‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ତ୍ରୁଟି ଥିଲେ ଫୋନ୍‌ ଯିବ, ଯଦି…

ଭୁବନେଶ୍ୱର,୧୨।୧୦: ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ୍‌ କଲ୍‌ ଯିବ। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ୍‌ ଯିବ ବୋଲି ସେ କହିଛନ୍ତି। ପ୍ରଭାତୀ କହିଛନ୍ତି, ଏଯାବତ ୧ କୋଟି ୬୦ ହଜାର ମହିଳା ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଫୋନ୍‌ କଲ୍‌ ଯିବ। […] The post ‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ତ୍ରୁଟି ଥିଲେ ଫୋନ୍‌ ଯିବ, ଯଦି… appeared first on Dharitri Odia News.

‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ତ୍ରୁଟି ଥିଲେ ଫୋନ୍‌ ଯିବ, ଯଦି…

ଭୁବନେଶ୍ୱର,୧୨।୧୦: ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ୍‌ କଲ୍‌ ଯିବ। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ୍‌ ଯିବ ବୋଲି ସେ କହିଛନ୍ତି।

ପ୍ରଭାତୀ କହିଛନ୍ତି, ଏଯାବତ ୧ କୋଟି ୬୦ ହଜାର ମହିଳା ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଫୋନ୍‌ କଲ୍‌ ଯିବ। ଫୋନ୍‌ କରି ତ୍ରୁଟିକୁ ଠିକ୍‌ କରିବାକୁ ପରାମର୍ଶ ଦିଆଯିବ। ଘରକୁ ଘର ଯାଇ ଅଙ୍ଗନାଓ୍ବାଡି କର୍ମୀ ଭୁଲ୍‌କୁ ଠିକ୍‌ କରିବେ। ଯୋଗ୍ୟ ହିତାଧିକାରୀ ଶେଷ ଯାଏ ଟଙ୍କା ମିଳିବ। ପରବର୍ତ୍ତୀ କିସ୍ତି ପାଇଁ ଠିକ୍‌ ସମୟରେ ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି।

କହିରଖୁଛୁ, ନିର୍ବାଚନ ସମୟରେ ଭାଜପା ସରକାର କ୍ଷମତାକୁ ଆସିଲେ ମହିଳାଙ୍କ ଲାଗି ‘ସୁଭଦ୍ରା ଯୋଜନା’ ଆଣିବାକୁ ଘୋଷଣା କରିଥିଲେ। ଶେଷରେ ନିଜର ପ୍ରତିଶ୍ରୁତିକୁ ସରକାର ପାଳନ କରୁଛନ୍ତି। ୫ ବର୍ଷରେ ମହିଳାଙ୍କୁ ୫୦ ହଜାର ମିଳିବ। ଏହାକୁ ନେଇ ପ୍ରଥମ ପର୍ଯ୍ୟାୟରେ ମହିଳାଙ୍କୁ ୫୦୦୦ ହଜାର ଟଙ୍କା ମିଳୁଛି। ଏଯାବତ ୨ଟି ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି। ଏମିତିରେ ୩ ପର୍ଯ୍ୟାୟକୁ ବାଦ୍‌ ପଡ଼ିଥିବା ମହିଳା ଚାହିଁ ରହିଛନ୍ତି।

The post ‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ତ୍ରୁଟି ଥିଲେ ଫୋନ୍‌ ଯିବ, ଯଦି… appeared first on Dharitri Odia News.