ଦୀଘା ସହରରେ ପଶିଲା ସମୁଦ୍ର ପାଣି, ପୂର୍ଣ୍ଣିମା ଥିବାରୁ ମାଡ଼ିଆସିଲା ଉଚ୍ଚ ଜୁଆର

ଭୋଗରାଇ: ପଶ୍ଚିମବଙ୍ଗ ଦୀଘାରେ ପ୍ରବଳ ଜୁଆର ମାଡ଼। ଫଳରେ ସୁରକ୍ଷା ବନ୍ଧ ଡେଇଁ ଦୀଘା ସହରକୁ ସମୁଦ୍ର ପାଣି ପଶିଛି। ୧୫ ଫୁଟର ଉଚ୍ଚ ଜୁଆର ଦେଖିବାକୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ପୂର୍ଣ୍ଣିମା ଥିବାରୁ ଉଚ୍ଚ ଜୁଆର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରୁଛି।