ସରକାରୀ କ୍ୱାର୍ଟର୍ସରେ ଝୁଲିପଡ଼ିଲେ ଫାର୍ମାସିଷ୍ଟ

ଗଜପତି,୨୪/୧୨(ଗିରିଧାରୀ ପରିଛା):ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରୀପଦାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ କ୍ୱାର୍ଟର୍ସରୁ ଜଣେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଗଣେଶ ବେହେରା ବୋଲି ଜଣାପଡିଛି।ଆଜି ସକାଳେ ସହକର୍ମୀମାନେ ଗଣେଶ ରହୁଥିବା କ୍ୱାର୍ଟର୍ସର କବାଟ ବାଡେଇଥିଲେ କିନ୍ତୁ ଭିତର ପଟୁ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଦେଖିବା ବେଳେ ଗଣେଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଖବର ପାଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ […] The post ସରକାରୀ କ୍ୱାର୍ଟର୍ସରେ ଝୁଲିପଡ଼ିଲେ ଫାର୍ମାସିଷ୍ଟ appeared first on Dharitri Odia News.

ସରକାରୀ କ୍ୱାର୍ଟର୍ସରେ ଝୁଲିପଡ଼ିଲେ ଫାର୍ମାସିଷ୍ଟ

ଗଜପତି,୨୪/୧୨(ଗିରିଧାରୀ ପରିଛା):ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରୀପଦାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ କ୍ୱାର୍ଟର୍ସରୁ ଜଣେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଗଣେଶ ବେହେରା ବୋଲି ଜଣାପଡିଛି।ଆଜି ସକାଳେ ସହକର୍ମୀମାନେ ଗଣେଶ ରହୁଥିବା କ୍ୱାର୍ଟର୍ସର କବାଟ ବାଡେଇଥିଲେ କିନ୍ତୁ ଭିତର ପଟୁ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଦେଖିବା ବେଳେ ଗଣେଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଖବର ପାଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ସରକାରୀ କ୍ୱାର୍ଟର୍ସରେ ଝୁଲିପଡ଼ିଲେ ଫାର୍ମାସିଷ୍ଟ appeared first on Dharitri Odia News.