ରାଜ୍ୟବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ରଙ୍ଗର ପର୍ବ ହୋଲି ପାଇଁ ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି ଏହି ରଙ୍ଗ ଖେଳି । କିଏ କାହାକୁ ପିଚକାରୀ ଧରି […]

ଭୁବନେଶ୍ବର : ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ରଙ୍ଗର ପର୍ବ ହୋଲି ପାଇଁ ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି ଏହି ରଙ୍ଗ ଖେଳି । କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ସଭିଏଁ ।
ରଙ୍ଗ ଓ ଭାଇଚାରାର ପର୍ବ ପବିତ୍ର ହୋଲି ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଧାଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ। #HappyHoli pic.twitter.com/k3TXE0HOyb
— Naveen Patnaik (@Naveen_Odisha) March 26, 2024
ହୋଲି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହୋଲି ରଙ୍ଗ ଓ ଭାଇଚାରାର ପବିତ୍ର ପର୍ବ ବୋଲି କହି ବା ସହ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଧାଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।