ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲା: କୋର୍ଟ କଲେ ଶୁଣାଣି
ଖୋର୍ଦ୍ଧା,୩୧।୫ (ପ୍ରଭାତ ପାଣିଗ୍ରାହୀ): ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଶୁକ୍ରବାର ଖୋର୍ଦ୍ଧା କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥଲେ। ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି […] The post ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲା: କୋର୍ଟ କଲେ ଶୁଣାଣି appeared first on Dharitri Odia News.
ଖୋର୍ଦ୍ଧା,୩୧।୫ (ପ୍ରଭାତ ପାଣିଗ୍ରାହୀ): ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଶୁକ୍ରବାର ଖୋର୍ଦ୍ଧା କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥଲେ।
ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ତାଙ୍କର ଜାମିନ ଆବେଦନ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଖୋର୍ଦ୍ଧା ବାରର ୪୦ରୁ ଉର୍ଦ୍ଧ ଆଇନଜୀବୀ ପ୍ରଶାନ୍ତଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ । ମାନ୍ୟବର କୋର୍ଟ ପ୍ରଶାନ୍ତଙ୍କ ଓକିଲଙ୍କ ସହ ସରକାରୀ ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ତେବେ କୋର୍ଟ ବାହାରେ ଆଇନଜୀବୀ ତଥା ଭାଜପା ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ପ୍ରଶାନ୍ତଙ୍କ ଗିରଫଦାରୀ ଘଟଣାକୁ ଚକ୍ରାନ୍ତ କହିବା ସହ ଏଥିପାଇଁ ମୁଖ୍ୟ ଚକ୍ରାନ୍ତ କାରି ରାଜ୍ୟର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ଡିଏସ କୁଟେ ଏବଂ ଆଶିଷ ସିଂଙ୍କ ବିରୋଧରେ ଇସିଆଇ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛନ୍ତି।
The post ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲା: କୋର୍ଟ କଲେ ଶୁଣାଣି appeared first on Dharitri Odia News.