ସିନେଟ ଅଧ୍ୟକ୍ଷ ପଦ ଦୌଡରେ ସବୁଠାରୁ ଆଗରେ ୟୁସୁଫ ରାଜା ଗିଲାନି
ଇସଲାମାବାଦ,୪।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୟଦ ୟୁସୁଫ ରଜା ଗିଲାନିଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ସେ ସିନେଟର ସଭାପତି ହେବାର ସମ୍ଭାବନା ବଢିଛି। ସିନେଟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ପାଇଁ ଗିଲାନି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ ଫେବୃଆରୀ ୮ରେ ସେ ପଞ୍ଜାବ ପ୍ରଦେଶର ମୁଲତାନରୁ ଜାତୀୟ ବିଧାନସଭା ନିର୍ବାଚନରେ ଜିତିଥିଲେ ମଧ୍ୟ ସେ ନିଜ ଆସନ ଖାଲି କରିଛନ୍ତି। ଇସଲାମାବାଦରୁ ସିନେଟ ଆସନ ପାଇଁ ନିର୍ବାଚନ ଲଢିବେ। ଫେବୃଆରୀ ୨୯ରେ […] The post ସିନେଟ ଅଧ୍ୟକ୍ଷ ପଦ ଦୌଡରେ ସବୁଠାରୁ ଆଗରେ ୟୁସୁଫ ରାଜା ଗିଲାନି appeared first on Dharitri Odia News.
ଇସଲାମାବାଦ,୪।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୟଦ ୟୁସୁଫ ରଜା ଗିଲାନିଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ସେ ସିନେଟର ସଭାପତି ହେବାର ସମ୍ଭାବନା ବଢିଛି। ସିନେଟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ପାଇଁ ଗିଲାନି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ ଫେବୃଆରୀ ୮ରେ ସେ ପଞ୍ଜାବ ପ୍ରଦେଶର ମୁଲତାନରୁ ଜାତୀୟ ବିଧାନସଭା ନିର୍ବାଚନରେ ଜିତିଥିଲେ ମଧ୍ୟ ସେ ନିଜ ଆସନ ଖାଲି କରିଛନ୍ତି। ଇସଲାମାବାଦରୁ ସିନେଟ ଆସନ ପାଇଁ ନିର୍ବାଚନ ଲଢିବେ।
ଫେବୃଆରୀ ୨୯ରେ ନିମ୍ନ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିବା ଗିଲାନି ରବିବାର ଜାତୀୟ ସଭାରେ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପାକିସ୍ତାନ ମୁସଲିମ ଲିଗ-ନୱାଜ ଅଧ୍ୟକ୍ଷ ଶେହବାଜ ସରିଫଙ୍କୁ ଭୋଟ ଦେଇଛନ୍ତି। ପିପିପି ଏବଂ ପିଏମଏଲ-ଏନ ମଧ୍ୟରେ ମିଳିତତା ପରେ ଗିଲାନି ପରବର୍ତ୍ତୀ ସିନେଟ ଚେୟାରମ୍ୟାନ ହେବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଗିଲାନି ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
The post ସିନେଟ ଅଧ୍ୟକ୍ଷ ପଦ ଦୌଡରେ ସବୁଠାରୁ ଆଗରେ ୟୁସୁଫ ରାଜା ଗିଲାନି appeared first on Dharitri Odia News.