FM କଲେଜ: ଛାତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର, ଡାକ୍ତର କହିଲେ…

ବାଲେଶ୍ବର,୧୩।୭: ଫକୀର ମୋହନ ସୱୟଂଶାସିତ ମହାବିଦ୍ୟାଳୟ (FM କଲେଜ)ରେ ଜଣେ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ରହିଛି ଯେ, ଜଣେ ଶିକ୍ଷକଙ୍କ ଦ୍ୱାରା ଯୌନ ର୍ନିଯାତନା ଓ ମାନସିକ ଉତ୍ପୀଡ଼ନ ଯୋଗୁଁ ଏହି ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ଜୁଲାଇ ୧୨, ୨୦୨୫ ରେ ଘଟିଥିଲା ଏବଂ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର AIIMS ରେ ଚିକିତ୍ସା ପାଇଁ ଭର୍ତ୍ତି […] The post FM କଲେଜ: ଛାତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର, ଡାକ୍ତର କହିଲେ… appeared first on Dharitri Odia News.

FM କଲେଜ: ଛାତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର, ଡାକ୍ତର କହିଲେ…

ବାଲେଶ୍ବର,୧୩।୭: ଫକୀର ମୋହନ ସୱୟଂଶାସିତ ମହାବିଦ୍ୟାଳୟ (FM କଲେଜ)ରେ ଜଣେ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ରହିଛି ଯେ, ଜଣେ ଶିକ୍ଷକଙ୍କ ଦ୍ୱାରା ଯୌନ ର୍ନିଯାତନା ଓ ମାନସିକ ଉତ୍ପୀଡ଼ନ ଯୋଗୁଁ ଏହି ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ଜୁଲାଇ ୧୨, ୨୦୨୫ ରେ ଘଟିଥିଲା ଏବଂ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର AIIMS ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

AIIMS ଭୁବନେଶ୍ବରର ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ତାଙ୍କ ଦେହରେ ପ୍ରାୟ ୯5% ଜଳିଯାଇଥିବା ଜଣାପଡ଼ିଛି। AIIMS ରେ ଏକ ୧୨ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଛନ୍ତି। ଡ. ବିଶ୍ବାସ କହିଛନ୍ତି, “ଆମେ ସମସ୍ତ ସମ୍ଭାବ୍ୟ ଉପାୟରେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛୁ। ବର୍ନ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ଆବଶ୍ୟକ ହେଲେ ଏୟାରଲିଫ୍ଟ କରି ଅଧିକ ଉନ୍ନତ ଚିକିତ୍ସା ପାଇଁ ପ୍ରସ୍ତୁତି ଚାଲିଛି।”

ସୂଚନା ଅନୁଯାୟୀ, ଛାତ୍ରୀଜଣକ କଲେଜର ଶିକ୍ଷା ବିଭାଗର ମୁଖ୍ୟ (HOD) ସମୀର କୁମାର ସାହୁଙ୍କ ବିରୁଦ୍ଧରେ ଯୌନ ର୍ନିଯାତନାର ଅଭିଯୋଗ ଆଣିଥିଲେ। ଅଭିଯୋଗ ଥାଇ ମଧ୍ୟ କଲେଜ ପ୍ରଶାସନ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା ଯୋଗୁଁ ଛାତ୍ରୀଜଣକ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ କଲେଜର ପ୍ରିନ୍ସିପାଲ ଦିଲୀପ ଘୋଷ ଏବଂ HOD ସମୀର କୁମାର ସାହୁଙ୍କୁ ନିଲମ୍ବନ କରିଛି। ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି ଏବଂ ଘଟଣାର ତଦନ୍ତ ଚାଲିଛି। ଓଡ଼ିଶା ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ଏଫଏମ କଲେଜ ଘଟଣା: ରାଗିଗଲେ ସୋଫିଆ, କହିଦେଲେ ବଡ଼କଥା

The post FM କଲେଜ: ଛାତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର, ଡାକ୍ତର କହିଲେ… appeared first on Dharitri Odia News.