ଦଡିବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତଙ୍କୁ ସମ୍ବର୍ଦ୍ଧନା, ଭଲ ଛାତ୍ର ଗଢ଼ିବା ନିଶା…
ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି କ୍ଲଷ୍ଟର ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂ ମେ’ମାସ ଶେଷରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଖରାଛୁଟି ରହିଥିବାରୁ ସେହି ସମୟରେ ତାଙ୍କୁ କ୍ଲଷ୍ଟର ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇପାରି ନ ଥିଲା। ଶନିବାର କ୍ଲଷ୍ଟରର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏକାଠି ହୋଇ ସିମନବାଡି ବିଦ୍ୟାଳୟ ପରିସର ମଧ୍ୟରେ ଅବସରକାଳୀନ ଉତ୍ସବ ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। […] The post ଦଡିବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତଙ୍କୁ ସମ୍ବର୍ଦ୍ଧନା, ଭଲ ଛାତ୍ର ଗଢ଼ିବା ନିଶା… appeared first on Dharitri Odia News.
ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି କ୍ଲଷ୍ଟର ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂ ମେ’ମାସ ଶେଷରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଖରାଛୁଟି ରହିଥିବାରୁ ସେହି ସମୟରେ ତାଙ୍କୁ କ୍ଲଷ୍ଟର ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇପାରି ନ ଥିଲା। ଶନିବାର କ୍ଲଷ୍ଟରର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏକାଠି ହୋଇ ସିମନବାଡି ବିଦ୍ୟାଳୟ ପରିସର ମଧ୍ୟରେ ଅବସରକାଳୀନ ଉତ୍ସବ ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକଙ୍କ ଅଧ୍ୟକ୍ଷତା ଓ ସିଆରସିସି ବନ୍ଧୁରାଜ ଉଠାଣ ସିଂଙ୍କ ଆବାହନ କ୍ରମେ କାର୍ଯ୍ୟକ୍ରମରେ କ୍ଲଷ୍ଟର ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ ଯୋଗଦେଇ ରମାକାନ୍ତ ସିଂଙ୍କ କାର୍ଯ୍ୟକାଳ ସମୟର ଉତ୍ତମ କାର୍ଯ୍ୟକୁ ପ୍ରଂଶସା କରିଥିଲେ | ସେ ଦଡିବାଡିରେ କାର୍ଯ୍ୟକରିବା ସମୟରେ ତାଙ୍କ ସହକର୍ମୀଙ୍କ ସହ ଉତ୍ତମ ବ୍ୟବହାର ସହ ଛାତ୍ର ବତ୍ସଳଶିକ୍ଷକ ଥିଲେ। ସେ ସହକର୍ମୀଙ୍କୁ ନିଜ ଅଭିଜ୍ଞତାକୁ ନେଇ ଉତ୍ତମ ପରାମର୍ଶ ଦିଅନ୍ତି ଯାହାକି ଅନ୍ୟ ମାନଙ୍କ ପାଇଁ ଉପାଦେୟତା ହୋଇଥାଏ ବୋଲି କୁହାଯାଇଥିଲା। ଭଲ ଛାତ୍ର ଗଢ଼ିବା ତାଙ୍କ ନିଶା ଥିଲା। ଅବସରପ୍ରାପ୍ତ ରମାକାନ୍ତ ସାର କୋଟଗଡ଼ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକରିଥିବା କହିଛନ୍ତି | ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିର୍ବିଘ୍ନରେ କାର୍ଯ୍ୟକରି ଆଜି ଅବସର ନେଇଥିବା କହିଛନ୍ତି | କାର୍ଯ୍ୟକ୍ରମରେ ମୁଣ୍ଡୁଳାବାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ନନ୍ଦ, ମୁରଲୀ ମାଝି ବିଶ୍ୱଜିତ ଚୌଧରୀ, ମାଧୁରୀ ଦିଗାଲ, ସୋନାଲିସା ସାହୁ, ସସ୍ମିତା ବଳିୟାରସିଂ, କାମଳପତି ମହାରଣା, ସନ୍ତୋଷ ବିଶିମାଝି, ଲୋକନାଥ ବେହେରା, ଶିବଶଙ୍କର ସାହୁ, ସର୍ବୋଦୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।
The post ଦଡିବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତଙ୍କୁ ସମ୍ବର୍ଦ୍ଧନା, ଭଲ ଛାତ୍ର ଗଢ଼ିବା ନିଶା… appeared first on Dharitri Odia News.