ନିଜକୁ ଭଗବାନ କହୁଛନ୍ତି ମୋଦି: କେଜ୍ରିୱାଲ
ନୂଆଦିଲ୍ଲୀ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାର ବଢିଗଲାଣି। ଆଜିକାଲି ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି କଥା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କଠାରେ ଅହଂକାର ଦୃଶ୍ୟମାନ ହେଉଛି। ସେ ବାଓଲୋଜିକାଲି ଜନ୍ମ ହୋଇନାହାଁନ୍ତି, ସେ ଈଶ୍ବରଙ୍କ ଅବତାର ବୋଲି କହୁଛନ୍ତି। ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ ନିଜକୁ ପ୍ରଧାନ ସେବକ ବୋଲି କହିଥିଲେ, ତା’ପରେ […] The post ନିଜକୁ ଭଗବାନ କହୁଛନ୍ତି ମୋଦି: କେଜ୍ରିୱାଲ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାର ବଢିଗଲାଣି। ଆଜିକାଲି ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି କଥା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କଠାରେ ଅହଂକାର ଦୃଶ୍ୟମାନ ହେଉଛି। ସେ ବାଓଲୋଜିକାଲି ଜନ୍ମ ହୋଇନାହାଁନ୍ତି, ସେ ଈଶ୍ବରଙ୍କ ଅବତାର ବୋଲି କହୁଛନ୍ତି। ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ ନିଜକୁ ପ୍ରଧାନ ସେବକ ବୋଲି କହିଥିଲେ, ତା’ପରେ ୨୦୧୯ରେ ନିଜକୁ ଚୌକିଦାର ବୋଲି କହିଥିଲେ ଏବଂ ବର୍ତ୍ତମାନ ୨୦୨୪ରେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି।
ଏହି ସାକ୍ଷାତକାରରେ କେଜ୍ରିୱାଲଙ୍କୁ ପଚରାଯାଇଥିଲା, ସେ ଇଣ୍ଡିଆ ଆଲାଇନ୍ସ ପାଇଁ ପ୍ରଚାର କରିଛନ୍ତି। ଏଥିରୁ କିଛି ଲାଭ ହେବ କି? ଏହା ଉପରେ ସେ କହିଛନ୍ତି, ଗୀତାରେ ଏହା ଲେଖାଯାଇଛି ଯେ ଜଣେ କାମ କରିବା ଉଚିତ୍ ଏବଂ ଫଳାଫଳ ବିଷୟରେ ଚିନ୍ତା କର ନାହିଁ । ମୁଁ ପ୍ରଚାର କରିଛି ଏହାର ପ୍ରତିକ୍ରିୟା ବହୁତ ଭଲ ହୋଇଛି।
The post ନିଜକୁ ଭଗବାନ କହୁଛନ୍ତି ମୋଦି: କେଜ୍ରିୱାଲ appeared first on Dharitri Odia News.