ସେୟାର ବଜାରର ମାଡ଼ରେ ନିବେଶକ 'ଲହୁଲୁହାଣ', ବୁଡିଲା ୧୩ ଲକ୍ଷ କୋଟି ଟଙ୍କା, ମାସକର ଆୟ ଗୋଟିଏ ଦିନରେ ସ୍ୱାହା
ନୂଆଦିଲ୍ଲୀ: ସେୟାର ବଜାରରେ ବୁଧବାର ହାହାକାର ସ୍ଥିତି ସୃଷ୍ଟି ହୋଇଛି । ସେନସେକ୍ସରେ ୯୦୦ ଅଙ୍କର ବଡ଼ ହ୍ରାସ ହୋଇଥିବା ବେଳେ ନିଫ୍ଟି ୨୨,୦୦୦ର ମନୋବୈଜ୍ଞାନିକ ସ୍ତରରୁ ତଳକୁ ଖସିଛି । ଯେଉଁଥି ପାଇଁ ଆଜି ଗୋଟିଏ ଝଟକାରେ ନିବେଶକଙ୍କ ପ୍ରାୟ ୧୩.୫୭ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସବୁଠୁ ଅଧିକ ହାହାକାର ସ୍ଥିତି ଛୋଟ ଏବଂ ମଧ୍ୟମ ସେୟାରରେ ଦେଖିବାକୁ ମିଳିଛି । ବିଏସଇର ସ୍ମଲକ୍ୟାପ୍ ଏବଂ ମିଡ୍ କ୍ୟାପ୍ ଇଣ୍ଡେକ୍ସ ଉଭୟ ୪.୨ ପ୍ରତିଶତରୁ ଅଧିକ ହ୍ରାସ ସହ ବନ୍ଦ ହୋଇଛି । ଏପରିକି ବିଏସଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ମଧ୍ୟ ଲାଲ୍ ସଂକେତରେ ବନ୍ଦ ହୋଇଛି । ପାୱର, ରିୟଲ୍ଟି, ୟୁଟିଲିଟି, ଟେଲିକମ୍ୟୁନିକେସନ, କମୋଡିଟି ଏବଂ ମେଟାଲ ସେୟାରର ସୂଚକାଙ୍କରେ ତ’ ୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ପଢନ୍ତୁ: ଦରବୃଦ୍ଧିରେ ସାମନ୍ୟ ଆଶ୍ବସ୍ତି, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତକୁ ଖସିଲାକାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୯୦୬.୦୭ ଅଙ୍କା ବା ୧.୨୩ ପ୍ରତିଶତ କମି ୭୨,୭୬୧.୮୯ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୩୮.୦୦ ଅଙ୍କ ବା ୧.୫୧ ପ୍ରତିଶତ କମି ୨୧,୯୯୭.୭୦ ସ୍ତରରେ ବନ୍ଦ ହୋଇଛି ।ଆଜିର ଏହି ବଡ଼ ହ୍ରାସ ପଛର କାରଣ ଆମେରିକାରେ ଫେବ୍ରୁଆରୀ ମାସରେ ଉଚ୍ଚ ମୁଦ୍ରାସ୍ଫୀତି । ନିବେଶକଙ୍କୁ ଆଶଂକା ଯେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ୟୁଏସ
ନୂଆଦିଲ୍ଲୀ: ସେୟାର ବଜାରରେ ବୁଧବାର ହାହାକାର ସ୍ଥିତି ସୃଷ୍ଟି ହୋଇଛି । ସେନସେକ୍ସରେ ୯୦୦ ଅଙ୍କର ବଡ଼ ହ୍ରାସ ହୋଇଥିବା ବେଳେ ନିଫ୍ଟି ୨୨,୦୦୦ର ମନୋବୈଜ୍ଞାନିକ ସ୍ତରରୁ ତଳକୁ ଖସିଛି । ଯେଉଁଥି ପାଇଁ ଆଜି ଗୋଟିଏ ଝଟକାରେ ନିବେଶକଙ୍କ ପ୍ରାୟ ୧୩.୫୭ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସବୁଠୁ ଅଧିକ ହାହାକାର ସ୍ଥିତି ଛୋଟ ଏବଂ ମଧ୍ୟମ ସେୟାରରେ ଦେଖିବାକୁ ମିଳିଛି । ବିଏସଇର ସ୍ମଲକ୍ୟାପ୍ ଏବଂ ମିଡ୍ କ୍ୟାପ୍ ଇଣ୍ଡେକ୍ସ ଉଭୟ ୪.୨ ପ୍ରତିଶତରୁ ଅଧିକ ହ୍ରାସ ସହ ବନ୍ଦ ହୋଇଛି । ଏପରିକି ବିଏସଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ମଧ୍ୟ ଲାଲ୍ ସଂକେତରେ ବନ୍ଦ ହୋଇଛି । ପାୱର, ରିୟଲ୍ଟି, ୟୁଟିଲିଟି, ଟେଲିକମ୍ୟୁନିକେସନ, କମୋଡିଟି ଏବଂ ମେଟାଲ ସେୟାରର ସୂଚକାଙ୍କରେ ତ’ ୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି ।
ପଢନ୍ତୁ: ଦରବୃଦ୍ଧିରେ ସାମନ୍ୟ ଆଶ୍ବସ୍ତି, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତକୁ ଖସିଲା
କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୯୦୬.୦୭ ଅଙ୍କା ବା ୧.୨୩ ପ୍ରତିଶତ କମି ୭୨,୭୬୧.୮୯ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୩୮.୦୦ ଅଙ୍କ ବା ୧.୫୧ ପ୍ରତିଶତ କମି ୨୧,୯୯୭.୭୦ ସ୍ତରରେ ବନ୍ଦ ହୋଇଛି ।
ଆଜିର ଏହି ବଡ଼ ହ୍ରାସ ପଛର କାରଣ ଆମେରିକାରେ ଫେବ୍ରୁଆରୀ ମାସରେ ଉଚ୍ଚ ମୁଦ୍ରାସ୍ଫୀତି । ନିବେଶକଙ୍କୁ ଆଶଂକା ଯେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ୟୁଏସ ଫେଡ୍ ରିଜର୍ଭ ସୁଧ ହାର ହ୍ରାସ କରିବା ପ୍ରକ୍ରିୟାକୁ ବିଳମ୍ୱ କରିପାରେ ।
ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ମାର୍କେଟ୍ କ୍ୟାପ ଆଜି ମାର୍ଚ୍ଚ ୧୩ରେ କମି ୩୭୨.୦୭ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ମଙ୍ଗଳବାର ମାର୍ଚ୍ଚ ୧୨ରେ ୩୮୫.୬୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧୩.୫୭ କୋଟି ଟଙ୍କା କମିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୧୩.୫୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।