ମୁଥୁଟ୍ ଫାଇନାନ୍ସକୁ ଗ୍ରେଡ୍ ପ୍ଲେସ୍ ଟୁ ଓ୍ବାର୍କର ମାନ୍ୟତା
ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍ ବ୍ରାଣ୍ଡ ମୁଥୁଟ୍ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍ ପ୍ଲେସ୍ ଟୁ ଓ୍ବାର୍କ’ର ମାନ୍ୟତା ମିଳିଛି। ଏପରିକି କ୍ରମାଗତ ୪ର୍ଥ ଥର ପାଇଁ କମ୍ପାନୀକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଦେଶର ଏକ ବିଶ୍ୱସନୀୟ ଘରୋଇ ସଂସ୍ଥା ତଥା କାର୍ଯ୍ୟସ୍ଥଳୀ ଭାବେ ମୁଥୁଟ୍ ଫାଇନାନ୍ସ ପୂର୍ବ ପରି ମାନ୍ୟତା ବଜାୟ ରଖିବା ସହିତ ସବୁବର୍ଗର ଲୋକ ଓ ଗ୍ରାହକ ଏବଂ କର୍ମଚାରୀଙ୍କ […] The post ମୁଥୁଟ୍ ଫାଇନାନ୍ସକୁ ଗ୍ରେଡ୍ ପ୍ଲେସ୍ ଟୁ ଓ୍ବାର୍କର ମାନ୍ୟତା appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍ ବ୍ରାଣ୍ଡ ମୁଥୁଟ୍ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍ ପ୍ଲେସ୍ ଟୁ ଓ୍ବାର୍କ’ର ମାନ୍ୟତା ମିଳିଛି। ଏପରିକି କ୍ରମାଗତ ୪ର୍ଥ ଥର ପାଇଁ କମ୍ପାନୀକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଦେଶର ଏକ ବିଶ୍ୱସନୀୟ ଘରୋଇ ସଂସ୍ଥା ତଥା କାର୍ଯ୍ୟସ୍ଥଳୀ ଭାବେ ମୁଥୁଟ୍ ଫାଇନାନ୍ସ ପୂର୍ବ ପରି ମାନ୍ୟତା ବଜାୟ ରଖିବା ସହିତ ସବୁବର୍ଗର ଲୋକ ଓ ଗ୍ରାହକ ଏବଂ କର୍ମଚାରୀଙ୍କ ବିଶ୍ୱାସଭାଜନ ହୋଇପାରିଛି। ଉଲ୍ଲେଖଯୋଗ୍ୟ, ବୈଶ୍ୱକ ସ୍ତରରେ ସଂସ୍ଥା (ଗ୍ରେଡ୍ ପ୍ଲେସ୍ ଅଫ୍ ଓ୍ବାର୍କ) କାର୍ଯ୍ୟସ୍ଥଳର ପରମ୍ପରା, ସଂସ୍କୃତି ଓ କର୍ମଚାରୀ ଆତ୍ମତୃପ୍ତିକୁ ବିଚାରକୁ ନେଇ ସମ୍ପୃକ୍ତ କମ୍ପାନୀ ଏବଂ ସଂସ୍ଥାକୁ ଏହି ପ୍ରମାଣନପତ୍ର ସଂସ୍ଥା ପକ୍ଷରୁ ଦିଆଯାଇଥାଏ।
ଏ ସମ୍ପର୍କରେ ମୁଥୁଟ୍ ଗ୍ରୁପ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକ୍ଜାଣ୍ଡର ଜର୍ଜ ମୁଥୁଟ୍ କହିଥିଲେ, କମ୍ପାନୀ ଏହି ସଫଳତା ଓ ମାନ୍ୟତା ମିଳୁଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ୪ଥର ପାଇଁ ଆମକୁ ଏହି ପ୍ରମାଣନପତ୍ର ଦିଆଯାଇଥିଲାବେଳେ ଆମର ସମସ୍ତ କର୍ମଚାରୀଙ୍କୁ ସମାନ ସୁଯୋଗ ଓ ସୁବିଧା ସାଙ୍ଗକୁ ବିଶ୍ୱାସ, ଭରସା ଏବଂ ଦାୟିତ୍ୱ ନିର୍ବାହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ।
The post ମୁଥୁଟ୍ ଫାଇନାନ୍ସକୁ ଗ୍ରେଡ୍ ପ୍ଲେସ୍ ଟୁ ଓ୍ବାର୍କର ମାନ୍ୟତା appeared first on Dharitri Odia News.