ସିଡିଏ କାର୍ଯ୍ୟାଳୟ ଘେରିଲେ କଟକ ଉଠା ଦୋକନୀ ମହାସଂଘ, ଥଇଥାନ ପରେ ଉଚ୍ଛେଦ କରିବା ପାଇଁ ଜଣାଇଲେ ଦାବି

କଟକ: ଥଇଥାନ ଦାବିରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଘେରିଲେ କଟକ ଉଠା ଦୋକାନୀ ମହାସଂଘର ସଦସ୍ୟ ମାନେ। କଟକ ବାଦାମ ବାଡ଼ି ଛକଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଉଠା ଦୋକାନୀ ବ୍ୟବସାୟ କରୁଥିବାବେଳେ, ବିଭିନ୍ନ ସମୟରେ ସିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି। ପୂର୍ବରୁ ଉଠା ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ଭେଣ୍ଡିଂ ଜୋନ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କୌଣସି ପ୍ରକାରର ବ୍ୟବସ୍ଥା ନକରି ଉଚ୍ଛେଦ କରାଯାଉଥିବା ବେଳେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଏହି ବ୍ୟବସାୟୀମାନେ।ଆଉ ଏହାର ପ୍ରତିବାଦରେ ସିଡିଏ କାର୍ଯ୍ୟାଳୟ ଘେରାଉ କରିବା ସହ ମହାସଂଘ ପକ୍ଷରୁ ଉପ ଅଧ୍ୟକ୍ଷଙ୍କୁ ଦାବି ପତ୍ର ଦିଆଯାଇଛି । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି ବ୍ୟବସାୟୀ ମାନେ। ଅନ୍ୟପଟେ ଏହି ଦାବି ଉପରେ ବିଚାର କରାଯିବା ସହ ଯାହା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ତାହା କରାଯିବ ବୋଲି କହିଛନ୍ତି ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ବିଜୟ କୁମାର ଦାସ ।

ସିଡିଏ କାର୍ଯ୍ୟାଳୟ ଘେରିଲେ କଟକ ଉଠା ଦୋକନୀ ମହାସଂଘ, ଥଇଥାନ ପରେ ଉଚ୍ଛେଦ କରିବା ପାଇଁ ଜଣାଇଲେ ଦାବି

କଟକ: ଥଇଥାନ ଦାବିରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଘେରିଲେ କଟକ ଉଠା ଦୋକାନୀ ମହାସଂଘର ସଦସ୍ୟ ମାନେ। କଟକ ବାଦାମ ବାଡ଼ି ଛକଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଉଠା ଦୋକାନୀ ବ୍ୟବସାୟ କରୁଥିବାବେଳେ, ବିଭିନ୍ନ ସମୟରେ ସିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି। 

ପୂର୍ବରୁ ଉଠା ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ଭେଣ୍ଡିଂ ଜୋନ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କୌଣସି ପ୍ରକାରର ବ୍ୟବସ୍ଥା ନକରି ଉଚ୍ଛେଦ କରାଯାଉଥିବା ବେଳେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଏହି ବ୍ୟବସାୟୀମାନେ।

ଆଉ ଏହାର ପ୍ରତିବାଦରେ ସିଡିଏ କାର୍ଯ୍ୟାଳୟ ଘେରାଉ କରିବା ସହ ମହାସଂଘ ପକ୍ଷରୁ ଉପ ଅଧ୍ୟକ୍ଷଙ୍କୁ ଦାବି ପତ୍ର ଦିଆଯାଇଛି । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି ବ୍ୟବସାୟୀ ମାନେ। ଅନ୍ୟପଟେ ଏହି ଦାବି ଉପରେ ବିଚାର କରାଯିବା ସହ ଯାହା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ତାହା କରାଯିବ ବୋଲି କହିଛନ୍ତି ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ବିଜୟ କୁମାର ଦାସ ।