୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍‌

ବିଶାଖାପାଟଣା,୩।୪: କ୍ରିକେଟରେ ନିଜର ବୋଲିଂ ଲାଗି ପରିଚିତ ଥିବା ସୁନୀଲ ନରେନ ଯେବେ ବ୍ୟାଟିଂ କରିବାକୁ ଆସନ୍ତି, ବିରୋଧି ଟିମ୍‌ର ବୋଲର୍‌ମାନେ ଛାନିଆ ହୁଅନ୍ତି। କିଛି ଏଭଳି ଦୃଶ୍ୟ ଆଇପିଏଲ୍‌ ୨୦୨୪ର ୧୬ତମ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁନୀଲ ମାତ୍ର ୨୧ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ମାତ୍ର ୪୫ ବଲ୍‌ରେ ଦଳର ସ୍କୋର ୧୦୦ ପାର୍‌ କରିଥିଲା। ତେବେ ପ୍ରଥମ ୫ ବଲ୍‌ରେ ନିଜର ଖାତା […] The post ୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍‌ appeared first on Dharitri Odia News.

୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍‌

ବିଶାଖାପାଟଣା,୩।୪: କ୍ରିକେଟରେ ନିଜର ବୋଲିଂ ଲାଗି ପରିଚିତ ଥିବା ସୁନୀଲ ନରେନ ଯେବେ ବ୍ୟାଟିଂ କରିବାକୁ ଆସନ୍ତି, ବିରୋଧି ଟିମ୍‌ର ବୋଲର୍‌ମାନେ ଛାନିଆ ହୁଅନ୍ତି। କିଛି ଏଭଳି ଦୃଶ୍ୟ ଆଇପିଏଲ୍‌ ୨୦୨୪ର ୧୬ତମ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁନୀଲ ମାତ୍ର ୨୧ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ମାତ୍ର ୪୫ ବଲ୍‌ରେ ଦଳର ସ୍କୋର ୧୦୦ ପାର୍‌ କରିଥିଲା। ତେବେ ପ୍ରଥମ ୫ ବଲ୍‌ରେ ନିଜର ଖାତା ଖୋଲି ପାରି ନ ଥିବା ଏହି କ୍ରିକେଟରଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ଖୁସିରେ ନାଚିଥିଲେ।

ସୁନୀଲ ନରେନ ଚତୁର୍ଥ ଓଭରରେ ଈଶାନ୍ତ ଶର୍ମାଙ୍କୁ ଘାଇଲା କରିଥିଲେ। ଏହି ଓଭରରେ ନରେନ ୩ ଛକା ଏବଂ ୨ ଚୌକା ମାରି ୨୬ ରନ୍‌ କରିଥିଲେ। ଈଶାନ୍ତଙ୍କ ପ୍ରଥମ ୨ ବଲ୍‌ରେ ନରେନ ୨ ଛକା ମାରିଥିଲେ। ତୃତୀୟ ବଲ୍‌ରେ ଚୌକା, ଚତୁର୍ଥରେ ଡଟ୍‌, ପଞ୍ଚମରେ ଛକା ଏବଂ ଷଷ୍ଠରେ ଚୌକା ମାରିଥିଲେ ସେ। ପାଓ୍ବାର ପ୍ଲେ ସମୟରେ ହିଁ ସେ ନିଜର ଅର୍ଦ୍ଧଶତକ ପୂରଣ କରିନେଇଥିଲେ।

କହିରଖୁଛୁ. କୋଲକାତା ଟିମ୍‌ ଏହି ମ୍ୟାଚ୍‌ରେ ପ୍ରଥମ ୧୦ ଓଭରରେ ୧୩୫ ରନ୍‌ କରିଥିଲା। ଏପରିକି ୨୦ ଓଭରରେ ଦିଲ୍ଲୀକୁ ୨୭୩ ରନ୍‌ର ବିଶାଳ ଟାର୍ଗେଟ ଦେବାରେ ସଫଳ ହୋଇଥିଲା। ଏହା ଫ୍ରାଞ୍ଚାଇଜର ସବୁଠାରୁ ବଡ ସ୍କୋର ଅଟେ। ନରେନ୍‌ଙ୍କ ଯୋଗୁ ଦଳ ମାତ୍ର ୧୧ ଓଭରରେ ୧୫୦ ରନ୍‌ରେ ପହଞ୍ଚିଥିଲେ। ଶତକ କରିବାରୁ ବଞ୍ଚିତ ହୋଇଥିଲେ ହେଁ ସେ ୮୫ ରନ୍‌ ସହ ନିଜର ସର୍ବଶ୍ରେଷ୍ଠ ସ୍କୋର କରିଥିଲେ। ମିଚେଲ ମାର୍ଶ ତାଙ୍କ ଉଇକେଟ ନେଇଥିଲେ।

The post ୬,୬,୪,୦,୬,୪… ଦିଲ୍ଲୀ ବୋଲରଙ୍କୁ କନ୍ଦାଇ ଦେଲେ କୋଲକାତାର ଏହି ବ୍ୟାଟ୍ସମ୍ୟାନ୍‌ appeared first on Dharitri Odia News.