ଆତ୍ମନିର୍ଭରଶୀଳ କରିଛି ସୁଭଦ୍ରା ସହାୟତା

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରେ ଗୁରୁବାର ସୁଭଦ୍ରା ଯୋଜନା ସମ୍ପର୍କିତ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ୍ଯଯଯକ୍ଷତା କରିଥିବା ବେଳେ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ଏବଂ କାଉନସିଲର […] The post ଆତ୍ମନିର୍ଭରଶୀଳ କରିଛି ସୁଭଦ୍ରା ସହାୟତା appeared first on Dharitri Odia News.

ଆତ୍ମନିର୍ଭରଶୀଳ କରିଛି ସୁଭଦ୍ରା ସହାୟତା

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରେ ଗୁରୁବାର ସୁଭଦ୍ରା ଯୋଜନା ସମ୍ପର୍କିତ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ୍ଯଯଯକ୍ଷତା କରିଥିବା ବେଳେ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ଏବଂ କାଉନସିଲର ସନ୍ତୋଷିନୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କିଛି ମହିଳା ନିଜ ଅନୁଭୂତି ବର୍ଣ୍ଣନା କରି ସୁଭଦ୍ରା ଯୋଜନାରୁ ମିଳିଥିବା ଆର୍ଥିକ ସହାୟତା କିଭଳି ତାଙ୍କ ଅସମୟର ସାଥୀ ଏବଂ ଆତ୍ମନିର୍ଭରଶୀଳ ଦିଗରେ ସହାୟକ ହୋଇ ପାରିଛି। ସେଥିନେଇ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡ଼ି ସୁପ୍ରଭାଇଜର, ଅଙ୍ଗନବାଡି କର୍ମୀ, ସହାୟିକା, ଆଶାକର୍ମୀ ଓ ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିଲେ।

The post ଆତ୍ମନିର୍ଭରଶୀଳ କରିଛି ସୁଭଦ୍ରା ସହାୟତା appeared first on Dharitri Odia News.