ଆଜିଠୁ ଇଣ୍ଡିଆ ସ୍କିଲ୍ସ-୨୦୨୪
ଭୁବନେଶ୍ୱର, ୧୫।୫(ଅସମାପିକା ସାହୁ): ବିଭିନ୍ନ ବିଷୟରେ ଭାରତର ଯୁବପିଢ଼ିଙ୍କ ଦକ୍ଷତା ପ୍ରଦର୍ଶନ ଲାଗି ପ୍ରତି ଦୁଇବର୍ଷରେ ଥରେ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଚଳିତ ବର୍ଷ ମେ ୧୫ରୁ ୧୯ ତାରିଖ ଯାଏ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ‘ଓଡ଼ିଶା ସ୍କିଲ୍ସ’ରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୬୪ ଜଣ ପ୍ରତିଯୋଗୀ ଭାଗନେବେ। ଚଳିତ ଥର ଦେଶର ନୂଆଦିଲ୍ଲୀ, ବେଙ୍ଗାଲୁରୁ, ମଣିପାଲ ଏବଂ ଗାନ୍ଧୀନଗର ଭଳି ୪ଟି ପ୍ରମୁଖ ସହରରେ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା ଆୟୋଜନ […] The post ଆଜିଠୁ ଇଣ୍ଡିଆ ସ୍କିଲ୍ସ-୨୦୨୪ appeared first on Dharitri Odia News.
ଭୁବନେଶ୍ୱର, ୧୫।୫(ଅସମାପିକା ସାହୁ): ବିଭିନ୍ନ ବିଷୟରେ ଭାରତର ଯୁବପିଢ଼ିଙ୍କ ଦକ୍ଷତା ପ୍ରଦର୍ଶନ ଲାଗି ପ୍ରତି ଦୁଇବର୍ଷରେ ଥରେ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଚଳିତ ବର୍ଷ ମେ ୧୫ରୁ ୧୯ ତାରିଖ ଯାଏ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ‘ଓଡ଼ିଶା ସ୍କିଲ୍ସ’ରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୬୪ ଜଣ ପ୍ରତିଯୋଗୀ ଭାଗନେବେ। ଚଳିତ ଥର ଦେଶର ନୂଆଦିଲ୍ଲୀ, ବେଙ୍ଗାଲୁରୁ, ମଣିପାଲ ଏବଂ ଗାନ୍ଧୀନଗର ଭଳି ୪ଟି ପ୍ରମୁଖ ସହରରେ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍ଏସ୍ଡିସି) ଦ୍ୱାରା ‘ଇଣ୍ଡିଆ ସ୍କିଲ୍ସ’ କାର୍ଯ୍ୟକ୍ରମ କରାଯାଉଛି। ଏହି ଜାତୀୟସ୍ତରର ଦକ୍ଷତାଭିତ୍ତିକ ପ୍ରତଯୋଗିତାରେ ଭାଗ ନେବା ଲାଗି ମଙ୍ଗଳବାର ଓଡ଼ିଶାର ପ୍ରତିଯୋଗୀମାନେ ଯାଇଛନ୍ତି। ଏହି ପ୍ରତିଯୋଗୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି. ଥମ୍ବିରାଜା ଏବଂ ଉପାଧ୍ୟକ୍ଷ ଡ. ଶୁଭଙ୍ଗ କିଶୋର ଦାସ ଶୁଭେଚ୍ଛା ଜଣାଇଛନ୍ତି।
ସ୍କିଲ୍ସ’ରେ ମୋବାଇଲ ରୋବୋଟିକ୍ସ, ଇନ୍ଫର୍ମେଶନ ନେଟୱର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେଶନ ଡେଭଲପମେଣ୍ଟ, ସାଇବର ସିକ୍ୟୁରିଟି ଭଳି ୪୮ଟି ସ୍କିଲରେ ଓଡ଼ିଶାର ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରୀଛାତ୍ରମାନେ ସେପ୍ଟେମ୍ବରରେ ଫ୍ରାନ୍ସରେ ହେବାକୁ ଥିବା ‘ୱାଲର୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ସୂଚନାଯୋଗ୍ୟ, ‘ଇଣ୍ଡିଆ ସ୍କିଲ୍ସ’ ପୂର୍ବରୁ ‘ଓଡ଼ିଶା ସ୍କିଲ୍ସ’ପ୍ରତିଯୋଗିତା ମାର୍ଚ୍ଚ ୧୨ରୁ ୧୪ ତାରିଖ ଯାଏ ଚାଲିଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ଭୁବନେଶ୍ୱର ଓ କଟକର ମୋଟ ୮ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ୮୦୦ରୁ ଅଧିକ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ। ୬ଟି ପ୍ରମୁଖ କ୍ଷେତ୍ରରେ ମୋଟ ୪୫ଟି ସ୍କିଲକୁ ନେଇ ଏହି ପ୍ରତିଯୋଗିତା ହୋଇଥିଲା। ଓଡ଼ିଶା ସ୍କିଲ୍ସରୁ ଶ୍ରେଷ୍ଠ ବିବେଚିତ ଛାତ୍ରୀଛାତ୍ରଙ୍କ ଭିତରୁ ୬୪ ଜଣ ଇଣ୍ଡିଆ ସ୍କିଲ୍ସରେ ଭାଗ ନେଇଛନ୍ତି।
The post ଆଜିଠୁ ଇଣ୍ଡିଆ ସ୍କିଲ୍ସ-୨୦୨୪ appeared first on Dharitri Odia News.