ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍‌ଚଲ୍‌

ପାଟନା,୩।୯: ଦୀର୍ଘ ୮ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଙ୍ଗଳବାର ଭେଟିଛନ୍ତି ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ। ମୁଖ୍ୟମନ୍ତ୍ରୀ ସଚିବାଳୟରେ ନୀତୀଶ ପହଞ୍ଚିବା ପରେ ତେଜସ୍ବୀ ତାଙ୍କୁ ସାକ୍ଷାତ କରିଥିଲେ। ସୂଚନା କମିଶନର ପଦରେ ନିଯୁକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବ ଏକାଠି ହୋଇଥିଲେ। ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀଦଳର ନେତା ସୂଚନା କମିଶନର୍‌ ପଦରେ ନିଯୁକ୍ତିର ନାମକୁ ଅନୁମୋଦନ କରିଛନ୍ତି। ନୀତୀଶ କୁମାର ଏବଂ ତେଜସ୍ବୀ […] The post ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍‌ଚଲ୍‌ appeared first on Dharitri Odia News.

ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍‌ଚଲ୍‌

ପାଟନା,୩।୯: ଦୀର୍ଘ ୮ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଙ୍ଗଳବାର ଭେଟିଛନ୍ତି ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ। ମୁଖ୍ୟମନ୍ତ୍ରୀ ସଚିବାଳୟରେ ନୀତୀଶ ପହଞ୍ଚିବା ପରେ ତେଜସ୍ବୀ ତାଙ୍କୁ ସାକ୍ଷାତ କରିଥିଲେ। ସୂଚନା କମିଶନର ପଦରେ ନିଯୁକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବ ଏକାଠି ହୋଇଥିଲେ। ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀଦଳର ନେତା ସୂଚନା କମିଶନର୍‌ ପଦରେ ନିଯୁକ୍ତିର ନାମକୁ ଅନୁମୋଦନ କରିଛନ୍ତି। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବ ନିଜ ନିଜ ଗାଡିରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ପହଞ୍ଚିଥିଲେ।
ରାଜ୍ୟରେ ସୂଚନା କମିଶନରଙ୍କୁ କ୍ୟାବିନେଟ ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନିଯୁକ୍ତ କରିଥାନ୍ତି। ମୁଖ୍ୟମନ୍ତ୍ରୀ କମିଟିର ସଭାପତି, ସେହି କମିଟିରେ ବିରୋଧୀ ଦଳର ନେତାମାନେ ବିଧାନସଭା ଏବଂ କ୍ୟାବିନେଟର ସଦସ୍ୟ ଥାନ୍ତି।
ଏଥି ସହିତ ଏହି ବୈଠକ ସମ୍ପର୍କରେ ତେଜସ୍ବୀ ଯାଦବ କହିଛନ୍ତି, ସୂଚନା କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ସହିତ ନବମ ଅନୁସୂଚୀତ ପ୍ରସଙ୍ଗରେ ଆଲୋଚନା କରି ଥିବା ସେ କହିଛନ୍ତି।

The post ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍‌ଚଲ୍‌ appeared first on Dharitri Odia News.