ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସ୍‌ଜିଦ ବିଷୟବସ୍ତୁ

ନୂଆଦିଲ୍ଲୀ,୧୬ା୬: ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ ଘଟିଛି, ଯେଉଁଠାରେ ବାବ୍ରି ମସ୍‌ଜିଦ ଉକ୍ତ ବହିରେ ନାହିଁ। ମସ୍‌ଜିଦର ନାମ ଲେଖିବା ପରିବର୍ତ୍ତେ ଏହାକୁ ‘ତିନି-ଗମ୍ବୁଜ ଗଠନ’ ଭାବରେ ବର୍ଣ୍ଣନା କରାଯାଇଛି। ଅଯୋଧ୍ୟା ବିବାଦର ପ୍ରସଙ୍ଗ ଚାରି ବଦଳରେ ଦୁଇଟି ପୃଷ୍ଠାକୁ ହ୍ରାସ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଅଯୋଧ୍ୟା ବିବାଦ ବିଷୟରେ ସୂଚନା […] The post ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସ୍‌ଜିଦ ବିଷୟବସ୍ତୁ appeared first on Dharitri Odia News.

ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସ୍‌ଜିଦ ବିଷୟବସ୍ତୁ

ନୂଆଦିଲ୍ଲୀ,୧୬ା୬: ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ ଘଟିଛି, ଯେଉଁଠାରେ ବାବ୍ରି ମସ୍‌ଜିଦ ଉକ୍ତ ବହିରେ ନାହିଁ। ମସ୍‌ଜିଦର ନାମ ଲେଖିବା ପରିବର୍ତ୍ତେ ଏହାକୁ ‘ତିନି-ଗମ୍ବୁଜ ଗଠନ’ ଭାବରେ ବର୍ଣ୍ଣନା କରାଯାଇଛି। ଅଯୋଧ୍ୟା ବିବାଦର ପ୍ରସଙ୍ଗ ଚାରି ବଦଳରେ ଦୁଇଟି ପୃଷ୍ଠାକୁ ହ୍ରାସ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଅଯୋଧ୍ୟା ବିବାଦ ବିଷୟରେ ସୂଚନା ଦେଉଥିବା ପୁରୁଣା ସଂସ୍କରଣକୁ ମଧ୍ୟ ହଟାଇ ଦିଆଯାଇଛି। ଏଥିରେ ଗୁଜରାଟର ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ଭାଜପାର ରଥ ଯାତ୍ରାରେ କାର୍‌ ସେବଙ୍କଙ୍କ ଭୂମିକା। ୬ ଡିସେମ୍ବର ୧୯୯୨ରେ ବାବ୍ରି ମସ୍‌ଜିଦ ଭାଙ୍ଗିବା ପରେ ସାମ୍ପ୍ରଦାୟିକ ହିଂସା। ଭାଜପା ଶାସିତ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ, ଅଯୋଧ୍ୟାରେ ଘଟିଥିବା ଘଟଣାକୁ ନେଇ ଭାଜପାର ଦୁଃଖ ପ୍ରକାଶ କରାଯାଇଛି।

ଦ୍ୱାଦଶ ଶ୍ରେଣୀର ଏକ ପୁରାତନ ରାଜନୈତିକ ବହିରେ ବାବ୍ରି ମସ୍‌ଜିଦ ୧୬ ତମ ଶତାବ୍ଦୀର ମସ୍‌ଜିଦ ଭାବରେ ମୋଗଲ ସମ୍ରାଟ ବାବରର ଜେନେରାଲ ମିର୍‌ ବାକିଙ୍କ ଦ୍ୱାରା ର୍ନିମିତ ହୋଇଥିଲା। ବର୍ତ୍ତମାନ ନୂଆ ବହିରେ ଦିଆଯାଇଥିବା ଅଧ୍ୟାୟରେ ଏହା ଏହିପରି ଉଲ୍ଲେଖ କରାଯାଇଛି, ‘ଏକ ତିନି-ଗମ୍ବୁଜ ଢାଞ୍ଚା, ଯାହା ଶ୍ରୀ ରାମଙ୍କ ଜନ୍ମସ୍ଥାନରେ ୧୫୨୮ରେ ନିର୍ମିତ ହୋଇଥିଲା, କିନ୍ତୁ ସଂରଚନାର ଭିତର ଓ ବାହ୍ୟ ଅଂଶ ହିନ୍ଦୁ ଅଟେ। ପ୍ରତୀକ ଏବଂ ଅବଶିଷ୍ଟାଂଶଗୁଡିକ ସ୍ପଷ୍ଟ ଭାବରେ ଦେଖାଯାଉଛି।

The post ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସ୍‌ଜିଦ ବିଷୟବସ୍ତୁ appeared first on Dharitri Odia News.