NASA ଦେଲା ବଡ଼ ଅପ୍‌ଡେଟ୍‌: ବୁଧବାର ପୃଥିବୀପୃଷ୍ଠକୁ ଫେରିବେ ସୁନୀତା, ଜାଣନ୍ତୁ ପୂରା ମିଶନ…

ଓ୍ବାଶିଂଟନ,୧୭ା୩: ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଘଟିବ ଅନ୍ତ। ସୁନୀତା ଓ୍ବିଲିୟମ୍ସଙ୍କ ପୃଥିବୀ ଫେରିବା ନେଇ ସୋମବାର ବଡ଼ ସୂଚନା ଦେଇଛି ନାସା। ଆସନ୍ତା ବୁଧବାର ଭୋର ୩.୩୦ ମିନିଟ୍‌ରେ ମହାକାଶରୁ ଫେରି ପୃଥିବୀପୃଷ୍ଠରେ ପହଞ୍ଚିବେ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋର। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନୀତା ଏବଂ ବୁଚ୍‌ ପୃଥିବୀକୁ ଫେରି ଆସିବେ। ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ଏହି NASA-SpaceX ମିଶନକୁ Crew-୧୦ ନାମ […] The post NASA ଦେଲା ବଡ଼ ଅପ୍‌ଡେଟ୍‌: ବୁଧବାର ପୃଥିବୀପୃଷ୍ଠକୁ ଫେରିବେ ସୁନୀତା, ଜାଣନ୍ତୁ ପୂରା ମିଶନ… appeared first on Dharitri Odia News.

NASA  ଦେଲା ବଡ଼ ଅପ୍‌ଡେଟ୍‌: ବୁଧବାର ପୃଥିବୀପୃଷ୍ଠକୁ ଫେରିବେ ସୁନୀତା, ଜାଣନ୍ତୁ ପୂରା ମିଶନ…

ଓ୍ବାଶିଂଟନ,୧୭ା୩: ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଘଟିବ ଅନ୍ତ। ସୁନୀତା ଓ୍ବିଲିୟମ୍ସଙ୍କ ପୃଥିବୀ ଫେରିବା ନେଇ ସୋମବାର ବଡ଼ ସୂଚନା ଦେଇଛି ନାସା। ଆସନ୍ତା ବୁଧବାର ଭୋର ୩.୩୦ ମିନିଟ୍‌ରେ ମହାକାଶରୁ ଫେରି ପୃଥିବୀପୃଷ୍ଠରେ ପହଞ୍ଚିବେ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋର।

କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନୀତା ଏବଂ ବୁଚ୍‌ ପୃଥିବୀକୁ ଫେରି ଆସିବେ। ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ଏହି NASA-SpaceX ମିଶନକୁ Crew-୧୦ ନାମ ଦିଆଯାଇଛି, ଯେଉଁଥିରେ ମୋଟ ୪ ଜଣ ମହାକାଶଚାରୀ ଅଛନ୍ତି। ଆଇଏସ୍‌ଏସ୍‌ରେ ପହଞ୍ଚିଥିବା ମିଶନ କ୍ରୁ-୧୦ ଦଳର ସଦସ୍ୟମାନଙ୍କ ମଧ୍ୟରେ ନାସାର ଆନ ମ୍ୟାକକ୍ଲେନ୍‌ ଏବଂ ନିକୋଲ ଆୟର୍ସ, ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ୍‌ ଏଜେନ୍ସିର ଟାକୁୟା ଓନିଶି ଏବଂ ରୋସକସମୋସ୍‌ ମହାକାଶଚାରୀ କିରିଲ ପେସକୋଭ ଅନ୍ତର୍ଭୁକ୍ତ ଅଛନ୍ତି।

ସୁନୀତା ଏବଂ ବୁଚଙ୍କ ପ୍ରତ୍ୟାବର୍ତ୍ତନ ପାଇଁ NASA-SpaceX ଶୁକ୍ରବାର Crew-୧୦ ମିଶନ ଆରମ୍ଭ କରିଥିଲା। ଏହି ମିଶନକୁ ଫାଲକନ୍‌ ୯ ରକେଟ ମାଧ୍ୟମରେ ଉତ୍‌କ୍ଷେପଣ କରାଯାଇଥିଲା। ପୂର୍ବରୁ ଏହି ମିଶନ ବୁଧବାର ଲଞ୍ଚ କରାଯାଇଥିଲା। କିନ୍ତୁ ସିଷ୍ଟମରେ କିଛି ସମସ୍ୟା ଯୋଗୁ ଏହାର ଲଞ୍ଚକୁ ବନ୍ଦ କରିବାକୁ ପଡିଥିଲା। ଏହାକୁ ଶୁକ୍ରବାର ସଫଳତାର ସହ ଲଞ୍ଚ କରାଯାଇଥିଲା। ସାରା ବିଶ୍ୱ ସୁନୀତା ଏବଂ ବୁଚଙ୍କ ପୃଥିବୀକୁ ଫେରିବା ପାଇଁ ଅପେକ୍ଷା କରିଛି।

ସୂଚନାଯୋଗ୍ୟ, ଗତବର୍ଷ ଜୁନ୍‌ ୫ ତାରିଖରେ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋର ବୋଇଂ ଷ୍ଟାରଲାଇନର୍‌ ପ୍ରଥମ ମିଶନରେ ପରୀକ୍ଷାମୂଳକ ଭାବେ ଇଣ୍ଟରନ୍ୟାଶନାଲ ସ୍ପେସ ଷ୍ଟେଶନକୁ ଯାଇଥିଲେ। ଏହି ଅଭିଯାନ ମାତ୍ର ୮ ଦିନ ଥିଲା। ମାତ୍ର ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁ ସେମାନେ ୯ ମାସ ହେଲା ମହାକାଶରେ ଫସି ରହିଛନ୍ତି। ନାସା ଏବଂ ସ୍ପେସ୍‌ଏକ୍ସ ମିଳିତ ଭାବରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ମିଶନକୁ କାର୍ଯ୍ୟକାରୀ କରୁଛନ୍ତି।

The post NASA ଦେଲା ବଡ଼ ଅପ୍‌ଡେଟ୍‌: ବୁଧବାର ପୃଥିବୀପୃଷ୍ଠକୁ ଫେରିବେ ସୁନୀତା, ଜାଣନ୍ତୁ ପୂରା ମିଶନ… appeared first on Dharitri Odia News.