ଗାଜା ଉପରେ ସମ୍ପୂର୍ଣ୍ଣ କବଜା ପାଇଁ ନେତନ୍ୟାହୁଙ୍କ ଘୋଷଣା, ଅଞ୍ଚଳ ଖାଲି କରିବାକୁ ଲୋକଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଗାଜା ପଟ୍ଟି ଉପରେ ଘନଘନ ଆକ୍ରମଣ ପରେ ଏବେ ବଡ଼ ରଣନୀତି କରୁଛି ଇସ୍ରାଏଲ୍ । ପୂରା ଗାଜାକୁ କବଜା କରିବା ପାଇଁ ଇସ୍ରାଏଲ୍ ଯୋଜନା କରୁଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସୋମବାର କହିଛନ୍ତି ଯେ ପୂରା ଗାଜାକୁ ନିୟନ୍ତ୍ରଣ କରିବାର ଅଛି, କାରଣ ସେନା ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଅଭିଯାନକୁ ଆହୁରି ଜୋରଦାର କରିଛି । ନେତନ୍ୟାହୁ ଏକ ଭିଡିଓ ପୋଷ୍ଟରେ କହିଛନ୍ତି, 'ଲଢେଇ ତୀବ୍ର ହୋଇଛି ଓ ଆମେ ଆଗକୁ ବଢୁଛୁ । ଆମେ ପୂରା ଗାଜା ପଟ୍ଟି ଉପରେ ନିୟନ୍ତ୍ରଣ ହାସଲ କରିବୁ ।' ଏହାରି ଭିତରେ ଇସ୍ରାଏଲୀ ସେନା ଗାଜାର ଅନ୍ୟତମ ବଡ଼ ସହର ଖାନ ୟୁନିସ୍ ଓ ଏହାର ଆଖପାଖ ଅଞ୍ଚଳ ଖାଲି କରିବା ପାଇଁ ଲୋକଙ୍କୁ ଆଦେଶ ଦେଇଛି । ସୈନ୍ୟ ମୁଖପାତ୍ର ଅବିଚାୟ ଅନ୍ଦ୍ରାଇ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ପୂରା ଅଞ୍ଚଳକୁ ବିପଦଜ୍ଜନକ ଯୁଦ୍ଧ କ୍ଷେତ୍ର ବୋଲି କହିଛନ୍ତି ।ତେବେ ଗାଜାରେ ମାନବୀୟ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ସହଯୋଗୀଙ୍କ ଚାପରେ ନେଇଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ସହଯୋଗୀ କ୍ଷାଧାର୍ତ୍ତର ଫଟୋଗୁଡ଼ିକ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ନେତନ୍ୟାହୁ କହିଛନ୍ତି, 'ଆମେ ଗୋଟିଏ କଥା ସହ୍ୟ କରିପାରିବୁ ନାହିଁ ବୋଲି ଦୁନିଆରେ ଇସ୍ରାଏଲର ସବୁଠୁ ବଡ଼ ବନ୍ଧୁ ମତ ଦେଲା । ଆମେ ଭୋକ, ଭୋକରେ ଆଉଟୁପାଉଟ ଫଟୋକୁ ସ୍ୱୀକାର କରିପାରିବୁ ନାହି
ନୂଆଦିଲ୍ଲୀ: ଗାଜା ପଟ୍ଟି ଉପରେ ଘନଘନ ଆକ୍ରମଣ ପରେ ଏବେ ବଡ଼ ରଣନୀତି କରୁଛି ଇସ୍ରାଏଲ୍ । ପୂରା ଗାଜାକୁ କବଜା କରିବା ପାଇଁ ଇସ୍ରାଏଲ୍ ଯୋଜନା କରୁଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସୋମବାର କହିଛନ୍ତି ଯେ ପୂରା ଗାଜାକୁ ନିୟନ୍ତ୍ରଣ କରିବାର ଅଛି, କାରଣ ସେନା ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଅଭିଯାନକୁ ଆହୁରି ଜୋରଦାର କରିଛି । ନେତନ୍ୟାହୁ ଏକ ଭିଡିଓ ପୋଷ୍ଟରେ କହିଛନ୍ତି, 'ଲଢେଇ ତୀବ୍ର ହୋଇଛି ଓ ଆମେ ଆଗକୁ ବଢୁଛୁ । ଆମେ ପୂରା ଗାଜା ପଟ୍ଟି ଉପରେ ନିୟନ୍ତ୍ରଣ ହାସଲ କରିବୁ ।' ଏହାରି ଭିତରେ ଇସ୍ରାଏଲୀ ସେନା ଗାଜାର ଅନ୍ୟତମ ବଡ଼ ସହର ଖାନ ୟୁନିସ୍ ଓ ଏହାର ଆଖପାଖ ଅଞ୍ଚଳ ଖାଲି କରିବା ପାଇଁ ଲୋକଙ୍କୁ ଆଦେଶ ଦେଇଛି । ସୈନ୍ୟ ମୁଖପାତ୍ର ଅବିଚାୟ ଅନ୍ଦ୍ରାଇ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ପୂରା ଅଞ୍ଚଳକୁ ବିପଦଜ୍ଜନକ ଯୁଦ୍ଧ କ୍ଷେତ୍ର ବୋଲି କହିଛନ୍ତି ।
ତେବେ ଗାଜାରେ ମାନବୀୟ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ସହଯୋଗୀଙ୍କ ଚାପରେ ନେଇଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ସହଯୋଗୀ କ୍ଷାଧାର୍ତ୍ତର ଫଟୋଗୁଡ଼ିକ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ନେତନ୍ୟାହୁ କହିଛନ୍ତି, 'ଆମେ ଗୋଟିଏ କଥା ସହ୍ୟ କରିପାରିବୁ ନାହିଁ ବୋଲି ଦୁନିଆରେ ଇସ୍ରାଏଲର ସବୁଠୁ ବଡ଼ ବନ୍ଧୁ ମତ ଦେଲା । ଆମେ ଭୋକ, ଭୋକରେ ଆଉଟୁପାଉଟ ଫଟୋକୁ ସ୍ୱୀକାର କରିପାରିବୁ ନାହିଁ ବୋଲି କହିଲେ । ଏଥିରେ ସେ ଆମକୁ ସମର୍ଥନ କରିପାରିବେ ନାହିଁ ବୋଲି କହିଲେ । ତେଣୁ ବିଜୟ ହାସଲ କରିବା ପାଇଁ ଆମକୁ ସମସ୍ୟାର ସମାଧାନ କରିବାକୁ ପଡ଼ିବ ।' ସେ କହିଛନ୍ତି ଯେ ସହାୟତା ପ୍ରଦାନ କରାଯିବା, କିନ୍ତୁ ତାହା ସର୍ବନିମ୍ନ ହେବ ।
ଇସ୍ରାଏଲ୍ ସେନା ରବିବାର ଗାଜା ପଟ୍ଟିରେ ବ୍ୟାପକ ସ୍ତରରେ ସ୍ଥଳ ମାର୍ଗରେ ସୈନ୍ୟ ଅଭିଯାନ ଆରମ୍ଭ କରିବା ନେଇ ଘୋଷଣା କରିଥିଲା । ଇସ୍ରାଏଲ୍ ପକ୍ଷରୁ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପାଲେଷ୍ଟାଇନ୍ ଉପରେ ଆକ୍ରମଣର ଗୋଟିଏ ଦିନ ପୂରେ ଏହି ବୟାନ ଆସିଛି । ନିଜ ସର୍ତ୍ତରେ ଯୁଦ୍ଧବିରତି ଯୁଦ୍ଧବିରତି ପାଇଁ ହମାସ ଉପରେ ଚାପ ପାଇବାର ଲାଗି ଏହା ଇସ୍ରାଏଲର ନୂତନ ରଣନୀତି ।