ଭାରତ ସହ ବନ୍ଧୁତାର ନୂଆ ଅଧ୍ୟାୟ: ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି କଲା…

ଭିଏଣ୍ଟିଆନ୍‌,୨୭।୭: ଲାଓ ପିଡିଆର୍‌(ଲାଓ ପିପୁଲ୍ସ ଡେମୋକ୍ରାଟିକ୍‌ ରିପବ୍ଲିକ) ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଲାଓସ୍‌କୁ ଯାତ୍ରା ସମୟରେ ଏହି ଟିକେଟ ଜାରି କରାଯାଇଥିବା ବେଳେ ଏହା ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ଏବଂ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରୁଛି ବୋଲି କୁହାଯାଉଛି। ଦେଶର ରାଜଧାନୀ ଭିଏଣ୍ଟିଆନ୍‌ରେ ଆୟୋଜିତ ଏକ […] The post ଭାରତ ସହ ବନ୍ଧୁତାର ନୂଆ ଅଧ୍ୟାୟ: ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି କଲା… appeared first on Dharitri Odia News.

ଭାରତ ସହ ବନ୍ଧୁତାର ନୂଆ ଅଧ୍ୟାୟ: ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି କଲା…

ଭିଏଣ୍ଟିଆନ୍‌,୨୭।୭: ଲାଓ ପିଡିଆର୍‌(ଲାଓ ପିପୁଲ୍ସ ଡେମୋକ୍ରାଟିକ୍‌ ରିପବ୍ଲିକ) ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଲାଓସ୍‌କୁ ଯାତ୍ରା ସମୟରେ ଏହି ଟିକେଟ ଜାରି କରାଯାଇଥିବା ବେଳେ ଏହା ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ଏବଂ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରୁଛି ବୋଲି କୁହାଯାଉଛି।

ଦେଶର ରାଜଧାନୀ ଭିଏଣ୍ଟିଆନ୍‌ରେ ଆୟୋଜିତ ଏକ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ଲାଓ ପିଡିଆର୍‌ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସାଲେମକ୍ସାଇ କୋମାସିଥ ମିଳିତ ଭାବେ ସ୍ବତନ୍ତ୍ର ସ୍ମାରକପତ୍ର ଡାକ ଟିକେଟ ସେଟ୍‌ର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ।

ପ୍ରକାଶ ଯେ, ଭାରତ ଏବଂ ଲାଓ ପିଡିଆର୍‌ ମଧ୍ୟରେ ବୌଦ୍ଧ ଧର୍ମକୁ ନେଇ ଏକ ମଜଭୂତ ସମ୍ପର୍କ ରହିଆସିଛି। କାରଣ ଲାଓ ପିଡିଆର୍‌ ହେଉଛି ସେହି ଦେଶ ଯେଉଁଠାରେ ବୌଦ୍ଧ ଧର୍ମର ଉତ୍ପତ୍ତି ହୋଇଥିଲା। ଏଠାରେ ଧର୍ମ ସହ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି, ଯାହା ଦକ୍ଷିଣ ପୂର୍ବ ଏସିଆରେ ଅନୁସରଣ କରାଯାଇଥାଏ।

The post ଭାରତ ସହ ବନ୍ଧୁତାର ନୂଆ ଅଧ୍ୟାୟ: ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି କଲା… appeared first on Dharitri Odia News.