ବନ୍ଦ ପାଳନକୁ ନେଇ ସୁର କହିଲେ ଆମେ ପୂରା ଓଡ଼ିଶାକୁ…
ଭୁବନେଶ୍ୱର,୧୭ା୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୁରୁବାର ‘ଓଡ଼ିଶା ବନ୍ଦ’ ପାଳନ କରାଯାଉଛି। ‘ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ବିଭିନ୍ନ ମହଲ, ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ ପାଉଥିବାରୁ ଓଡ଼ିଶା ବନ୍ଦକୁ ସ୍ବତଃପ୍ରବୃତ୍ତ ସମର୍ଥନ ମିଳିଛି। ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସୁର କହିଛନ୍ତି, ଆମେ ପୂରା ଓଡ଼ିଶାକୁ ବନ୍ଦ କରିସାରିଲୁଣି। […] The post ବନ୍ଦ ପାଳନକୁ ନେଇ ସୁର କହିଲେ ଆମେ ପୂରା ଓଡ଼ିଶାକୁ… appeared first on Dharitri Odia News.
ଭୁବନେଶ୍ୱର,୧୭ା୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୁରୁବାର ‘ଓଡ଼ିଶା ବନ୍ଦ’ ପାଳନ କରାଯାଉଛି। ‘ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ବିଭିନ୍ନ ମହଲ, ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ ପାଉଥିବାରୁ ଓଡ଼ିଶା ବନ୍ଦକୁ ସ୍ବତଃପ୍ରବୃତ୍ତ ସମର୍ଥନ ମିଳିଛି।
ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସୁର କହିଛନ୍ତି, ଆମେ ପୂରା ଓଡ଼ିଶାକୁ ବନ୍ଦ କରିସାରିଲୁଣି। ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ୱର, କଟକୁ ଆମେ ପୂରା ବନ୍ଦ କରିଛୁ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ପାଳନ କରାଯାଉଥିବା ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି।
The post ବନ୍ଦ ପାଳନକୁ ନେଇ ସୁର କହିଲେ ଆମେ ପୂରା ଓଡ଼ିଶାକୁ… appeared first on Dharitri Odia News.