୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍
ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍ଓଇ) ବିଲ୍ ସୋମବାର ଲୋକ ସଭାରେ ଆଗତ କରାଯିବାକୁ ତାଲିକାଭୁକ୍ତ ହୋଇଛି। ବିଭିନ୍ନ କାରଣରୁ ଦେଶରେ ଏକସଙ୍ଗେ ନିର୍ବାଚନ ହେବା ଅତ୍ୟନ୍ତ ଜରୁରୀ। କାରଣ ବାରମ୍ବାର ନିର୍ବାଚନ ବ୍ୟୟବହୁଳ ହୋଇଥିବା ବେଳେ ବହୁ ସମୟ ବରବାଦ ହେଉଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ସମସ୍ତ […] The post ୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍ଓଇ) ବିଲ୍ ସୋମବାର ଲୋକ ସଭାରେ ଆଗତ କରାଯିବାକୁ ତାଲିକାଭୁକ୍ତ ହୋଇଛି।
ବିଭିନ୍ନ କାରଣରୁ ଦେଶରେ ଏକସଙ୍ଗେ ନିର୍ବାଚନ ହେବା ଅତ୍ୟନ୍ତ ଜରୁରୀ। କାରଣ ବାରମ୍ବାର ନିର୍ବାଚନ ବ୍ୟୟବହୁଳ ହୋଇଥିବା ବେଳେ ବହୁ ସମୟ ବରବାଦ ହେଉଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ସମସ୍ତ ବିକାଶମୂଳକ କାର୍ଯ୍ୟ ଅଟକି ରହିବା ସହ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ନିର୍ବାଚନ ନିୟମାବଳୀ ବାରମ୍ବାର ଲାଗୁ ହେବା ଦ୍ୱାରା ସେବା କାର୍ଯ୍ୟ ପ୍ରଭାବିତ ହେବା ସହ ମାନବସମ୍ବଳକୁ ସେମାନଙ୍କର ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟରୁ ଅନ୍ତର କରାଯାଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ସମ୍ବିଧାନ (୧୨୯ତମ) ସଂଶୋଧନ ବିଲ୍, ୨୦୨୪ରେ ଉଲ୍ଲେଖ ରହିଛି। ଉକ୍ତ ବିଲ୍ ସମ୍ବିଧାନରେ ଏକ ନୂଆ ଅନୁଚ୍ଛେଦ ଯୋଡ଼ିବାକୁ ଥିବାବେଳେ ୩ଟି ଅନୁଚ୍ଛେଦରେ ସଂଶୋଧନ କରାଯିବ। ଯାହା ଫଳରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ଏକସଙ୍ଗେ ହୋଇପାରିବ।
The post ୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ appeared first on Dharitri Odia News.