୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲାପାଳଙ୍କୁ ୧୨ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ,ପାଳଲହଡାର ସଭାପତି ନେତ୍ରାନନ୍ଦ ସାମଲ, କାର୍ଯ୍ୟକାରୀ ସଭାପତି ଡକ୍ଟର ସନ୍ତୋଷ କୁମାର ଦେହୁରୀ (ପାଳଲହଡା) ଓ ଚୌଧୁରୀ ବେହେରାଙ୍କ ନେତୃତ୍ୱରେ ଦେବଗଡ, ଅନୁଗେଳ ଜିଲାର ପାଳଲହଡା ,ତାଳଚେର, ସମ୍ବଲପୁର ଜିଲାର କୁଚିଣ୍ଡାରେ […] The post ୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି appeared first on Dharitri Odia News.

୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲାପାଳଙ୍କୁ ୧୨ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ,ପାଳଲହଡାର ସଭାପତି ନେତ୍ରାନନ୍ଦ ସାମଲ, କାର୍ଯ୍ୟକାରୀ ସଭାପତି ଡକ୍ଟର ସନ୍ତୋଷ କୁମାର ଦେହୁରୀ (ପାଳଲହଡା) ଓ ଚୌଧୁରୀ ବେହେରାଙ୍କ ନେତୃତ୍ୱରେ ଦେବଗଡ, ଅନୁଗେଳ ଜିଲାର ପାଳଲହଡା ,ତାଳଚେର, ସମ୍ବଲପୁର ଜିଲାର କୁଚିଣ୍ଡାରେ ବସ ବାସ କରୁଥିବା ଶତାଧିକ ବାସଚ୍ୟୁତ ଲୋକ ସ୍ଥାନୀୟ ନୂତନ ବସଷ୍ଟାଣ୍ଡରେ ଏକତ୍ରିତ ହୋଇଥିଲେ।

ସେଠାରେ ଆୟୋଜିତ ସଭାରେ ସୁରକ୍ଷା ସମିତିର ବିଭିନ୍ନ ସମସ୍ୟା ଏବଂ ଦାବୀ ଉପରେ ସବିଶେଷ ଆଲୋଚନା କରିବାସହ ରେଙ୍ଗାଳୀ ବାସଚ୍ୟୁତଙ୍କ ପ୍ରତି ସରକାରଙ୍କ ଉଦାସୀନତା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏହାପରେ ସେଠାରୁ ବିଭିନ୍ନ ସ୍ଳୋଗାନ ସହ ଏକ ଶୋଭାଯାତ୍ରାରେ ବାହାରି ଜିଲାପଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବାସହ ମାନ୍ୟବର ମୂଖ୍ୟମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଉପରୋକ୍ତ ୧୨ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିସହ ଏହାର ନକଲ ସମ୍ବଲପୁର ସାଂସଦଙ୍କୁ ମଧ୍ୟ ପ୍ରେରଣ କରିଥିବା ଜଣାପଡିଛି ।

୨୦୧୦ ମସିହାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତି ଅନୁଯାୟୀ, କୋର୍ଟରେ ମାମଲା ଋଜୁ କରି ନ ଥିବା ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୁରଣ ପ୍ରଦାନ, ଦେବଗଡଜୋନ ଅଫିରରେ ସାର୍ବଭୌମ କ୍ଷମତା ପ୍ରାପ୍ତ ଜୋନ ଅଧିକାରୀଙ୍କୁ ନିଯୁକ୍ତି, ଆଂଶିକ ବୁଡି ଗ୍ରାମ ଗୁଡିକୁ ସମ୍ପୂର୍ଣ୍ଣ ବୁଡି ଘୋଷଣା, ପୁନଃ ବସତି ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ଓ ଗୋହୀରା ଆୟକଟରେ ପାଣି ମାଡୁ ନ ଥିବା ଜମିକୁ ଜଳସେଚନ ସୁବିଧା, ନଚେତ କ୍ଷତିପୁରଣ କିମ୍ବା ଜମି ପ୍ରଦାନ, ସ୍ଥାୟୀ ଜମି ପଟ୍ଟା ପ୍ରଦାନ, ନୂତନ ପରିବାର ଗଣନା ଓ ଲିଜ ପ୍ରଦାନ, ଡିପି କେନାଲ ବାବଦୀୟ କ୍ଷତିପୁରଣ ଆଦି ଦାବି ଉପରୋକ୍ତ ୧୨ଦଫା ସ୍ମାରକପତ୍ରରେ ଉଲ୍ଲେଖ ରହିଥିବା ଜଣାପଡିଛି ।

 

The post ୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି appeared first on Dharitri Odia News.