Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…
ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍ସାଇଟ୍କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି। ହେଲେ କ’ଣ ବାସ୍ତବରେ ଓ୍ବେବସାଇଟ୍ ଜରିଆରେ ରାମ ମନ୍ଦିରର ପ୍ରସାଦ ଘରେ ଘରେ ପହଞ୍ଚାଯିବ। ଆସନ୍ତୁ ଜାଣିବା… କିଛି ଦିନ ପୂର୍ବେ ଖଦି ଅରର୍ଗାନିକ୍ ନାମକ ଏକ ଓ୍ବେବସାଇଟ୍ ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦ […] The post Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍ସାଇଟ୍କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି। ହେଲେ କ’ଣ ବାସ୍ତବରେ ଓ୍ବେବସାଇଟ୍ ଜରିଆରେ ରାମ ମନ୍ଦିରର ପ୍ରସାଦ ଘରେ ଘରେ ପହଞ୍ଚାଯିବ। ଆସନ୍ତୁ ଜାଣିବା…
କିଛି ଦିନ ପୂର୍ବେ ଖଦି ଅରର୍ଗାନିକ୍ ନାମକ ଏକ ଓ୍ବେବସାଇଟ୍ ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦ ମାଗଣାରେ ପହଞ୍ଚାଇବା ନେଇ ଘୋଷଣା କରିଥିଲା। ଏହାକୁ ଦେଖି ଅନେକ ଭକ୍ତ ନିଜ ଲାଗି ପ୍ରସାଦ ବୁକ୍ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ଅନେକ ଇ କମର୍ସ ଓ୍ବେବସାଇଟ୍ରେ ମଧ୍ୟ ମନ୍ଦିର ପ୍ରସାଦ ପାଇଁ ବିଜ୍ଞାପନ ଦେଇଥିଲେ। କହିବାକୁ ଚାହିଁବୁ ଏସବୁ ଦାବି ମିଥ୍ୟା। କାରଣ ଶ୍ରୀ ରାମ ଜନ୍ମଭୂମି ପକ୍ଷରୁ ପ୍ରସାଦ ବଣ୍ଟନକୁ ନେଇ କୌଣସି ଘୋଷଣା କରାଯାଇନାହିଁ।
ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସହ କମ୍ପାନୀମାନେ କୌଣସି ପ୍ରକାରର ଚୁକ୍ତି କରିନାହାନ୍ତି। ଟ୍ରଷ୍ଟର ‘ଏକ୍ସ’ ଆକାଉଣ୍ଟରେ ସେଭଳି କିଛି ସୂଚନା ଦିଆଯାଇନାହିଁ। ଏବେ ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂଶଲ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଦାବି ଠାରୁ ଦୂରରେ ରହିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ରାମ ଜନ୍ମଭୂମୀ ଟ୍ରଷ୍ଟ ପକ୍ଷରୁ ଏଭଳି କାମ ଲାଗି କାହାକୁ ବି ଅଧିକୃତ କରାଯାଇନାହିଁ। ଏଣୁ କୌଣସି ପ୍ରଲୋଭନରେ ଫସନ୍ତୁ ନାହିଁ। ଓ୍ବେବ୍ସାଇଟ୍ରେ ଦେଖିବାକୁ ମିଳୁଥିବା ବିଜ୍ଞାପନ ମିଥ୍ୟା। ଏହାକୁ ତୁରନ୍ତ ହଟାଯିବା ଉଚିତ। ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
कभी VIP दर्शन तो कभी घर बैठे प्रसाद के नाम अनेकों विज्ञापन राम भक्तों को दिगभ्रमित कर, छल कपट का प्रयास कर रहे हैं। @amazon जैसी वेबसाइट पर भी इस तरह के अनेक विज्ञापन देखे जा रहे हैं! समाज को इनसे सावधान रहना होगा। @ShriRamTeerth ने किसी को भी इन कामों के लिए अधिकृत नहीं किया… pic.twitter.com/tyXHg7vDxs
— विनोद बंसल Vinod Bansal (@vinod_bansal) January 16, 2024
ଅପରପକ୍ଷେ ପ୍ରସାଦ ପହଞ୍ଚାଇବା ଦାବି କରିଥିବା ଖଦି ଅର୍ଗାନିକ୍ ଓ୍ବେବ୍ସାଇଟ୍ ମଧ୍ୟ ମାମଲାରେ ସଫେଇ ଦେଇଛି। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କୁହାଯାଇଛି। ଏପରିକି ସମ୍ପୃକ୍ତ ବିଜ୍ଞାପନକୁ ମଧ୍ୟ ହଟାଇ ଦିଆଯାଇଛି।
The post Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ… appeared first on Dharitri Odia News.