ଅଧା ପନ୍ତରିଆ ହୋଇ ପଡ଼ିରହିଛି ପଞ୍ଚାୟତ ଉନ୍ନୟନ କାର୍ଯ୍ୟ, କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବି
ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତରେ ଦୀର୍ଘଦିନ ହେଲା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅଧା ପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ. ତୁଷାରକାନ୍ତ ଦାସଙ୍କ ଅବହେଳାରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ପାଣ୍ଠି ନିର୍ଦ୍ଧାରିତ ସମୟରେରେ ବିନିଯୋଗ ହୋଇପାରୁନାହିଁ ବୋଲି ସରପଞ୍ଚ ରୀନା ପ୍ରଧାନ ଅଭିଯୋଗ କରିଛନ୍ତି। ସୋମବାର ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ବହୁ […] The post ଅଧା ପନ୍ତରିଆ ହୋଇ ପଡ଼ିରହିଛି ପଞ୍ଚାୟତ ଉନ୍ନୟନ କାର୍ଯ୍ୟ, କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବି appeared first on Dharitri Odia News.
ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତରେ ଦୀର୍ଘଦିନ ହେଲା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅଧା ପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ. ତୁଷାରକାନ୍ତ ଦାସଙ୍କ ଅବହେଳାରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ପାଣ୍ଠି ନିର୍ଦ୍ଧାରିତ ସମୟରେରେ ବିନିଯୋଗ ହୋଇପାରୁନାହିଁ ବୋଲି ସରପଞ୍ଚ ରୀନା ପ୍ରଧାନ ଅଭିଯୋଗ କରିଛନ୍ତି। ସୋମବାର ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ସଂଖ୍ୟକ ବ୍ୟକ୍ତି କନିଷ୍ଠ ଯନ୍ତ୍ରୀଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରେ ଘେରିଯାଇ ବିଭିନ୍ନ ପ୍ରଶ୍ନ କରିବା ସହ ଯୁକ୍ତିତର୍କ କରିବା ଦେଖିବାକୁ ମିଳିଥିଲା। କନିଷ୍ଠ ଯନ୍ତ୍ରୀଜଣଙ୍କ ଗତ ୩ ମାସ ହେଲା ବେଗୁନିଆପଡ଼ା ବ୍ଳକରୁ ବଦଳି ହୋଇ ଦିଗପହଣ୍ଡି ବ୍ଳକ ଆଙ୍କୋରଡ଼ା ପଞ୍ଚାୟତର ଦାୟିତ୍ୱ ନେଇଥିଲେ। ଦାୟିତ୍ୱ ନେବା ପରଠାରୁ ସେ ପଞ୍ଚାୟତର ଉନ୍ନତି ସକାଶେ କୈାଣସି ପ୍ରକଳ୍ପ କାର୍ଯ୍ୟକୁ ସଠିକ ରୂପେ ସମ୍ପାଦନ କରୁ ନ ଥିବା ସରପଞ୍ଚ କହିଛନ୍ତି। ଉତ୍ତେଜିତ ବହୁ ସଂଖ୍ୟକ ପଞ୍ଚାୟତ ଅଧିବାସୀ ଏନେଇ ବିଡିଓ ଅନାମିକା ପାଣ୍ଡେଙ୍କୁ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରି ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରାଯାଇ ନୂତନ ଭାବେ ଅନ୍ୟ କୌଣସି କନିଷ୍ଠ ଯନ୍ତ୍ରୀଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଥିବା ଜଣାପଡିଛି। ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିରୋଧରେ କରାଯାଇଥିବା ସମସ୍ତ ଅଭିଯୋଗ ନିରାଧାର ଓ ଅସତ୍ୟ। ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକର ଅନୁଧ୍ୟାନ ସହ କାର୍ଯ୍ୟ ଖସଡ଼ା ଅନୁସାରେ ଉନ୍ନୟନ କାମ ହୋଇଛି କି ନାହିଁ ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।
The post ଅଧା ପନ୍ତରିଆ ହୋଇ ପଡ଼ିରହିଛି ପଞ୍ଚାୟତ ଉନ୍ନୟନ କାର୍ଯ୍ୟ, କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବି appeared first on Dharitri Odia News.