ଏହି ୪ ଖେଳାଳିଙ୍କୁ ହିଁ ରିଟେନ୍ କରିବ ମୁମ୍ବାଇ ଇଣ୍ଡିଆନ୍ସ, ରୋହିତଙ୍କୁ ନେଇ ଆସିଲା ବଡ଼ ଖବର…
ନୂଆଦିଲ୍ଲୀ,୧୭।୧୦: ଆଇପିଏଲ୍ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇଛି। ମେଗା ଅକ୍ସନ ପୂର୍ବରୁ ଦଳ ଯେଉଁ ୪ ଖେଳାଳିଙ୍କୁ ପ୍ରଥମେ ରିଟେନ୍ କରିବ ତାହା ସ୍ଥିର କରିଛି। ଏହାଛଡ଼ା ରୋହିତ ଶର୍ମାଙ୍କୁ ନେଇ ଚମକାଇବା ଭଳି ନିଷ୍ପତ୍ତି ନେଇଛି। ରିପୋର୍ଟ ମୁତାବକ ମୁମ୍ବାଇ ଟିମ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍ କରିବ। ଏହାଛଡ଼ା ଜସପ୍ରିତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ରହିବେ। ଏହାଛଡ଼ା ସମସ୍ତଙ୍କୁ ଚମକାଇ ରୋହିତ ଶର୍ମାଙ୍କୁ ମଧ୍ୟ ଟିମ୍ରେ ରଖିବା […] The post ଏହି ୪ ଖେଳାଳିଙ୍କୁ ହିଁ ରିଟେନ୍ କରିବ ମୁମ୍ବାଇ ଇଣ୍ଡିଆନ୍ସ, ରୋହିତଙ୍କୁ ନେଇ ଆସିଲା ବଡ଼ ଖବର… appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧୦: ଆଇପିଏଲ୍ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇଛି। ମେଗା ଅକ୍ସନ ପୂର୍ବରୁ ଦଳ ଯେଉଁ ୪ ଖେଳାଳିଙ୍କୁ ପ୍ରଥମେ ରିଟେନ୍ କରିବ ତାହା ସ୍ଥିର କରିଛି। ଏହାଛଡ଼ା ରୋହିତ ଶର୍ମାଙ୍କୁ ନେଇ ଚମକାଇବା ଭଳି ନିଷ୍ପତ୍ତି ନେଇଛି।
ରିପୋର୍ଟ ମୁତାବକ ମୁମ୍ବାଇ ଟିମ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍ କରିବ। ଏହାଛଡ଼ା ଜସପ୍ରିତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ରହିବେ। ଏହାଛଡ଼ା ସମସ୍ତଙ୍କୁ ଚମକାଇ ରୋହିତ ଶର୍ମାଙ୍କୁ ମଧ୍ୟ ଟିମ୍ରେ ରଖିବା ଲାଗି ଫ୍ରାଞ୍ଚାଇଜ ନିଷ୍ପତ୍ତି ନେଇଛି।
ପୂର୍ବରୁ ରୋହିତ ମୁମ୍ବାଇରୁ ଅଲଗା ହୋଇପାରନ୍ତି ବୋଲି କୁହାଯାଉଥିଲା। ଗତବର୍ଷ ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ଅଧିନାୟକ ହୋଇଥିଲେ। ହେଲେ ଦଳ ଖରାପ ପ୍ରଦର୍ଶନ ଯୋଗୁ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲା।
ତେବେ କେବଳ ମୁମ୍ବାଇ ନୁହେଁ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜର ରିଟେନ କରିଥିବା ଖେଳାଳି ନିଶ୍ଚିତ କରିଛି। ଦଳ ପ୍ରଥମେ ହେନରିକ କ୍ଲାସେନଙ୍କୁ ରିଟେନ୍ କରିବାକୁ ଯାୁଛି, ଯାହାଙ୍କୁ ସେ ୨୩ କୋଟି ଦେବେ। ଏହାଛଡ଼ା ପ୍ୟାଟ୍ କମିନ୍ସ, ଅଭିଷେକ ଶର୍ମାଙ୍କୁ ମଧ୍ୟ ରିଟେନ୍ କରିବା ଏକ ପ୍ରକାର ନିଶ୍ଚିତ।
The post ଏହି ୪ ଖେଳାଳିଙ୍କୁ ହିଁ ରିଟେନ୍ କରିବ ମୁମ୍ବାଇ ଇଣ୍ଡିଆନ୍ସ, ରୋହିତଙ୍କୁ ନେଇ ଆସିଲା ବଡ଼ ଖବର… appeared first on Dharitri Odia News.