ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲାଣ: ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ…
ଦିଗପହଣ୍ଡି, ୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମଦେଇ ବହି ଯାଉଥିବା ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ବାଲିମାଫିଆଙ୍କ ରାଜୁତି ଚାଲିଛି। ଖଣି ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକରେ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦଳା ଗ୍ରାମ ନିକଟ ବାଲିଘାଟରୁ ଦୀର୍ଘଦିନ […] The post ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲାଣ: ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ… appeared first on Dharitri Odia News.
ଦିଗପହଣ୍ଡି, ୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମଦେଇ ବହି ଯାଉଥିବା ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ବାଲିମାଫିଆଙ୍କ ରାଜୁତି ଚାଲିଛି। ଖଣି ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକରେ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦଳା ଗ୍ରାମ ନିକଟ ବାଲିଘାଟରୁ ଦୀର୍ଘଦିନ ଧରି ବେଆଇନ ଭାବେ ଶତାଧିକ ଟ୍ରାକ୍ଟର ସାଙ୍ଗକୁ ଟିପ୍ପରରେ ଅହରହ ଆନ୍ଧ୍ର ଓ ବିଭିନ୍ନ ଅଞ୍ଚଳକୁ ବାଲି ଚୋରାଚାଲାଣ ଚାଲିଛି । ତାହା ପୁଣି ପ୍ରାୟ ଏକ କିଲୋମିଟର ବ୍ୟାପୀ ନଦୀଶଯ୍ୟାରୁ । ବ୍ରହ୍ମପୁରର ଏବଂ ବମୋକେଇ ଗ୍ରାମର ୨ ବ୍ୟକ୍ତି ଉକ୍ତ ନଦୀଶଯ୍ୟାରୁ ବେଆଇନ ବାଲି ଚାଲାଣ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବାଲିଘାଟ ଟେଣ୍ଡର ହୋଇ ନ ଥିବା ବେଳେ ଏମାନଙ୍କ ନିକଟରେ ବାଲି ଚାଲାଣ ପାଇଁ କୌଣସି ଅନୁମତି ପତ୍ର ନ ଥିବା ବହୁ ସଂଖ୍ୟକ ଗ୍ରାମବାସୀ କହିଛନ୍ତି । ଖଣି ବିଭାଗ ଓ ପ୍ରଶାସନ ସବୁ ଜାଣି ଚୁପ ରହିଥିବା ବେଳେ ସ୍ଥାନୀୟ ପୋଲିସ ମଧ୍ୟ ସବୁ ଦେଖି ନିରବଦ୍ରଷ୍ଟା ସାଜିଛି ।
ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁଙ୍କୁ ଏନେଇ ପଚାରିବାରୁ ବାଲି ଚୋରା ଚାଲାଣ ରୋକିବା ଖଣି ବିଭାଗର ଦାୟିତ୍ୱ। ତେଣୁ ଏ ନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ଏପରିକି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ତାଙ୍କ ପାଖରେ ନ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ଗଡ଼ ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ପୂର୍ବରୁ ଗଞ୍ଜାମ ଜିଲା ଖଣିବିଭାଗ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନନିଆଯାଇନାହିଁ । ସମ୍ପୃକ୍ତ ଅଞ୍ଚଳରେ ବେଆଇନ ବାଲି ଚାଲାଣକୁ କେନ୍ଦ୍ରକରି ଉତ୍ତେଜନା ଲାଗିରହିଛି।
The post ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲାଣ: ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ… appeared first on Dharitri Odia News.