ଟି-୨୦ ବିଶ୍ୱକପ୍ ୨୦୪: ଆମେରିକା ଟିମ୍‌ରେ ଉନ୍ମୁକ୍ତ ଚାନ୍ଦଙ୍କୁ ମିଳିଲାନି ଜାଗା, କୋରେ ଆଣ୍ଡରସନ୍‌ ସାମିଲ୍

ୱାଶିଂଟନ: ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି ଆୟୋଜକ ଆମେରିକା। ରୋଚକ କଥା ହେଲା ଭାରତରୁ ଯାଇ ଆମେରିକା ପାଇଁ କ୍ରିକେଟ ଖେଳୁଥିବା ଉନ୍ମୁକ୍ତ ଚାନ୍ଦଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ କରାଯାଇ ନାହିଁ। ତାଙ୍କ ସ୍ଥାନରେ କୋରେ ଆଣ୍ଡରସନଙ୍କୁ ସ୍ଥାନ ମିଳିଛି। ଏହା ପୂର୍ବରୁ ଏପ୍ରିଲ୍‌ରେ କାନାଡ଼ା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜ୍‌ରେ ମଧ୍ୟ ଉନ୍ମକ୍ତ ଚାନ୍ଦକୁ ଟିମ୍‌ରେ ଜାଗା ମିଳି ନଥିଲା। ଫଳରେ ତାଙ୍କର ବିଶ୍ୱକପ୍ ଟିମ୍‌ରେ ସାମିଲ୍ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଶୁକ୍ରବାର ଟିମ୍ ଘୋଷଣା କରିବା ପରେ ଆଶଙ୍କା ସତ ହୋଇଛି। କାନାଡ଼ା ବିପକ୍ଷ ସିରିଜ୍‌ରୁ ଚାନ୍ଦଙ୍କୁ ବାଦ୍ ଦିଆଯିବା ପରେ ସେ ଏହାକୁ ସମାଲୋଚନା କରିବା ସହ ଟିମ୍‌ରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ। ଅନ୍ୟପଟେ ଦୀର୍ଘ ୬ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରୁଥିବା କୋରି ଆଣ୍ଡରସନ ଏପ୍ରିଲ୍‌ରେ କାନାଡ଼ା ବିପକ୍ଷ ମ୍ୟାଚ୍ ଖେଳିଥିଲେ। ଏହା ପୂର୍ବରୁ ଆଣ୍ଡରସନ ୨୦୧୮ରେ ନ୍ୟୁଜିଲାଣ୍ଡ ପାଇଁ ଶେଷଥର ମ୍ୟାଚ୍ ଖେଳିଥିଲେ। ନ୍ୟୁଜିଲାଣ୍ଡ ପାଇଁ ସେ ତିନୋଟି ଫର୍ମାଟ୍‌ରେ ୯୩ ଥର ପ୍ରତିନିଧିତ୍ୱ କରିଛନ୍ତି।ଆମେରିକାର ୧୫ ଜଣିଆ ଟିମ୍‌ରେ ମୋନାଙ୍କ ପଟେଲ୍‌ କ୍ୟାପ୍ଟେନ୍ ହୋଇଥିବା ବେଳେ ଆରୋନ ଜୋନ୍ସ ଉପ ଅଧିନାୟକ ହୋଇଛନ୍ତି। ଅନୁଭବୀ ଅଲି ଖାନ୍‌ଙ୍କୁ ମଧ୍ୟ ଟିମ୍‌ରେ ସାମିଲ୍ କରାଯାଇଛି। ବିଶ୍ୱକପ୍ ପାଇଁ ଆମେରିକା ଘୋଷଣ

ଟି-୨୦ ବିଶ୍ୱକପ୍ ୨୦୪: ଆମେରିକା ଟିମ୍‌ରେ ଉନ୍ମୁକ୍ତ ଚାନ୍ଦଙ୍କୁ ମିଳିଲାନି ଜାଗା, କୋରେ ଆଣ୍ଡରସନ୍‌ ସାମିଲ୍

ୱାଶିଂଟନ: ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି ଆୟୋଜକ ଆମେରିକା। ରୋଚକ କଥା ହେଲା ଭାରତରୁ ଯାଇ ଆମେରିକା ପାଇଁ କ୍ରିକେଟ ଖେଳୁଥିବା ଉନ୍ମୁକ୍ତ ଚାନ୍ଦଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ କରାଯାଇ ନାହିଁ। ତାଙ୍କ ସ୍ଥାନରେ କୋରେ ଆଣ୍ଡରସନଙ୍କୁ ସ୍ଥାନ ମିଳିଛି। 
ଏହା ପୂର୍ବରୁ ଏପ୍ରିଲ୍‌ରେ କାନାଡ଼ା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜ୍‌ରେ ମଧ୍ୟ ଉନ୍ମକ୍ତ ଚାନ୍ଦକୁ ଟିମ୍‌ରେ ଜାଗା ମିଳି ନଥିଲା। ଫଳରେ ତାଙ୍କର ବିଶ୍ୱକପ୍ ଟିମ୍‌ରେ ସାମିଲ୍ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଶୁକ୍ରବାର ଟିମ୍ ଘୋଷଣା କରିବା ପରେ ଆଶଙ୍କା ସତ ହୋଇଛି। 

କାନାଡ଼ା ବିପକ୍ଷ ସିରିଜ୍‌ରୁ ଚାନ୍ଦଙ୍କୁ ବାଦ୍ ଦିଆଯିବା ପରେ ସେ ଏହାକୁ ସମାଲୋଚନା କରିବା ସହ ଟିମ୍‌ରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ। ଅନ୍ୟପଟେ ଦୀର୍ଘ ୬ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରୁଥିବା କୋରି ଆଣ୍ଡରସନ ଏପ୍ରିଲ୍‌ରେ କାନାଡ଼ା ବିପକ୍ଷ ମ୍ୟାଚ୍ ଖେଳିଥିଲେ। ଏହା ପୂର୍ବରୁ ଆଣ୍ଡରସନ ୨୦୧୮ରେ ନ୍ୟୁଜିଲାଣ୍ଡ ପାଇଁ ଶେଷଥର ମ୍ୟାଚ୍ ଖେଳିଥିଲେ। ନ୍ୟୁଜିଲାଣ୍ଡ ପାଇଁ ସେ ତିନୋଟି ଫର୍ମାଟ୍‌ରେ ୯୩ ଥର ପ୍ରତିନିଧିତ୍ୱ କରିଛନ୍ତି।

ଆମେରିକାର ୧୫ ଜଣିଆ ଟିମ୍‌ରେ ମୋନାଙ୍କ ପଟେଲ୍‌ କ୍ୟାପ୍ଟେନ୍ ହୋଇଥିବା ବେଳେ ଆରୋନ ଜୋନ୍ସ ଉପ ଅଧିନାୟକ ହୋଇଛନ୍ତି। ଅନୁଭବୀ ଅଲି ଖାନ୍‌ଙ୍କୁ ମଧ୍ୟ ଟିମ୍‌ରେ ସାମିଲ୍ କରାଯାଇଛି। 


ବିଶ୍ୱକପ୍ ପାଇଁ ଆମେରିକା ଘୋଷଣା କରିଥିବା ଟିମ୍
ମୋନାଙ୍କ ପଟେଲ (କ୍ୟାପଟେନ), ଆରୋନ ଜୋନ୍ସ (ଉପ-ଅଧିନାୟକ), ଷ୍ଟିଭେନ ଟେଲର, କୋରେ ଆଣ୍ଡରସନ, ସୌରଭ ନେଟ୍ରାଭାଲକର, ଜେସି ସିଂ, ହରମିତ ସିଂ, ନୋଶତୁଶ କେଞ୍ଜିଗେ, ଶ୍ୟାଡଲି ଭାନ ଶାଲକୱିକ, ନୀତୀଶ କୁମାର, ଆଣ୍ଡ୍ରିସ ଗୌସ, ଶାୟାନ ଜାହାଙ୍ଗୀର, ଅଲି ଖାନ, ନିସର୍ଗ ପଟେଲ ଓ ମିଲିନ୍ଦ କୁମାର।

ରିଜର୍ଭ ପ୍ଲେୟାର- ଗଜାନନ୍ଦ ସିଂହ,ଜୁଆନୋ ଡ୍ରାଇସାଡ୍‌ଲେ, ୟାସିର ମହମ୍ମଦ