ଡରାଇଲାଣି କୋଭିଡ: ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ପରେ କେନ୍ଦ୍ର ତତ୍ପର

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋଭିଡ। ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୦କୁ ପହଞ୍ଚିଲାଣି । କେନ୍ଦ୍ର ସରକାର ଆଜି ଡକାଇଛନ୍ତି ଜରୁରୀ... The post ଡରାଇଲାଣି କୋଭିଡ: ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ପରେ କେନ୍ଦ୍ର ତତ୍ପର appeared first on .

ଡରାଇଲାଣି କୋଭିଡ: ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ପରେ କେନ୍ଦ୍ର ତତ୍ପର

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋଭିଡ। ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୦କୁ ପହଞ୍ଚିଲାଣି । କେନ୍ଦ୍ର ସରକାର ଆଜି ଡକାଇଛନ୍ତି ଜରୁରୀ ବୈଠକ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସହ ଭିଡିଓ କନଫରେନସିଂ ଜରିଆରେ କୋଭିଡ ସ୍ଥିତିର ସମୀକ୍ଷା କରିବେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ପରି ରାଜ୍ୟରେ ଯେପରି କୋଭିଡ ପିକରେ ରହୁଛି, ଏପରି ସ୍ଥିତିରେ କେନ୍ଦ୍ର ସରକାର ବୈଠକ ପରେ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିପାରନ୍ତି । ଆନ୍ଧ୍ର ପ୍ରଦେଶ ଓ ଦିଲ୍ଳୀ ସରକାର ପୂର୍ବରୁ ହିଁ ମାର୍ଗଦର୍ଶିକା ଜାରି କରି ସାରିଛନ୍ତି ।

କର୍ଣ୍ଣାଟକରେ ମାମଲା ବଢୁଥିବା ଦେଖି ଇଣ୍ଡିଆନ ମେଡିକାଲ ଆସୋସିଏସନର ରାଜ୍ୟ ଶାଖା ବି ମାର୍ଗଦର୍ଶିକା ଜାରି କରିଛି । ଆଇଏମଏର ମାର୍ଗଦର୍ଶିକା ଅନୁସାରେ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ଣ୍ଣାଟକ କୋଭିଡର ହଟସ୍ପଟ ପାଲଟିଲାଣି। ଦେଶର ସମସ୍ତ ଆକ୍ରାନ୍ତଙ୍କ ଭିତରୁ କେରଳରୁ ହିଁ ୪୦ ପ୍ରତିଶତ ଚିହ୍ନଟ ହୋଇଛନ୍ତି। କେରଳରେ ୪୩୦ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୨୧୦ ଓ ଦିଲ୍ଳୀରେ ୧୦୪ ରୋଗୀ କୋଭିଡରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଛି। ୭ ଜଣଙ୍କ ମୃତ୍ୟୁ ଖବର ବି ସ୍ବାସ୍ଥ୍ୟ ବିଭାଗ ପାଖରେ ଅଛି। ତାମିଲନାଡ଼ୁ ଓ ଗୁଜରାଟରେ ବି କୋଭିଡ ମାମଲା ସାମାନ୍ୟ ବୃଦ୍ଧି ପାଇଛି ।

ଓଡ଼ିଶାରୁ ଏଯାଏଁ ଚିହ୍ନଟ ହୋଇଥିବା ଏକମାତ୍ର ରୋଗୀ ସୁସ୍ଥ ଅଛନ୍ତି । ଏହି ନୂଆ ଭୂତାଣୁକୁ ଓମିକ୍ରନର ଦୁଇ ନୂଆ ସବ-ଭାରିଆଣ୍ଟ ଏନବି.୧.୮.୧ ଓ ଏଲଏଫ.୭ ଭାବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିହ୍ନଟ କରିଛି । ତେବେ ଭାରତରେ ଏବେ ବି ଜେଏନ.୧ ଷ୍ଟ୍ରେନ ସକ୍ରିୟ ରହିଛି ।

The post ଡରାଇଲାଣି କୋଭିଡ: ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ପରେ କେନ୍ଦ୍ର ତତ୍ପର appeared first on .