ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର: ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲେ ସରପଞ୍ଚ

କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ପରଲସିଙ୍ଗା ପଞ୍ଚାୟତ ରଏନପଡା ଗ୍ରାମର ବିରଞ୍ଚି ନାଏକ (୩୨)ଙ୍କୁ ଯୋଜନା ମୁତାବକ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ସ୍ତ୍ରୀ ଲିଲି ନାଏକ ଅଭିଯୋଗ କରିଛନ୍ତି। ଏ ନେଇ କେସିଙ୍ଗା ଥାନା ପୋଲିସ ଏକ ମାମଲା(ନଂ,୧୯୩/୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ଘରର ଏକୁଟିଆ ରୋଜଗାର କ୍ଷମ ବିରଞ୍ଚିଙ୍କୁ ହରାଇ ସ୍ତ୍ରୀ ପିଲାଛୁଅଙ୍କ ସମେତ ବିଧମା ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଘଟଣାର ତଦନ୍ତ […] The post ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର: ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲେ ସରପଞ୍ଚ appeared first on Dharitri Odia News.

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର: ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲେ ସରପଞ୍ଚ

କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ପରଲସିଙ୍ଗା ପଞ୍ଚାୟତ ରଏନପଡା ଗ୍ରାମର ବିରଞ୍ଚି ନାଏକ (୩୨)ଙ୍କୁ ଯୋଜନା ମୁତାବକ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ସ୍ତ୍ରୀ ଲିଲି ନାଏକ ଅଭିଯୋଗ କରିଛନ୍ତି। ଏ ନେଇ କେସିଙ୍ଗା ଥାନା ପୋଲିସ ଏକ ମାମଲା(ନଂ,୧୯୩/୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପକ୍ଷେ ଘରର ଏକୁଟିଆ ରୋଜଗାର କ୍ଷମ ବିରଞ୍ଚିଙ୍କୁ ହରାଇ ସ୍ତ୍ରୀ ପିଲାଛୁଅଙ୍କ ସମେତ ବିଧମା ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏଭଳି ସ୍ଥିତିରେ ବିରଞ୍ଚିଙ୍କ ଶୁଦ୍ଧିକ୍ରିୟା କରିବା ପାଇଁ ସ୍ଥାନୀୟ ସରପଞ୍ଚ କୃତାଞ୍ଜଳି ଗୌଡ଼ ମୃତ ବିରଞ୍ଚିଙ୍କ ଘରକୁ ଯାଇ ସ୍ତ୍ରୀ ଲିଲି ନାଏକଙ୍କୁ ଭେଟି ବୁଧବାର ୩ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିରଞ୍ଚିଙ୍କୁ ଗ୍ରାମର ୨ଜଣ ସାଙ୍ଗ ଫୋନ କରି ଗତ ୧୨ତାରିଖ ସନ୍ଧ୍ୟାରେ ଡାକିଥିଲେ। ହେଲେ ବିରଞ୍ଚି ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ଫୋନ କରିଥିଲେ। ହେଲେ ଫୋନ ସୁଇଜ୍‌ ଅପ ରହିଥିଲା। ଏନେଇ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ହେଲେ ବିରଞ୍ଚିଙ୍କ କୌଣସି ପର୍ତ୍ତା ମିଳି ନ ଥିଲା।

ସୋମବାର ରାତିରେ ଭମରମାଲ ଗାଁ ଛକ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ପରିବାର ଲୋକଙ୍କୁ ଖବର ମଳିଥିଲା। ପରିବାରର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରି କେସିଙ୍ଗା ପୋଲିସକୁ ଖବର ଦେଇଥିଲେ।

The post ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର: ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲେ ସରପଞ୍ଚ appeared first on Dharitri Odia News.