ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ

ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ): ପଶ୍ଚିମରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଛଟପଟ ହେଉଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀକୁ ଛୁଇଁଛି। ଝାରସୁଗୁଡ଼ା ଇତିହାସରେ ଏହା ୬ଷ୍ଠ ଯୁଗ୍ମ ସର୍ବାଧିକ ତାପମାତ୍ରା। ୨୦୦୫ ମେ’ ୨୪ରେ ମଧ୍ୟ ଏଠାରେ ତାପମାତ୍ରା ୪୭ ଡିଗ୍ରୀ ରହିଥିଲା। ସେହିଭଳି ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ରେ ଝାରସୁଗୁଡ଼ାରେ ସବୁଠୁ […] The post ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ appeared first on Dharitri Odia News.

ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ

ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ): ପଶ୍ଚିମରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଛଟପଟ ହେଉଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀକୁ ଛୁଇଁଛି। ଝାରସୁଗୁଡ଼ା ଇତିହାସରେ ଏହା ୬ଷ୍ଠ ଯୁଗ୍ମ ସର୍ବାଧିକ ତାପମାତ୍ରା। ୨୦୦୫ ମେ’ ୨୪ରେ ମଧ୍ୟ ଏଠାରେ ତାପମାତ୍ରା ୪୭ ଡିଗ୍ରୀ ରହିଥିଲା। ସେହିଭଳି ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ରେ ଝାରସୁଗୁଡ଼ାରେ ସବୁଠୁ ଅଧିକ ୪୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ଜଳିଛି। ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ୯ ସହର ୪୫ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଟିଟିଲାଗଡ଼ରେ ୪୬.୫ ଡିଗ୍ରୀ, ବରଗଡ଼ ୪୬.୩, ସମ୍ବଲପୁର ୪୬.୨, ସୋନପୁର, ମାଲକାଗିରି ୪୫.୬, ଭବାନୀପାଟଣା ୪୫.୫, ବଲାଙ୍ଗୀର ୪୫.୩, ହୀରାକୁଦ ୪୫.୨, ରାଉରକେଲା ୪୪.୯, ନୂଆପଡ଼ା ୪୪.୫, ବୌଦ୍ଧ ୪୪.୧, ସୁନ୍ଦରଗଡ଼ ୪୩.୬, ଫୁଲବାଣୀ ୪୩.୪, ଅନୁଗୋଳ ୪୨.୩, ତାଳଚେର ୪୨.୨, କେନ୍ଦୁଝର ୪୧.୪, ପାରଳାଖେମୁଣ୍ଡି ୪୦.୪ ଓ ରାୟଗଡ଼ାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ଦୁଇଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼କୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ଆସନ୍ତା ୪ଦିନ ମଧ୍ୟ ଗୁଳୁଗୁଳି ଲାଗି ରହିବ। ଏଥିପାଇଁ ବିଭିନ୍ନ ସହରକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁସାରିଛି। ଏହା କ୍ରମଶଃ ଉତ୍ତର-ପୂର୍ବ ଅଞ୍ଚଳ ଆଡ଼କୁ ମୁହାଁଇବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ଆଗୁଆ ଆସିଛି। ଦୁଇଦିନ ପୂର୍ବରୁ କେରଳ ଛୁଇଁଛି। ଓଡ଼ିଶାକୁ ଜୁନ ୧୨ପରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ମୌସୁମୀ ପାଇଁ ଜୁନ ୧ରୁ ସେପ୍ଟେମ୍ବର ୩୧ ଯାଏ ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି।

The post ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ appeared first on Dharitri Odia News.