ଟେବୁଲ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୬ା୨., (ସରୋଜ ଜେନା): ଡିଏଗୋ ମରିସିଓଙ୍କ ଡବଲ୍‌ରେ ହାଇଦ୍ରାବାଦ ଏଫ୍‌ସିକୁ ୩-୦ ଗୋଲରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଗଚିବାଓଲି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଓଏଫ୍‌ସି ପକ୍ଷରୁ ଡିଏଗୋ ମରିସିଓ(୨୭, ୭୫) ଦୁଇଟି ଓ ରୟ କ୍ରିଷ୍ଣା(୪୫+୧) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହା ସହ କ୍ରମାଗତ ଦଶମ ମ୍ୟାଚରେ ଅପରାଜେୟ ରହିଛି ଓଏଫ୍‌ସି। ପ୍ରଥମ ହାଫ୍‌ରେ ଏକାଧିକ ସ୍କୋରିଂ ସୁଯୋଗ ମିଳିଥିଲେ ହେଁ ୨୭ ତମ ମିନିଟରେ ଡିଏଗୋ ମରିସିଓ ପ୍ରଥମ […] The post ଟେବୁଲ ଶୀର୍ଷରେ ଓଏଫ୍‌ସି appeared first on Dharitri Odia News.

ଟେବୁଲ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୬ା୨., (ସରୋଜ ଜେନା): ଡିଏଗୋ ମରିସିଓଙ୍କ ଡବଲ୍‌ରେ ହାଇଦ୍ରାବାଦ ଏଫ୍‌ସିକୁ ୩-୦ ଗୋଲରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଗଚିବାଓଲି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଓଏଫ୍‌ସି ପକ୍ଷରୁ ଡିଏଗୋ ମରିସିଓ(୨୭, ୭୫) ଦୁଇଟି ଓ ରୟ କ୍ରିଷ୍ଣା(୪୫+୧) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହା ସହ କ୍ରମାଗତ ଦଶମ ମ୍ୟାଚରେ ଅପରାଜେୟ ରହିଛି ଓଏଫ୍‌ସି। ପ୍ରଥମ ହାଫ୍‌ରେ ଏକାଧିକ ସ୍କୋରିଂ ସୁଯୋଗ ମିଳିଥିଲେ ହେଁ ୨୭ ତମ ମିନିଟରେ ଡିଏଗୋ ମରିସିଓ ପ୍ରଥମ ଗୋଲ ଦେଇଥିଲେ। ହାଇଦ୍ରାବାଦ ଡିଫେଣ୍ଡରଙ୍କ ସାମାନ୍ୟ ତ୍ରୁଟିରୁ ଫାଇଦା ଉଠାଇ ମରିସିଓ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ ରୟ କ୍ରିଷ୍ଣା ଓଏଫ୍‌ସି ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ। ଆଇଜାକ୍‌ ରାଲଟେ ଓ ଡିଏଗୋ ମରିସିଓ ମିଳିତ ଭାବେ ହାଇଦ୍ରାବାଦ ଡିଫେନ୍ସକୁ ଭେଦ କରିଥିଲେ। ତେବେ ରାଲ୍‌ଟେଙ୍କ ଶଟ୍‌ ବ୍ଲକ ହେବା ପରେ ସେ ରୟ କ୍ରିଷ୍ଣାଙ୍କୁ ପାଶ୍‌ କରିଥିଲେ। ଏହାକୁ ଗୋଲରେ ପରିଣତ କରି ଓଏଫ୍‌ସିକୁ ୨-୦ରେ ଆଗୁଆ କରିଥିଲେ ରୟ କ୍ରିଷ୍ଣା।
ଦ୍ୱିତୀୟାର୍ଦ୍ଧରେ ହାଇଦ୍ରାବାଦ ପକ୍ଷରୁ ଗୋଲ ପରିଶୋଧ ପାଇଁ ଭରପୂର ପ୍ରୟାସ କରାଯାଇଥିଲା। ୭୦ ତମ ମିନିଟରେ ବିପଜ୍ଜନକ ଖେଳ ପାଇଁ ଏଲ୍‌ ବିଘ୍ନେସଙ୍କୁ ୟେଲୋ କାର୍ଡ ମିଳିଥିଲା। ୭୫ ତମ ମିନିଟରେ ମରିସିଓ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରିନ୍ସଟନ ରେବେଲୋଙ୍କ ପାଶ୍‌କୁ ଏକ ଶକ୍ତିଶାଳୀ ଶଟ୍‌ ଜରିଆରେ ହାଇଦ୍ରାବାଦ ଗୋଲ କିପରଙ୍କୁ ପରାସ୍ତ କରିଥିଲେ ମରିସିଓ। ଏହି ବିଜୟ ସହ ୧୪ ମ୍ୟାଚରୁ ନବମ ବିଜୟ ସହ ୩୦ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷକୁ ଉଠିଛି ଓଡ଼ିଶା।

The post ଟେବୁଲ ଶୀର୍ଷରେ ଓଏଫ୍‌ସି appeared first on Dharitri Odia News.