ଘରୁ ମିଳିଲା ବନ କର୍ମଚାରୀଙ୍କ ଅଧାପୋଡ଼ା ମୃତଦେହ, ବଞ୍ଚିଗଲେ ସ୍ତ୍ରୀ ଓ ପୁଅ

ନୟାଗଡ଼ ୩୧।୦୫ :  ନୟାଗଡ଼ ବାରମାସୀ ଦଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟରଙ୍କ ଅଧାପୋଡ଼ା ମୃତଦେହ ଠାବ ହୋଇଛି । ମୃତ ଫରେଷ୍ଟରଙ୍କ ନାମ ଶିଶିର ସାହୁ ବୋଲି ଜଣାପଡିଛି ।  ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।ଖବର ଅନୁଯାୟୀ,  ଶିଶିର ଓ ତାଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକ ଘରେ ଥିବା ବେଳେ ହଠାତ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ପାଟି କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସମ୍ଭବ ହୋଇପାରିନଥିଲା । ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ପୁରା ଆୟତ୍ତ କରିଥିଲା । ଏହାପରେ ବେଡ୍‌ରୁମ୍‌ରୁ ଶିଶିରଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କରିଥିଲେ । ଅନ୍ୟପଟେ ଶିଶିରଙ୍କ ସ୍ତ୍ରୀ ନମିତା ମଧ୍ୟ ନିଆଁରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇନାହିଁ । ସେହିପରି ଅଗ୍ନିକାଣ୍ଡରେ ଘରର ଅନେକ ସାମଗ୍ରୀ ସହ ସ୍କୁଟିଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ଯାଏଁ  ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । କେମିତି ନିଆଁ ଲାଗିଲା ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । 

ଘରୁ ମିଳିଲା ବନ କର୍ମଚାରୀଙ୍କ ଅଧାପୋଡ଼ା ମୃତଦେହ, ବଞ୍ଚିଗଲେ ସ୍ତ୍ରୀ ଓ ପୁଅ

ନୟାଗଡ଼ ୩୧।୦୫ :  ନୟାଗଡ଼ ବାରମାସୀ ଦଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟରଙ୍କ ଅଧାପୋଡ଼ା ମୃତଦେହ ଠାବ ହୋଇଛି । ମୃତ ଫରେଷ୍ଟରଙ୍କ ନାମ ଶିଶିର ସାହୁ ବୋଲି ଜଣାପଡିଛି ।  ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ଖବର ଅନୁଯାୟୀ,  ଶିଶିର ଓ ତାଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକ ଘରେ ଥିବା ବେଳେ ହଠାତ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ପାଟି କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସମ୍ଭବ ହୋଇପାରିନଥିଲା । ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ପୁରା ଆୟତ୍ତ କରିଥିଲା । ଏହାପରେ ବେଡ୍‌ରୁମ୍‌ରୁ ଶିଶିରଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କରିଥିଲେ । ଅନ୍ୟପଟେ ଶିଶିରଙ୍କ ସ୍ତ୍ରୀ ନମିତା ମଧ୍ୟ ନିଆଁରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇନାହିଁ । ସେହିପରି ଅଗ୍ନିକାଣ୍ଡରେ ଘରର ଅନେକ ସାମଗ୍ରୀ ସହ ସ୍କୁଟିଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନ ଯାଏଁ  ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । କେମିତି ନିଆଁ ଲାଗିଲା ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ ।