୬୧ ଦିନ ଯାଏ ମାଛ ଧରିବା ମନା
ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ଏହି ୨ମାସରେ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରି ପାରିବେ ନାହିଁ। ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର (ଚିଠି ନଂ.୩୯୮୭) ଜାରି କରାଯାଇଛି। ଏହି କଟକଣା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ ରହିବ। ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ଏପରି […] The post ୬୧ ଦିନ ଯାଏ ମାଛ ଧରିବା ମନା appeared first on Dharitri Odia News.
ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ଏହି ୨ମାସରେ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରି ପାରିବେ ନାହିଁ। ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର (ଚିଠି ନଂ.୩୯୮୭) ଜାରି କରାଯାଇଛି। ଏହି କଟକଣା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ ରହିବ। ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ଏପରି କଟକଣା ୨୦୦୭ ମସିହାରୁ ଚାଲିଛି। ପୂର୍ବରୁ ଏହା ୪୫ ଦିନ ରହୁଥିଲା। ୨୦୧୭ ରୁ ୬୧ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏପରି କରାଯାଉଛି। ଏପ୍ରିଲ ୧୫ ରୁ ଜୁନ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକଣା ଜାରି ହେବା ପୂର୍ବରୁ ରବିବାର ସା ସୁଦ୍ଧା ସମୁଦ୍ର ଭିତରେ ଥିବା ମାଛଧରା ବୋଟଗୁଡ଼ିକ ମାଛଧରା ବନ୍ଦର ପୋତାଶ୍ରୟକୁ ଫେରି ଆସିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ମାଛଧରା ବନ୍ଦରରୁ ପ୍ରାୟ ୬୦୦ ବଡ଼ ବୋଟ ଓ ୨୦୦ ଛୋଟ ଡଙ୍ଗା ମାଛ ଧରିବା ପାଇଁ ନିୟମିତ ସମୁଦ୍ରକୁ ଯାଇଥାନ୍ତି। ଏହି ମତ୍ସ୍ୟ ଶିଳ୍ପ ଉପରେ ପ୍ରାୟ ୫୦ ହଜାର ଲୋକ ନିର୍ଭରଶୀଳ ବୋଲି ଓମ୍ଫା (ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ଏବେ ସେମାନେ ଦୁଇମାସ ଘରକୁ ପଳାଇ ଯିବେ। ୨୦୦୫ ପୂର୍ବରୁ ଗୋଟିଏ ବୋଟ୍ ସମୁଦ୍ରରେ ବର୍ଷକୁ ୨୦ ରୁ ୨୨ଥର ସମୁଦ୍ରକୁ ଯାଇ ମାଛଧରି ଫେରୁଥିଲେ।
ଏବେ ବର୍ଷକୁ ୧୦ ରୁ୧୨ଥର ସମୁଦ୍ରକୁ ଯିବା କଷ୍ଟକର ହେଉଛି ବୋଲି ଏକ ବୋଟ୍ ମାଲିକ ନରେନ୍ଦ୍ର ବିଶ୍ୱାଳ କୁହନ୍ତି। ସମୁଦ୍ରରେ ମାଛ ଉତ୍ପାଦନ ହ୍ରାସ ପାଇବା, ଅନିୟନ୍ତ୍ରିତ ପାଣିପାଗ, ଇନ୍ଧନ ମୂଲ୍ୟ ବୃଦ୍ଧି, ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ୬ ମାସ କଟକଣା, ନଦୀ ମୁହାଣ ଅଶାନ୍ତ ରହିବା ଭଳି ଘଟଣା ଏହାର ପ୍ରମୁଖ କାରଣ ବୋଲି ସେ ପ୍ରକାଶ କରିଛନ୍ତି। ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କୁମାର କରଙ୍କ କହିବାନୁସାରେ,କଟକଣାକୁ ମତ୍ସ୍ୟଜୀବୀମାନେ ସହଜରେ ସ୍ବାଗତ କରିଥାନ୍ତି। କାରଣ ଏହି ସମୟ ମଧ୍ୟରେ ମାଛ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସମୟ ଥାଏ। ପ୍ରଜନନ, ଅଣ୍ଡାଦାନ ପାଇଁ ମା’ମାଛ କୂଳକୁ ଆସିଥାନ୍ତି। ଏହି ସମୟରେ ମାଛ ଧରିଲେ ମା’ଓ ଯାଅଁଳ ମାଛ କ୍ଷତିଗ୍ରସ୍ତ ହେବେ। ମାଛ ବଂଶ ବଢ଼ିଲେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିବ ବୋଲି ସେ କୁହନ୍ତି। ପାରାଦୀପ ମାଛଧରାବନ୍ଦର ଭିତରେ ଏତେ ଗୁଡିଏ ଲୋକଙ୍କ କାରବାର ପାଇଁ ସବୁବେଳେ ଗହଳ ଚହଳ ରହିଥାଏ। ଏବେ ୨ମାସ ସେଠାରେ ଖାଁ ଖାଁ ପରିବେଶ ଦେଖାଦେବ।
The post ୬୧ ଦିନ ଯାଏ ମାଛ ଧରିବା ମନା appeared first on Dharitri Odia News.