ଖସିଲା ସୁନା ଦର, ଜାଣନ୍ତୁ ଏବେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ଗୋଲ୍ଡ ଦାମ କେତେ?

ନୂଆଦିଲ୍ଲୀ ୧।୫: ଭାରତରେ ୧ ମେ ବୁଧବାର ସୁନା ଦରରେ ଭାରିହ୍ରାସ ଦେଖାଯାଇଛି। କାରଣ ଆମେରିକାରେ ସୁନା ଏବେ ୪ ସପ୍ତାହର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି । ଏଥି ମଧ୍ୟରେ ନିବେଶକ ରେଟ କଟ୍ ଟାଇମଲାଇନରେ ଉତ୍ତମ ସଂକେତ ପାଇଁ ସେମାନଙ୍କ ଧ୍ୟାନ ୟୁଏସ୍ ଫେଡେରାଲ ଓପନ ମାର୍କେଟ୍ କମିଟି (ଏଫଓଏମସି) ବୈଠକର ଫଳାଫଳ ଉପରେ କେନ୍ଦ୍ରିତ କରିଛନ୍ତି। ଏଣୁ ବିଶ୍ୱ ସୁନା ଦର ପ୍ରଭାବିତ ହୋଇଛି। ବୁଧବାର ଭାରତରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ଦର ୧ହଜାର ଟଙ୍କା ହ୍ରାସ ହୋଇଥିବା ବେଳେ ୬୫,୫୫୦ ଟଙ୍କାରେ କାରବାର ହେଉଛି। ଅନ୍ୟପଟେ ଆଜି ଦେଶରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ଦରରେ ୧ ହଜାର ୯୦ ଟଙ୍କା ହ୍ରାସ ଦେଖାଯାଇଛି। ଫଳରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ବଜାର ଦର ଏବେ ୭୧,୫୧୦ ଟଙ୍କା ରହିଛି। ଏହି ସମୟରେ ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ଦରରେ ୮,୨୦ ଟଙ୍କା ହ୍ରାସ ସହ ଏବେ ୫୩,୬୩୦ ଟଙ୍କାରେ କାରବାର ହେଉଛି। ଅନ୍ତର୍ଜାତୀୟ ବଜାର କଥା କହିଲେ ପ୍ରତି ଆଉନ୍ସ ସୁନା ଏବେ ୨,୨୮୮.୨୧ ଡଲାରରେ କାରବାର ହେଉଛି। ୟୁଏସ୍ ଟ୍ରେଜରି ଇଲ୍ଡ ଓ ଡଲାରର ମୂଲ୍ୟ ବୃଦ୍ଧି ଯୋଗୁ ୫ ଏପ୍ରିଲ ପରେ ସୁନା ଦରରେ ପାଖାପାଖି ୨ ପ୍ରତିଶତ ହ୍ରାସ ହୋଇ ନିଜର ସବୁଠୁ ନିମ୍ନ ସ୍ତରକୁ ପହଞ୍ଚି ଯାଇଛି। ଆମେରିକାରେ ସୁନା ଦରରେ ୦.୨ ପ୍ରତିଶତ ହ୍ରାସ ସହିତ ଆଉନ୍ସ ପିଛା ୨,୨୯୮.୭୦ ଡଲାରରେ କାରବାର ହେଉଛି। ରିପୋର୍ଟ ଅନୁସାରେ ମାର୍ଚ୍ଚ ତ୍ରୈମାସିକରେ ଭାରତୀ

ଖସିଲା ସୁନା ଦର, ଜାଣନ୍ତୁ ଏବେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ଗୋଲ୍ଡ ଦାମ କେତେ?

ନୂଆଦିଲ୍ଲୀ ୧।୫: ଭାରତରେ ୧ ମେ ବୁଧବାର ସୁନା ଦରରେ ଭାରିହ୍ରାସ ଦେଖାଯାଇଛି। କାରଣ ଆମେରିକାରେ ସୁନା ଏବେ ୪ ସପ୍ତାହର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି । ଏଥି ମଧ୍ୟରେ ନିବେଶକ ରେଟ କଟ୍ ଟାଇମଲାଇନରେ ଉତ୍ତମ ସଂକେତ ପାଇଁ ସେମାନଙ୍କ ଧ୍ୟାନ ୟୁଏସ୍ ଫେଡେରାଲ ଓପନ ମାର୍କେଟ୍ କମିଟି (ଏଫଓଏମସି) ବୈଠକର ଫଳାଫଳ ଉପରେ କେନ୍ଦ୍ରିତ କରିଛନ୍ତି। ଏଣୁ ବିଶ୍ୱ ସୁନା ଦର ପ୍ରଭାବିତ ହୋଇଛି। 

ବୁଧବାର ଭାରତରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ଦର ୧ହଜାର ଟଙ୍କା ହ୍ରାସ ହୋଇଥିବା ବେଳେ ୬୫,୫୫୦ ଟଙ୍କାରେ କାରବାର ହେଉଛି। ଅନ୍ୟପଟେ ଆଜି ଦେଶରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ଦରରେ ୧ ହଜାର ୯୦ ଟଙ୍କା ହ୍ରାସ ଦେଖାଯାଇଛି। ଫଳରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ବଜାର ଦର ଏବେ ୭୧,୫୧୦ ଟଙ୍କା ରହିଛି। ଏହି ସମୟରେ ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ଦରରେ ୮,୨୦ ଟଙ୍କା ହ୍ରାସ ସହ ଏବେ ୫୩,୬୩୦ ଟଙ୍କାରେ କାରବାର ହେଉଛି। 

ଅନ୍ତର୍ଜାତୀୟ ବଜାର କଥା କହିଲେ ପ୍ରତି ଆଉନ୍ସ ସୁନା ଏବେ ୨,୨୮୮.୨୧ ଡଲାରରେ କାରବାର ହେଉଛି। ୟୁଏସ୍ ଟ୍ରେଜରି ଇଲ୍ଡ ଓ ଡଲାରର ମୂଲ୍ୟ ବୃଦ୍ଧି ଯୋଗୁ ୫ ଏପ୍ରିଲ ପରେ ସୁନା ଦରରେ ପାଖାପାଖି ୨ ପ୍ରତିଶତ ହ୍ରାସ ହୋଇ ନିଜର ସବୁଠୁ ନିମ୍ନ ସ୍ତରକୁ ପହଞ୍ଚି ଯାଇଛି। ଆମେରିକାରେ ସୁନା ଦରରେ ୦.୨ ପ୍ରତିଶତ ହ୍ରାସ ସହିତ ଆଉନ୍ସ ପିଛା ୨,୨୯୮.୭୦ ଡଲାରରେ କାରବାର ହେଉଛି। 

ରିପୋର୍ଟ ଅନୁସାରେ ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ୱର୍ଣ୍ଣ ଭଣ୍ଡାରଣରେ ପାଖାପାଖି ୧୯ ଟନ ବୃଦ୍ଧି କରିଛନ୍ତି। ଯାହା ଗତବର୍ଷର ୧୬ ଟନ କ୍ରୟ ସୀମାକୁ ଅତିକ୍ରମ କରିଯାଇଛି। କେବଳ ସୁନା ନୁହେଁ ରୂପା ଦର ମଧ୍ୟ ହ୍ରାସ ହୋଇଛି। ରୂପା ଦର କେଜି ପିଛା ୫୦୦ ଟଙ୍କା ହ୍ରାସ ହୋଇଥିବା ବେଳେ ୮୩ ହଜାର ଟଙ୍କାରେ କାରବାର ହେଉଛି।