ଆରବିଆଇକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ,୧୩।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ଧମକ ମିଳିଛି। ଗୁରୁବାର ଅପରାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସିଆଲ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏହି ଇମେଲ ରୁଷୀୟ ଭାଷାରେ ପଠାଯାଇଥିଲା। ଏହି ମାମଲାରେ ମାତା ରମାବାଇ ମାର୍ଗ (MRA Marg) ପୋଲିସ ଷ୍ଟେଶନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ କେୟାର ନମ୍ବରରେ […] The post ଆରବିଆଇକୁ ବୋମାରେ ଉଡାଇବାକୁ ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ଧମକ ମିଳିଛି। ଗୁରୁବାର ଅପରାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସିଆଲ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏହି ଇମେଲ ରୁଷୀୟ ଭାଷାରେ ପଠାଯାଇଥିଲା। ଏହି ମାମଲାରେ ମାତା ରମାବାଇ ମାର୍ଗ (MRA Marg) ପୋଲିସ ଷ୍ଟେଶନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ କେୟାର ନମ୍ବରରେ ଏକ କଲ ଆସିଥିଲା ଏବଂ ସେ ନିଜକୁ ଲଶ୍କର-ଇ-ତାଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ସେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ।
The post ଆରବିଆଇକୁ ବୋମାରେ ଉଡାଇବାକୁ ଧମକ appeared first on Dharitri Odia News.