ଜର୍ମାନ ଓ ଜାପାନ ଅର୍ଥ ବ୍ୟବସ୍ଥାକୁ ପଛରେ ପକାଇବ ଭାରତ, ନୀତି ଆୟୋଗ CEO କହିଲେ ଲାଗିବ ଏତିକି ବର୍ଷ

ନୂଆଦିଲ୍ଲୀ ୧୭।୪: ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ବି.ଭି.ଆର. ସୁବ୍ରହମଣ୍ୟମ ଗୁରୁବାର କହିଛନ୍ତି ଯେ ଭାରତର ଅର୍ଥ ବ୍ୟବସ୍ଥା ଆଗାମୀ ୩ ବର୍ଷରେ ଜର୍ମାନ ଓ ଜାପାନକୁ ପଛରେ ପକାଇଦେବ। ଭାରତ ୨୦୪୭ ମସିହା ବେଳକୁ ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇସାରିଥିବ। ସୁବ୍ରହମଣ୍ୟମ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଆଗାମୀ ଦିନରେ ବିଶ୍ୱର ଶିକ୍ଷା କେନ୍ଦ୍ର ପାଲଟି ପାରେ। କାରଣ ଗଣତନ୍ତ୍ର ଭାରତର ସବୁଠୁ ବଡ଼ ଶକ୍ତି। ସୁବ୍ରହମଣ୍ୟମ କହିଛନ୍ତି ଯେ ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ବିଶ୍ୱର ସବୁଠୁ ବଡ଼ ୫ ଅର୍ଥ ବ୍ୟବସ୍ଥାରେ ରହିଛି। ଆଗାମୀ ବର୍ଷ ଶେଷ ବେଳକୁ ଆମେ ବିଶ୍ୱର ଚତୁର୍ଥ ବଡ଼ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିବା। ଏହାର ପରବର୍ତ୍ତି ବର୍ଷମାନଙ୍କରେ ଆମେ ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥାରେ ପହଞ୍ଚିଯିବା। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଙ୍କ ସଦ୍ୟତମ ତଥ୍ୟ ଅନୁସାରେ ଭାରତର ଅର୍ଥ ବ୍ୟବସ୍ଥା ଆକାର ବର୍ତ୍ତମାନ ୪,୩୦୦ ବିଲିୟନ ଡଲାର। ସେ କହିଛନ୍ତି ଯେ ଆମେ ଆଗାମୀ ୩ ବର୍ଷରେ ଜର୍ମାନ ଓ ଜାପାନକୁ ପଛରେ ଛାଡି ସାରିଥିବା। ୨୦୪୭ ବେଳକୁ ଭାରତର ଅର୍ଥବ୍ୟବସ୍ଥା ୩୦,୦୦୦ ବିଲିୟନ ଡଲାରକୁ ପହଞ୍ଚିବ। ନୀତି ଆୟୋଗ ସିଇଓ କହିଛନ୍ତି ଯେ ମଧ୍ୟମ ଆୟବର୍ଗଙ୍କ ଦେଶଙ୍କ ସମସ୍ୟା କମ ଆୟର ଦେଶଙ୍କ ସମସ୍ୟାଠାରୁ ଭିନ୍ନ। ସେ କହିଛ

ଜର୍ମାନ ଓ ଜାପାନ ଅର୍ଥ ବ୍ୟବସ୍ଥାକୁ ପଛରେ ପକାଇବ ଭାରତ, ନୀତି ଆୟୋଗ CEO କହିଲେ ଲାଗିବ ଏତିକି ବର୍ଷ

ନୂଆଦିଲ୍ଲୀ ୧୭।୪: ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ବି.ଭି.ଆର. ସୁବ୍ରହମଣ୍ୟମ ଗୁରୁବାର କହିଛନ୍ତି ଯେ ଭାରତର ଅର୍ଥ ବ୍ୟବସ୍ଥା ଆଗାମୀ ୩ ବର୍ଷରେ ଜର୍ମାନ ଓ ଜାପାନକୁ ପଛରେ ପକାଇଦେବ। ଭାରତ ୨୦୪୭ ମସିହା ବେଳକୁ ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇସାରିଥିବ। ସୁବ୍ରହମଣ୍ୟମ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଆଗାମୀ ଦିନରେ ବିଶ୍ୱର ଶିକ୍ଷା କେନ୍ଦ୍ର ପାଲଟି ପାରେ। କାରଣ ଗଣତନ୍ତ୍ର ଭାରତର ସବୁଠୁ ବଡ଼ ଶକ୍ତି। 

ସୁବ୍ରହମଣ୍ୟମ କହିଛନ୍ତି ଯେ ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ବିଶ୍ୱର ସବୁଠୁ ବଡ଼ ୫ ଅର୍ଥ ବ୍ୟବସ୍ଥାରେ ରହିଛି। ଆଗାମୀ ବର୍ଷ ଶେଷ ବେଳକୁ ଆମେ ବିଶ୍ୱର ଚତୁର୍ଥ ବଡ଼ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିବା। ଏହାର ପରବର୍ତ୍ତି ବର୍ଷମାନଙ୍କରେ ଆମେ ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥାରେ ପହଞ୍ଚିଯିବା। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଙ୍କ ସଦ୍ୟତମ ତଥ୍ୟ ଅନୁସାରେ ଭାରତର ଅର୍ଥ ବ୍ୟବସ୍ଥା ଆକାର ବର୍ତ୍ତମାନ ୪,୩୦୦ ବିଲିୟନ ଡଲାର। ସେ କହିଛନ୍ତି ଯେ ଆମେ ଆଗାମୀ ୩ ବର୍ଷରେ ଜର୍ମାନ ଓ ଜାପାନକୁ ପଛରେ ଛାଡି ସାରିଥିବା। 

୨୦୪୭ ବେଳକୁ ଭାରତର ଅର୍ଥବ୍ୟବସ୍ଥା ୩୦,୦୦୦ ବିଲିୟନ ଡଲାରକୁ ପହଞ୍ଚିବ। ନୀତି ଆୟୋଗ ସିଇଓ କହିଛନ୍ତି ଯେ ମଧ୍ୟମ ଆୟବର୍ଗଙ୍କ ଦେଶଙ୍କ ସମସ୍ୟା କମ ଆୟର ଦେଶଙ୍କ ସମସ୍ୟାଠାରୁ ଭିନ୍ନ। ସେ କହିଛନ୍ତି ଯେ ଗରିବଙ୍କୁ ଭୋଜନ ଦେବା ଅଥବା ଲୋକଙ୍କୁ ପୋଷାକ ଦେବାର କଥା ପଡିନି। ତେବେ ଆମେ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥାରେ କିପରି ପରିଣତ ହୋଇ ପାରିବା ତାହା ହିଁ ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। 

ସୁବ୍ରହମଣ୍ୟମ କହିଛନ୍ତି ଯେ ବିଶ୍ୱ ଏପରି ପରିସ୍ଥିତି କେବେ ଦେଖି ନାହିଁ ଯେ ଜନସଂଖ୍ୟା ହ୍ରାସ ହୋଇଯିବ। ସେ କହିଛନ୍ତି ଯେ ଜାପାନ ୧୫ ହଜାର ଭାରତୀୟ ନର୍ସ ଓ ଜର୍ମାନ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ସେବା ନେଉଛି। କାରଣ ସେମାନଙ୍କ ନିକଟରେ ପେଷାଦାର ଲୋକେ ନାହାନ୍ତି। ସେହି ସବୁ ଦେଶରେ ପାରିବାରିକ ବ୍ୟବସ୍ଥା ଧ୍ୱଂସ ହୋଇସାରିଛି। ତେବେ ଭାରତ ସାରା ବିଶ୍ୱରେ ଏକମାତ୍ର ଦେଶ ଥିବ ଯିଏ ସବୁ ଦେଶଙ୍କ ନିମନ୍ତେ କର୍ମଜୀବିଙ୍କ ଆୟୁ ବର୍ଗର ଏକ ସ୍ଥିର ଯୋଗାଣକାରୀ ହୋଇ ରହିବ।