୨୭ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ପ୍ରବଳ ବର୍ଷାର ଆଲର୍ଟ

ଭୁବନେଶ୍ୱର ୨୦।୦୬ : ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ  ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ତାରିଖ ପରେ କିଛି ସ୍ଥାନରେ ଓ ୩୦   ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମୌସୁମୀ   ପ୍ରଭାବରେ ବର୍ଷା ହେବ । ବରିଷ୍ଠ ପାଣିପାଗ   ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ   ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତାଙ୍କ ଆକଳନ ଅନୁସାରେ, ୨୮ ତାରିଖ  ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ବା ଆଂଶିକ ମେଘୁଆ ପାଗ  ରହିବ । ଅନେକ ସ୍ଥାନରେ ଘଡ଼ଘଡ଼ି  ସହିତ ବର୍ଷା ହେବ । କିନ୍ତୁ ଗରମ  ଓ ଗୁଳୁଗୁଳି ରହିବ । ୨୪ ଓ ୨୫ରୁ  ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବା ସହ ତାପମାତ୍ରା ୩୬  ଡିଗ୍ରୀ ତଳକୁ ଖସିବ । ୨୮ ତାରିଖ  ଯାଏ ମାଲକାନଗିରି, ମୟୂରଭଞ୍ଜ,  ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ  ମୋଟ ୬୦ରୁ ୧୦୦ ମିଲିମିଟର ବର୍ଷା  ହେବ । ସେହିଭଳି ଉପକୂଳ ଓ ସଂଲଗ୍ନ  ଜିଲ୍ଲାରେ ୧୦ ଦିନରେ ୪୦ରୁ ୫୦  ମିମି ବର୍ଷା ହୋଇପାରେ । ଅନେକ  ସ୍ଥାନରେ ସ୍ୱାଭାବିକଠାରୁ କମ୍‌ ବର୍ଷା  ହେବ । ଏବେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି । ମାସ ଶେଷ ସୁଦ୍ଧା  ରାଜ୍ୟରେ ୩୦%ରୁ ଅଧିକ ନିଅଣ୍ଟିଆ  ବର୍ଷା ହେବ ବୋଲି ସେ କହିଛନ୍ତି । ବୁଧବାର ସୁଦ୍ଧା ରାଜ୍ୟର ଅଧିକାଂଶ  ସ୍ଥାନର ମାଟି ୧୫ରୁ ୨୦% ଓଦା ରହିଛି ।  ଆସନ୍ତା ସପ୍ତାହ ଭିତରେ ଏହି ଓଦା ସ୍ଥିତି  କମିବନି । ମୟୂରଭଞ୍

୨୭ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ପ୍ରବଳ ବର୍ଷାର ଆଲର୍ଟ

ଭୁବନେଶ୍ୱର ୨୦।୦୬ : ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ  ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ତାରିଖ ପରେ କିଛି ସ୍ଥାନରେ ଓ ୩୦   ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମୌସୁମୀ   ପ୍ରଭାବରେ ବର୍ଷା ହେବ । ବରିଷ୍ଠ ପାଣିପାଗ   ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ   ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । 

ତାଙ୍କ ଆକଳନ ଅନୁସାରେ, ୨୮ ତାରିଖ  ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ବା ଆଂଶିକ ମେଘୁଆ ପାଗ  ରହିବ । ଅନେକ ସ୍ଥାନରେ ଘଡ଼ଘଡ଼ି  ସହିତ ବର୍ଷା ହେବ । କିନ୍ତୁ ଗରମ  ଓ ଗୁଳୁଗୁଳି ରହିବ । ୨୪ ଓ ୨୫ରୁ  ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବା ସହ ତାପମାତ୍ରା ୩୬  ଡିଗ୍ରୀ ତଳକୁ ଖସିବ । ୨୮ ତାରିଖ  ଯାଏ ମାଲକାନଗିରି, ମୟୂରଭଞ୍ଜ,  ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ  ମୋଟ ୬୦ରୁ ୧୦୦ ମିଲିମିଟର ବର୍ଷା  ହେବ । ସେହିଭଳି ଉପକୂଳ ଓ ସଂଲଗ୍ନ  ଜିଲ୍ଲାରେ ୧୦ ଦିନରେ ୪୦ରୁ ୫୦  ମିମି ବର୍ଷା ହୋଇପାରେ । ଅନେକ  ସ୍ଥାନରେ ସ୍ୱାଭାବିକଠାରୁ କମ୍‌ ବର୍ଷା  ହେବ । ଏବେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି । ମାସ ଶେଷ ସୁଦ୍ଧା  ରାଜ୍ୟରେ ୩୦%ରୁ ଅଧିକ ନିଅଣ୍ଟିଆ  ବର୍ଷା ହେବ ବୋଲି ସେ କହିଛନ୍ତି । 

ବୁଧବାର ସୁଦ୍ଧା ରାଜ୍ୟର ଅଧିକାଂଶ  ସ୍ଥାନର ମାଟି ୧୫ରୁ ୨୦% ଓଦା ରହିଛି ।  ଆସନ୍ତା ସପ୍ତାହ ଭିତରେ ଏହି ଓଦା ସ୍ଥିତି  କମିବନି । ମୟୂରଭଞ୍ଜ, ମାଲକାନଗିରି,  କୋରାପୁଟ, ସୁନ୍ଦରଗଡ଼ରେ ମାଟି   ଅଧିକ ଓଦା ରହିବ। ବାଲେଶ୍ୱର, ଉପକୂଳ ଗଞ୍ଜାମ, ଗଜପତି, ରାୟଗଡ଼ା,  କନ୍ଧମାଳ, ବୌଦ୍ଧରେ ବି ମାଟି ଓଦା   ରହିବ। ଏଥିପାଇଁ ଖାଲ ଜମିରେ ଧାଡ଼ିରେ ଧାନ ବୁଣିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ମଧ୍ୟମ କିସମ ଜମିରେ ମାଟି ଓଦାକୁ   ଦେଖି ତଳି ପକାନ୍ତୁ । ୨୪ରୁ ୨୮  ତାରିଖ ଭିତରେ ବୁଣନ୍ତୁ । ଅଭ୍ୟନ୍ତର  ଢିପ ଜମିରେ ମାଟି ଓଦା ନ ଥିଲେ  ଜୁଲାଇ ପ୍ରଥମ ସପ୍ତାହକୁ ଅପେକ୍ଷା  କରିବାକୁ ସେ ପରାମର୍ଶ ଦେଇଛନ୍ତି ।  ଏବେ ଅଣଧାନ ଫସଲ ଲଗାଇବାକୁ  ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ମାଲକାନଗିରିରେ ମୌସୁମୀ ସକ୍ରିୟ  ହୋଇଛି ଏବଂ ପ୍ରବଳ ବର୍ଷା ହୋଇଛି ।  ଗତ ୨୪ ଘଣ୍ଟାରେ ୨୯.୪ମିମି ବର୍ଷା ହୋଇଛି । ଭୁବନେଶ୍ୱର, କଟକ,  ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା  ହୋଇଛି । ଗୁରୁବାର ସୁଦ୍ଧା ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ  ସ୍ଥାନକୁ ମୌସୁମୀ ଅଗ୍ରସର ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ   କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ   କହିଛନ୍ତି। ୨୦ରୁ ୨୩ ତାରିଖ ଯାଏ  ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି  ସହିତ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।