ଦେଶର ପରୀକ୍ଷା ପ୍ରକ୍ରିୟାକୁ ‘ଫ୍ରଡ’ କହିଥିବାରୁ କ୍ଷମା ମାଗନ୍ତୁ ରାହୁଲ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ ୨୪।୭: ଲୋକସଭାରେ ତର୍କ କାଳରେ ନିଟ୍‌ କୁ ଫ୍ରଡ କହିଥିବାରୁ ବିଜେପି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗିବାକୁ କହିଛି। ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟ କରିଦେଇଛନ୍ତି ଯେ ନିଟ୍ ପେପର ଲିକ୍ ବ୍ୟବସ୍ଥାତି ଉପାୟରେ ହୋଇ ନାହିଁ। ପାଟନା ଓ ହଜାରୀବାଗରେ ଲିକ୍ ହୋଇଥିବା ପେପର ମୋଟ ୧୫୫ ଜଣ ପରୀକ୍ଷୀର୍ଥୀଙ୍କ ନିକଟକୁ ପହଞ୍ଚିଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ପେପର ଲିକ୍‌ରେ ସାମିଲ ଛାତ୍ରଛାତ୍ରୀଙ୍କ ଉପରେ ପରବର୍ତ୍ତୀ ପରୀକ୍ଷାରେ ବସିବା ପାଇଁ ରୋକ ଲଗାଇ ଦିଆଯାଇଛି। ତେବେ ରାହୁଲ ଗାନ୍ଧି ଗତ ୧ ମାସ ହେଲା ଯେଉଁ ଭଳି ପରୀକ୍ଷା ପ୍ରକ୍ରିୟା ପ୍ରତି ଅବିଶ୍ୱାସ ସୃଷ୍ଟି କରିବା ପାଇଁ ଓ ଦେଶର ଛବିକୁ ଖରାପ କରିବାକୁ ଉଦ୍ୟମ କରିଛନ୍ତି, ତାହା ଅତ୍ୟନ୍ତ ଲଜ୍ଜାଜନକ। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ତାଙ୍କ ରାଜନୈତିକ ରୁଟି ସେକିବା ପାଇଁ ଗୃହ ଭିତରେ ଓ ବାହାରେ ଦେଶର ପରୀକ୍ଷା ବ୍ୟବସ୍ଥା ବିରୋଧରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଦେଶକୁ ଦୁର୍ବଳ କରିବାକୁ ଉଦ୍ୟମ କରିଛନ୍ତି। ତେବେ ସତ୍ୟତା ହେଉଛି ସୁପ୍ରିମକୋର୍ଟ ୨୦୨୨,୨୦୨୩ ଓ ୨୦୨୪ ପରୀକ୍ଷା ଫଳାଫଳକୁ ସମୀକ୍ଷା କରିବା ପରେ ଏଥିରେ କୌଣସି ବିସଙ୍ଗତି ଦେଖିବାକୁ ପାଇ ନାହାନ୍ତି। ଏଣୁ ସୁପ୍ରିମକୋର୍ଟ ଦ୍ୱିତୀୟବାର ନିଟ୍ ଆୟୋଜନର ଆବଶ୍ୟକତା ନଥିବା କହିଛନ୍ତି। ସୁପ୍ରିମ

ଦେଶର ପରୀକ୍ଷା ପ୍ରକ୍ରିୟାକୁ ‘ଫ୍ରଡ’ କହିଥିବାରୁ କ୍ଷମା ମାଗନ୍ତୁ ରାହୁଲ:  ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ ୨୪।୭: ଲୋକସଭାରେ ତର୍କ କାଳରେ ନିଟ୍‌ କୁ ଫ୍ରଡ କହିଥିବାରୁ ବିଜେପି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗିବାକୁ କହିଛି। ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟ କରିଦେଇଛନ୍ତି ଯେ ନିଟ୍ ପେପର ଲିକ୍ ବ୍ୟବସ୍ଥାତି ଉପାୟରେ ହୋଇ ନାହିଁ। ପାଟନା ଓ ହଜାରୀବାଗରେ ଲିକ୍ ହୋଇଥିବା ପେପର ମୋଟ ୧୫୫ ଜଣ ପରୀକ୍ଷୀର୍ଥୀଙ୍କ ନିକଟକୁ ପହଞ୍ଚିଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। 

ପେପର ଲିକ୍‌ରେ ସାମିଲ ଛାତ୍ରଛାତ୍ରୀଙ୍କ ଉପରେ ପରବର୍ତ୍ତୀ ପରୀକ୍ଷାରେ ବସିବା ପାଇଁ ରୋକ ଲଗାଇ ଦିଆଯାଇଛି। ତେବେ ରାହୁଲ ଗାନ୍ଧି ଗତ ୧ ମାସ ହେଲା ଯେଉଁ ଭଳି ପରୀକ୍ଷା ପ୍ରକ୍ରିୟା ପ୍ରତି ଅବିଶ୍ୱାସ ସୃଷ୍ଟି କରିବା ପାଇଁ ଓ ଦେଶର ଛବିକୁ ଖରାପ କରିବାକୁ ଉଦ୍ୟମ କରିଛନ୍ତି, ତାହା ଅତ୍ୟନ୍ତ ଲଜ୍ଜାଜନକ। ସେ କହିଛନ୍ତି ଯେ ରାହୁଲ ଗାନ୍ଧି ତାଙ୍କ ରାଜନୈତିକ ରୁଟି ସେକିବା ପାଇଁ ଗୃହ ଭିତରେ ଓ ବାହାରେ ଦେଶର ପରୀକ୍ଷା ବ୍ୟବସ୍ଥା ବିରୋଧରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଦେଶକୁ ଦୁର୍ବଳ କରିବାକୁ ଉଦ୍ୟମ କରିଛନ୍ତି। 

ତେବେ ସତ୍ୟତା ହେଉଛି ସୁପ୍ରିମକୋର୍ଟ ୨୦୨୨,୨୦୨୩ ଓ ୨୦୨୪ ପରୀକ୍ଷା ଫଳାଫଳକୁ ସମୀକ୍ଷା କରିବା ପରେ ଏଥିରେ କୌଣସି ବିସଙ୍ଗତି ଦେଖିବାକୁ ପାଇ ନାହାନ୍ତି। ଏଣୁ ସୁପ୍ରିମକୋର୍ଟ ଦ୍ୱିତୀୟବାର ନିଟ୍ ଆୟୋଜନର ଆବଶ୍ୟକତା ନଥିବା କହିଛନ୍ତି। ସୁପ୍ରିମକୋର୍ଟ ଏହା ବି କହିଛନ୍ତି ଯେ ନିଟ୍‌ ର ପବିତ୍ରତା ବିଶ୍ୱସନୀୟତା ପ୍ରତି କୌଣସି ବୁଝାମଣା ହୋଇ ନାହିଁ।