ପାଣି ସମସ୍ୟା ସମାଧାନ ନ ହେଲେ ହେବ ଆନ୍ଦୋଳନ: ବିଜେଡି
କୋରାପୁଟ,୨୪।୩ (ଅମିତାଭ ବେହେରା):କୋରାପୁଟ ଜିଲା କୋଟପାଡ଼ ବ୍ଲକରେ ଜହ୍ନରା ନାଳ ପାଣି ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ହେବୋଲି ବିଜେଡି ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଭାପତି ଝିନ ହିକକା ସୂଚନା ଦେଇଛନ୍ତି। କୋରାପୁଟ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀ ହିକକା କହିଛନ୍ତି, ଜହ୍ନରା ନଦୀ ଜଳକୁ ନେଇ କୋଟପାଡ଼ ବ୍ଲକର ସୁ୍ତିପଦର, ଚାନ୍ଦିଲି, ମୂର୍ତହାଣ୍ଡି ଧମଣାହାଣ୍ଡି, ଷଡ଼ରଙ୍ଗା ଆଦି ୬ଟି ପଞ୍ଚାୟତର ୧୫ ସହ ହେକ୍ଟର […] The post ପାଣି ସମସ୍ୟା ସମାଧାନ ନ ହେଲେ ହେବ ଆନ୍ଦୋଳନ: ବିଜେଡି appeared first on Dharitri Odia News.
କୋରାପୁଟ,୨୪।୩ (ଅମିତାଭ ବେହେରା):କୋରାପୁଟ ଜିଲା କୋଟପାଡ଼ ବ୍ଲକରେ ଜହ୍ନରା ନାଳ ପାଣି ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ହେବୋଲି ବିଜେଡି ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଭାପତି ଝିନ ହିକକା ସୂଚନା ଦେଇଛନ୍ତି। କୋରାପୁଟ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀ ହିକକା କହିଛନ୍ତି, ଜହ୍ନରା ନଦୀ ଜଳକୁ ନେଇ କୋଟପାଡ଼ ବ୍ଲକର ସୁ୍ତିପଦର, ଚାନ୍ଦିଲି, ମୂର୍ତହାଣ୍ଡି ଧମଣାହାଣ୍ଡି, ଷଡ଼ରଙ୍ଗା ଆଦି ୬ଟି ପଞ୍ଚାୟତର ୧୫ ସହ ହେକ୍ଟର ଜମିରେ ଚାଷ କରୁଥିବା ଚାଷୀମାନେ ପାଣି ବିନା ଘୋର ସମସ୍ୟାରେ ପଡିଯାଇଛନ୍ତି। ସେମାନେ ଚାଷ କରୁଥୁବା ଧାନ, ମକା, ଆଖୁ ଭଳି ବିଭିନ୍ନ ଚାଷ ଉଜୁଡି ଯାଇଛି। ୨୦୦୩ ମସିହାରେ ଛତିଶଗଡ଼ ସରକାରଙ୍କ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା କରି ଉଭୟ ରାଜ୍ୟ ୫୦ ପ୍ରତିଶତ ଲେଖାଏ ଜଳ ନେଇ କାର୍ଯ୍ୟ କରିବେ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ମୋହନ ସରକାରଙ୍କ ସହ ଛତିଶଗଡ଼ ସରକାରଙ୍କ ସଲାସୁତରା ପାଇଁ ଏହି ଅଞ୍ଚଳର ଚାଷୀ ଦୁର୍ଦ୍ଦଶାର ସମୁଖୀନ ହୋଇଛନ୍ତି।
ଏଥି ନେଇ ବିଜେଡିର ୯ ଜଣିଆ ବରିଷ୍ଟ ନେତା ଚାଷୀମାନଙ୍କ ସହ ଆଲୋଚନା କରି ଆସିବା ପରେ ଦଳର ମୁଖ୍ୟ ନବୀନ ପଟନାୟକଙ୍କ ନିକଟରେ ଜଣାଇଛନ୍ତି। ଏହା ବିଧାନସଭାରେ ଉପସ୍ଥାପନା କରାଯିବ। ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ବିରାଟ ଚାଷୀ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ରବି ନନ୍ଦ, ପ୍ରଫୁଲ କୁମାର ପାଙ୍ଗି, ପୂର୍ବତନ ବିଧାୟକ ଲକ୍ଷ୍ମୀପୁର ପ୍ରଭୁ ଜାନି, ପଟାଙ୍ଗୀର ପୂର୍ବତନ ବିଧାୟକ ପ୍ରିତମ ପାଢୀ, କୋଟପାଡ଼ର ଚନ୍ଦ୍ର ଶେଖର ମାଝୀ, କୋରାପୁଟ ପୌରାଧକ୍ଷ ଲଲାଟ ରଞ୍ଜନ ସେଠି ପ୍ରମୁଖ ଉପସ୍ଥିତ ଥିବାବେଳେ ପୂର୍ବତନ ସଭାପତି ତଥା ବର୍ତ୍ତମାନର କେସିସି ବ୍ୟାଙ୍କ ଅଧ୍ୟକ୍ଷ ଈଶର ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ।
The post ପାଣି ସମସ୍ୟା ସମାଧାନ ନ ହେଲେ ହେବ ଆନ୍ଦୋଳନ: ବିଜେଡି appeared first on Dharitri Odia News.