କୁମାର ସାହୁ, ଡ଼ିଆରସିଏମ କେନ୍ଦୁଝର ତୁଷାରକାନ୍ତ ତୁଙ୍ଗ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ, ମଧ୍ୟମ ଜଳସେଚନ, ସମ୍ପାଦକ, ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, କୃଷି ଜିଲା ଅଧିକାରୀ ଘଟଗାଁ ତଥା ସମସ୍ତ ବ୍ଲକର ବ୍ଲକ କୃଷି ଅଧିକାରୀ ସହକାରୀ କୃଷି ଅଧିକାରୀ, ଅଗ୍ରଣୀ ଚାଷୀ, କୃଷକ ସାଥୀ ପ୍ରମୁଖ ଯୋଗ ଦେଇଥିଲେ ।
The post ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ଅଖିମୁଠି appeared first on Dharitri Odia News.