ହିମସ୍ଖଳନରେ ୪ ଶ୍ରମିକ ମୃତ: ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ,୧।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ଶୁକ୍ରବାର ହିମସ୍ଖଳନ ଯୋଗୁ ୫୫ଜଣ ଶ୍ରମିକ ବରଫ ଅତଡ଼ା ତଳେ ପୋତିହୋଇ ପଡ଼ିଥିବାବେଳେ ଶନିବାର ସୁଦ୍ଧା ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ଉଦ୍ଧାର କରାଗଲାଣି। ପ୍ରତିକୂଳ ପାଗ ମଧ୍ୟରେ ଅବଶିଷ୍ଟ ୫ ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଉଦ୍ଧାର ହୋଇଥିବା ୫୦ଜଣଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ସେନାର ୫ଟି ହେଲିକପ୍ଟର ଏବଂ ଗୋଟିଏ ବେସାମରିକ ହେଲିକପ୍ଟରକୁ ନିୟୋଜିତ […] The post ହିମସ୍ଖଳନରେ ୪ ଶ୍ରମିକ ମୃତ: ଏବେ ବି ଅନେକ ନିଖୋଜ appeared first on Dharitri Odia News.

ହିମସ୍ଖଳନରେ ୪ ଶ୍ରମିକ ମୃତ: ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ,୧।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ଶୁକ୍ରବାର ହିମସ୍ଖଳନ ଯୋଗୁ ୫୫ଜଣ ଶ୍ରମିକ ବରଫ ଅତଡ଼ା ତଳେ ପୋତିହୋଇ ପଡ଼ିଥିବାବେଳେ ଶନିବାର ସୁଦ୍ଧା ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ଉଦ୍ଧାର କରାଗଲାଣି। ପ୍ରତିକୂଳ ପାଗ ମଧ୍ୟରେ ଅବଶିଷ୍ଟ ୫ ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଉଦ୍ଧାର ହୋଇଥିବା ୫୦ଜଣଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ସେନାର ୫ଟି ହେଲିକପ୍ଟର ଏବଂ ଗୋଟିଏ ବେସାମରିକ ହେଲିକପ୍ଟରକୁ ନିୟୋଜିତ କରାଯାଇଛି।

ଶୁକ୍ରବାର ସକାଳେ ଗ୍ଲାସିୟର ଧସିବାରୁ ୧୩,୦୦୦ ଫୁଟ୍‌ ଉଚ୍ଚତାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଆର୍‌ଓର ୫୫ ଶ୍ରମିକ ଫସିଯାଇଥିଲେ। ଶୁକ୍ରବାର ରାତି ସୁଦ୍ଧା ସେମାନଙ୍କ ମଧ୍ୟରୁ ୩୩ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଶନିବାର ଆଉ ୧୭ ଜଣଙ୍କୁ ବରଫ ତଳୁ ବାହାର କରାଯାଇଛି। ଗୁରୁତର ଥିବା ୪ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସେନା ମୁଖପାତ୍ର ସୂଚନା ଦେଇଛନ୍ତି।

The post ହିମସ୍ଖଳନରେ ୪ ଶ୍ରମିକ ମୃତ: ଏବେ ବି ଅନେକ ନିଖୋଜ appeared first on Dharitri Odia News.