ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା
ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ ନାମ ଘୋଷଣା ପରେ ବିଜେଡି ବୁଧବାର ଲୋକ ସଭା ଏବଂ ବିଧାନସଭା ଆସନ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ନାମ ଘୋଷଣା କରିଛି। ବିଜେଡି ତରଫରୁ ୯ଟି ଲୋକ ସଭା ଓ ୪୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ତେବେ ବିଜେଡିର ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ […] The post ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା appeared first on Dharitri Odia News.
ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ ନାମ ଘୋଷଣା ପରେ ବିଜେଡି ବୁଧବାର ଲୋକ ସଭା ଏବଂ ବିଧାନସଭା ଆସନ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ନାମ ଘୋଷଣା କରିଛି। ବିଜେଡି ତରଫରୁ ୯ଟି ଲୋକ ସଭା ଓ ୪୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ତେବେ ବିଜେଡିର ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏଭଳି ପରିସ୍ଥିତିରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲା କଂଗ୍ରେସ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ ଦଳ ଛାଡି ବିଜେଡିରେ ଯୋଗଦାନ କରିବା ଚର୍ଚ୍ଚା ଘନେଇବାରେ ଲାଗିଛି। ଗୁରୁବାର ଭୁବନେଶ୍ୱର ଯାଇ ନିଜର ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗଦାନ କରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାଯାଇଛି। ବୁଧବାର ଦିନତମାମ ସିଂଭୋଇଙ୍କ ବାସଭବନରେ ତାଙ୍କ ସମର୍ଥକଙ୍କ ସହ ସଭା କରି ବିଜେଡିରେ ଯୋଗଦାନ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ଜଣାପଡିଛି। ସମର୍ଥକଙ୍କ ମଧ୍ୟରେ କଂଗ୍ରେସ ଦଳର ବହୁ ବରିଷ୍ଠ ନେତା, ଜିଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷା, ବ୍ଲକ ଉପାଧ୍ୟକ୍ଷ ତଥା ଅଞ୍ଚଳର ସମିତି ସଭ୍ୟା ସଭ୍ୟ, ସରପଞ୍ଚ ରୁଣ୍ଡ ହୋଇଥିଲେ। ସେମାନେ ସମସ୍ତେ ବିଜେଡିରେ ମିଶିବେ ବୋଲି କୁହାଯାଉଛି। ସଇଁତଳା ହେଉଛି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପୈତୃକ ଘର। ସେ ଜିଲା କଂଗ୍ରେସ ସଭାପତି ଭାବେ ସୁରେନ୍ଦ୍ରଙ୍କୁ କିଛି ଦିନ ଆଗରୁ ଦାୟିତ୍ୱ ଦେଇଥିଲେ। ଜିଲା କଂଗ୍ରେସର କୌଣସି କାମ ନକରି ସିଧା ବିଜେଡିରେ ଯୋଗଦାନ କରିବା ଚର୍ଚ୍ଚା ଜିଲାର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ସମର୍ଥକ ଏବଂ କର୍ମୀଙ୍କୁ ଚିନ୍ତାରେ ପକାଇଛି। ବିଜେଡିରେ ଯୋଗଦାନ କଲେ ସୁରେନ୍ଦ୍ରଙ୍କୁ ବିଜେଡି ପକ୍ଷରୁ ଲୋକ ସଭା ପ୍ରାର୍ଥୀ କରାଯିବ ବୋଲି ଖୋଲାଖୋଲି ଆଲୋଚନା ହେଉଛି। ଯଦି ସୁରେନ୍ଦ୍ର ବିଜେଡିରେ ଯୋଗଦାନ କରନ୍ତି, ତେବେ କଂଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି।
The post ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା appeared first on Dharitri Odia News.