Ganjam: ୧୦୮୦ ଚାଷୀଙ୍କ ଟୋକନ ଅବଧି ବଢ଼ିଲା, ଗୁଜବକୁ ବିଶ୍ବାସ କରନ୍ତୁନି କହିଲେ ଜିଲାପାଳ

ଛତ୍ରପୁର,୩୧।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର କୌଣସି ଚାଷୀଙ୍କ ଟୋକେନ କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଚାଷୀଙ୍କ ଟୋକେନ ଅବଧି ବୃଦ୍ଧି କରିବା ନେଇ ରଜ୍ୟ ସରକାର ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାର ୧୦୮୦ ଚାଷୀଙ୍କ ଟୋକେନ ଅବଧି ୧୫ ଦିନ ସକାଶେ ବୃଦ୍ଧି କରଯାଇଛି। ସେହିପରି ଆଗାମୀ ଦିନରେ ମଧ୍ୟ ଟୋକେନ ସମୟର ବୃଦ୍ଧି କରାଯିବ। କୌଣସି ଚାଷୀଙ୍କ ଟୋକେନ କ୍ଷତି […] The post Ganjam: ୧୦୮୦ ଚାଷୀଙ୍କ ଟୋକନ ଅବଧି ବଢ଼ିଲା, ଗୁଜବକୁ ବିଶ୍ବାସ କରନ୍ତୁନି କହିଲେ ଜିଲାପାଳ appeared first on Dharitri Odia News.

Ganjam: ୧୦୮୦ ଚାଷୀଙ୍କ ଟୋକନ ଅବଧି ବଢ଼ିଲା, ଗୁଜବକୁ ବିଶ୍ବାସ କରନ୍ତୁନି କହିଲେ ଜିଲାପାଳ

ଛତ୍ରପୁର,୩୧।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର କୌଣସି ଚାଷୀଙ୍କ ଟୋକେନ କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଚାଷୀଙ୍କ ଟୋକେନ ଅବଧି ବୃଦ୍ଧି କରିବା ନେଇ ରଜ୍ୟ ସରକାର ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାର ୧୦୮୦ ଚାଷୀଙ୍କ ଟୋକେନ ଅବଧି ୧୫ ଦିନ ସକାଶେ ବୃଦ୍ଧି କରଯାଇଛି। ସେହିପରି ଆଗାମୀ ଦିନରେ ମଧ୍ୟ ଟୋକେନ ସମୟର ବୃଦ୍ଧି କରାଯିବ।

କୌଣସି ଚାଷୀଙ୍କ ଟୋକେନ କ୍ଷତି ହେବାକୁ ଦିଆଯିବ ନାହିଁ। ଆବଶ୍ୟକ ସ୍ଥଳେ ସେମାନଙ୍କ ଟୋକେନ ସମୟସୀମା ବୃଦ୍ଧି କରାଯିବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରକାଶ କରିଛନ୍ତି। ତେଣୁ ଟୋକେନ କ୍ଷତି ହେବା ଗୁଜବକୁ ଚାଷୀ ବିଶ୍ବାସ କରନ୍ତୁ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।

ଟୋକେନ ବୃଦ୍ଧି କରିବା ନେଇ ଚାଷୀ ନିଜ ଅଞ୍ଚଳର ସୋସାଇଟି ସମ୍ପାଦକ କିମ୍ବା ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତକୁ ଲିଖିତ ଭାବେ ଅବଗତ କରାଇବାକୁ କୁହାଯାଇଛି। ଏପରିକି ଅନ୍‌ଲାଇନ ଜରିଆରେ ସୋସାଇଟି ସମ୍ପାଦକଙ୍କ ମାଧ୍ୟମରେ ଡିଆର୍‌ସିଏସ୍‌ଙ୍କଠାରେ ଅଭିଯୋଗ ଦାଖଲ କରିପାରିବେ। ଏଣୁ ଚାଷୀ ଟୋକେନକୁ ନେଇ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

The post Ganjam: ୧୦୮୦ ଚାଷୀଙ୍କ ଟୋକନ ଅବଧି ବଢ଼ିଲା, ଗୁଜବକୁ ବିଶ୍ବାସ କରନ୍ତୁନି କହିଲେ ଜିଲାପାଳ appeared first on Dharitri Odia News.