ହିମାଚଳରେ ବିଜେପିକୁ ଝଟ୍କା : ପୂର୍ବ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା, କଂଗ୍ରେସରୁ ଲଢିପାରନ୍ତି ନିର୍ବାଚନ
ନୂଆଦିଲ୍ଲୀ ୨୭।୦୩ : ହିମାଚଳ ପ୍ରଦେଶରେ ବିଜେପିକୁ ଝଟ୍କା । ଅସନ୍ତୁଷ୍ଟ ନେତା । ପୂର୍ବ କ୍ୟାବିନେଟ୍ ମନ୍ତ୍ରୀଙ୍କ ରାମଲଲା ମାର୍କକଣ୍ଡାଙ୍କ ଇସ୍ତଫା । କଂଗ୍ରେସର ବାଗୀ ନେତା ରବି ଠାକୁରଙ୍କୁ ଟିକେଟ ଦେବାରେ ଅସନ୍ତୁଷ୍ଟ ହୋଇ ରାମଲାଲ ଦଳ ଛାଡିଥିବା ସୂଚନା ମିଳିଛି । ହିମାଚଳ ପ୍ରଦେଶରେ ଚାରୋଟି ଲୋକସଭା ସିଟ୍ ଉପରେ ନିର୍ବାଚନ ହେବାକୁ ଥିବା ବେଳେ ୬ଟି ବିଧାନସଭା ଆସନ ଉପରେ ଉପନିର୍ବାଚନ ହେବ । ଯେଉଁଥିଲାଗି ପାର୍ଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଏଥିମଧ୍ୟରେ କଂଗ୍ରେସ ଛାଡିଥିବା ୬ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି । ଏହାସହିତ ସମସ୍ତ ବିଧାୟକଙ୍କୁ ମଧ୍ୟ ପ୍ରାର୍ଥୀ ଭାବେ ଘୋଷଣା କରିଛି । ହେଲେ ବିଜେପିର ଏହି ନିଷ୍ପତ୍ତି ଏବେ ଭାରି ପଡିଛି । ଦଳ ଭିତରୁ ଆରମ୍ଭ ହୋଇଛି ବିଦ୍ରୋହର ଝଡ । ଜୟରାମ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଡ. ରାମ ଲାଲ୍ ମାରକଣ୍ଡା ବିଜେପିରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ରବି ଠାକୁରଙ୍କ ଉପନିର୍ବାଚନରେ ଦଳ ପ୍ରତ୍ୟାଶୀ ଭାବେ ଘୋଷଣା କରିବାରୁ ରାମ୍ ଲାଲ୍ ଦଳ ଛାଡିଥିବା ଜଣାପଡିଛି । ସେହିପରି ରାମଲାଲ ମାର୍କକଣ୍ଡ କହିଛନ୍ତି ଯେ, ଆଗାମୀ ଦିନରେ ମୁଁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି । ମୁଁ ବିଜେପିରୁ ଇସ୍ତଫା ଦେଇଛି । ମୋ ସମର୍ଥକ ଏବଂ କର୍ମୀମାନଙ୍କୁ ସହ ମୁଁ ଖୁବଶୀଘ୍ର
ନୂଆଦିଲ୍ଲୀ ୨୭।୦୩ : ହିମାଚଳ ପ୍ରଦେଶରେ ବିଜେପିକୁ ଝଟ୍କା । ଅସନ୍ତୁଷ୍ଟ ନେତା । ପୂର୍ବ କ୍ୟାବିନେଟ୍ ମନ୍ତ୍ରୀଙ୍କ ରାମଲଲା ମାର୍କକଣ୍ଡାଙ୍କ ଇସ୍ତଫା । କଂଗ୍ରେସର ବାଗୀ ନେତା ରବି ଠାକୁରଙ୍କୁ ଟିକେଟ ଦେବାରେ ଅସନ୍ତୁଷ୍ଟ ହୋଇ ରାମଲାଲ ଦଳ ଛାଡିଥିବା ସୂଚନା ମିଳିଛି ।
ହିମାଚଳ ପ୍ରଦେଶରେ ଚାରୋଟି ଲୋକସଭା ସିଟ୍ ଉପରେ ନିର୍ବାଚନ ହେବାକୁ ଥିବା ବେଳେ ୬ଟି ବିଧାନସଭା ଆସନ ଉପରେ ଉପନିର୍ବାଚନ ହେବ । ଯେଉଁଥିଲାଗି ପାର୍ଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଏଥିମଧ୍ୟରେ କଂଗ୍ରେସ ଛାଡିଥିବା ୬ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି । ଏହାସହିତ ସମସ୍ତ ବିଧାୟକଙ୍କୁ ମଧ୍ୟ ପ୍ରାର୍ଥୀ ଭାବେ ଘୋଷଣା କରିଛି । ହେଲେ ବିଜେପିର ଏହି ନିଷ୍ପତ୍ତି ଏବେ ଭାରି ପଡିଛି । ଦଳ ଭିତରୁ ଆରମ୍ଭ ହୋଇଛି ବିଦ୍ରୋହର ଝଡ । ଜୟରାମ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଡ. ରାମ ଲାଲ୍ ମାରକଣ୍ଡା ବିଜେପିରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ରବି ଠାକୁରଙ୍କ ଉପନିର୍ବାଚନରେ ଦଳ ପ୍ରତ୍ୟାଶୀ ଭାବେ ଘୋଷଣା କରିବାରୁ ରାମ୍ ଲାଲ୍ ଦଳ ଛାଡିଥିବା ଜଣାପଡିଛି ।
ସେହିପରି ରାମଲାଲ ମାର୍କକଣ୍ଡ କହିଛନ୍ତି ଯେ, ଆଗାମୀ ଦିନରେ ମୁଁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି । ମୁଁ ବିଜେପିରୁ ଇସ୍ତଫା ଦେଇଛି । ମୋ ସମର୍ଥକ ଏବଂ କର୍ମୀମାନଙ୍କୁ ସହ ମୁଁ ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବି ।
୨୦୧୭ରେ ରାମଲାଲ ମାର୍କକଣ୍ଡ ଲୋହଲରୁ ବିଧାୟକ ଥିଲା । ଏହାପରେ ୨୦୨୨ରେ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରବି ଠାକୁରଙ୍କୁ ପରାସ୍ତ କରିଥିଲେ । ହେଲେ ଏବେ ରବି ଠାକୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ଛାତ୍ର ଜୀବନରୁ ରାଜନୀତି ପ୍ରତି ରାମଲାଲଙ୍କ ଦୁର୍ବଳତା ଥିଲା । ପରେ ସେ ଏନ୍ଏସ୍ୟୁଆଇ ସହିତ ଜଡିତ ହୋଇଥିଲେ ।